ଭୋପାଳ: ନକଲି ପ୍ଲାଜମା ଡୋନର ରାକେଟର ପର୍ଦ୍ଦାଫାଶ । ମଧ୍ୟପ୍ରଦେଶ ପୋଲିସ ରବିବାର ଗ୍ବାଲିଅର ସହରରେ କୋଭିଡ-19 ରୋଗୀଙ୍କୁ ପ୍ଲାଜନା ଦାନ କରିବା ବାହାନରେ ଲୋକଙ୍କୁ ଠକୁଥିବା ଚାରିଜଣ ଅଭିଯୁକ୍ତଙ୍କୁ ଗରିଫ କରିଛି । ଅଭିଯୁକ୍ତମାନେ ହେଲେ ଅଜୟ ଶଙ୍କର ତ୍ୟାଗି, ଜଗଦିଶ ଭଡକାରିଆ, ମହେଶ ମୌର୍ଯ୍ୟ ଏବଂ ହେମନ୍ତ । ଏମାନେ ସହରର କେତେକ ଘରୋଇ ହସ୍ପିଟାଲର କର୍ମଚାରୀ ଅଟନ୍ତି ।
ପୋଲିସର ସୂଚନା ଅନୁଯାୟୀ, ମନୋଜ ତିଓ୍ବାରୀ ନାମକ ବ୍ୟକ୍ତିଙ୍କ ଜଣେ ପରିବାର ସଦସ୍ୟର କୋରୋନାରେ ମୃତ୍ୟୁ ଘଟିଥିଲା । ଯିଏ କି ଏହି ନକଲି ପ୍ଲାଜମା ରାକେଟର ଶିକାର ହୋଇଥିଲେ । ଏହି ଘଟଣା ପରେ ଉକ୍ତ ପ୍ଲାଜମା ରାକେଟ ସମ୍ପର୍କରେ ପୋଲିସ ଖବର ପାଇଥିଲା । ଏହାପରେ ପୋଲିସ ରାକେଟର ମାଷ୍ଟରମାଇଣ୍ଡ ଅଜୟ ତ୍ୟାଗି ଏବଂ ଅନ୍ୟ ସହଯୋଗୀଙ୍କୁ ଜେଏଏଚ ମେଡିକାଲ ପରିସରରୁ ଗିରଫ କରିଛି । ପଚରାଉଚରା ବେଳେ ମୁଖ୍ୟ ଅଭିଯୁକ୍ତ କହିଛି, ତାର ସହଯୋଗୀମାନେ ପ୍ଲାଜମା ଆବଶ୍ୟକ କରୁଥିବା ବ୍ୟକ୍ତିମାନଙ୍କ ସହ ଯୋଗାଯୋଗ କରୁଥିଲେ ଏବଂ ସେମାନେ ନିଜକୁ ଦାତା ଭାବେ ଦର୍ଶାଉଥିଲେ ।