ଓଡିଶା

odisha

ETV Bharat / bharat

ନକଲି ପାଇଲଟ ସାଜି ଗାର୍ଲଫ୍ରେଣ୍ଡକୁ କରୁଥିଲେ ଇମ୍ପ୍ରେସ, ବାନ୍ଧିଲା ପୋଲିସ - ବଦୋଦରା ଏୟାରପୋର୍ଟ

ପାଇଲଟ ପରିଚୟ ଦେଇ ଯୁବତୀଙ୍କୁ ଫଶାଉଥିଲେ ପ୍ରେମ ଜାଲରେ । ଭଦୋଦରା ଏୟାରପୋର୍ଟରୁ ନକଲି ପାଇଲଟ ଗିରଫ। ଅଧିକ ପଢନ୍ତୁ

fake pilot was caught from the airport
fake pilot was caught from the airport

By ETV Bharat Odisha Team

Published : Aug 26, 2023, 3:36 PM IST

ଗାନ୍ଧୀନଗର: ଗାର୍ଲଫ୍ରେଣ୍ଡକୁ ଇମ୍ପ୍ରେସ କରିବା ପାଇଁ ପାଇଲଟ ବନି ଗଲେ ବୟଫ୍ରେଣ୍ଡ। ଅସଲି ନୁହଁ ବରଂ ନକଲି ପାଇଲଟ। ପାଇଲଟର ପରିଚୟ ଦେଇ ଯୁବତୀଙ୍କୁ ଫଶାଉଥିଲେ ପ୍ରେମ ଜାଲରେ । ପାଇଲଟ ଡ୍ରେସକୋର୍ଡ ପିନ୍ଧି ବିମାନ ସମ୍ମୁଖରେ ଫଟୋ ଉଠାଉଥିଲେ। ଏହାପରେ ଯୁବତୀଙ୍କ ମନରେ ବିଶ୍ବାସ ଜମାଇ ସେହି ଫଟୋ ପ୍ରେମିକାଙ୍କୁ ପଠାଉଥିଲେ। ଏପରି ମିଛ ପାଇଲଟର ପରିଚୟ ଦେଇ ଗୋଟିଏ ନୁହଁ ବରଂ ଚାରି ଜଣ ଯୁବତୀଙ୍କୁ ଗାର୍ଲଫ୍ରେଣ୍ଡ ବନାଇଥିଲେ ଯୁବକ । ଗୁଜୁରାଟ ଭଦୋଦରା ଏୟାରପୋର୍ଟରେ ଏହି ନକଲି ପାଇଲଟ ଜଣଙ୍କୁ ଗିରଫ କରିଛି ପୋଲିସ। ଗିରଫ ଯୁବକ ହେଉଛନ୍ତି ରଖସିତ ମଙ୍ଗଲା। ତାଙ୍ଗ ଘର ମୁମ୍ବାଇର ଭିଲେ ପାର୍ଲେରେ ।

ଯୁବକ ଜଣଙ୍କର ସ୍ବପ୍ନ ଥିଲା ସେ ଜଣେ ପାଇଲଟ ହେବେ। କିନ୍ତୁ ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ସେ ମୁମ୍ବାଇର ଏକ ଘରୋଇ ଅନୁଷ୍ଠାନରେ ଗ୍ରାଉଣ୍ଡ ଷ୍ଟାଫ୍ ଟ୍ରେନିଂ ନେଇଥିଲେ। କିନ୍ତୁ ପାଇଲଟ ହେବାର ନିଶା ସେ ଭୁଲି ନଥିଲେ। ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇବାକୁ ସେ ନକଲି ପାଇଲଟ ହେବାକୁ ଚିନ୍ତା କଲେ। ଶେଷରେ ଗାର୍ଲଫ୍ରେଣ୍ଡକୁ ଇମ୍ପ୍ରେସ କରିବା ପାଇଁ ନକଲି ପାଇଲଟ ବନିଯାଇଥିଲେ। ପାଇଲଟଙ୍କ ଡ୍ରେସ କୋର୍ଡରେ ବିମାନ ବନ୍ଦରକୁ ଆସୁଥିଲେ ଯୁବକ। ଏହାପରେ ବିମାନ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ କିଛି ଫଟୋ ଉଠାଇ ପ୍ରେମିକା ମାନଙ୍କୁ ପଠାଉଥିଲେ।

ଏହା ମଧ୍ୟ ପଢନ୍ତୁ-ହାଇଦ୍ରାବାଦ ଏୟାରପୋର୍ଟରୁ 8 କେଜି ସୁନା ଜବତ, 4 ଗିରଫ

ନକଲି ପାଇଲଟ ବନିଥିବା ଯୁବକ ଜଣଙ୍କର 4ଜଣ ଗାର୍ଲଫ୍ରେଣ୍ଡ ଥିଲେ। ଯେଉଁ ମାନେ ଅହମ୍ମଦାବାଦ, ରାଜକୋଟ,ମୁମ୍ବାଇ ଓ ନେଦରଲ୍ୟାଣ୍ଡର। ଯୁବକ ଜଣଙ୍କ ନେଦରଲ୍ୟାଣ୍ଡରେ ରହୁଥିବା ତାଙ୍କ ଗାର୍ଲଫ୍ରେଣ୍ଡଙ୍କ ସହ ବିମାନ ଯାତ୍ରା କରିବା ପାଇଁ ଟିକେଟ ବୁକ୍ କରିଥିଲେ। ଏହା ପୂର୍ବରୁ ତାଙ୍କର ଜଣେ ଗାର୍ଲଫ୍ରେଣ୍ଡ ହାଇଦ୍ରାବାଦରେ ରହୁଥିବା ସେ ଜାଣିବାକୁ ପାଇଥିଲେ। ତେଣୁ ସେ ଭଦୋଦରା ବିମାନ ବନ୍ଦରକୁ ଆସି ଗାର୍ଲଫ୍ରେଣ୍ଡ ସହ ହାଇଦ୍ରାବାଦ ଯିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଭଦୋଦରା ବିମାନ ବନ୍ଦରରେ ନକଲି ପାଇଲଟକୁ ପୋଲିସ କାବୁ କରିଥିଲା। ଏହାପରେ ତାଙ୍କୁ ବିମାନବନ୍ଦର ସୁରକ୍ଷା ଏଜେନ୍ସିକୁ ହସ୍ତାନ୍ତର କରାଯାଇଥିଲା।

ହର୍ନି ପୋଲିସ ଷ୍ଟେସନରେ ଅଭିଯୋଗ: ସିଏସଏଫ ଯୁବକଙ୍କ ବିରୋଧରେ ଭଦୋଦରା ହର୍ନି ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲା। ପରେ ପୋଲିସ ତାକୁ ପଚରାଉଚରା କରିବା ପରେ ସତ ସାମ୍ନାକୁ ଆସିଥିଲା। ଯୁବକ ଜଣକ କେବଳ ନିଜ ପ୍ରେମିକାଙ୍କୁ ଇମ୍ପ୍ରେସ କରିବା ପାଇଁ ନକଲି ପାଇଲଟ ବନିଥିବା କହିଥିଲେ।

ସୂଚନା ଅନୁଯାୟୀ, ଯୁବକ ଜଣକ ନିଜକୁ ପାଇଲଟ୍ ପରିଚୟ ଦେଇ ଚାରି ଜଣ ଯିବତୀଙ୍କୁ ପ୍ରେମ ଜାଲରେ ଫଶାଇଥିଲା। ଧରାପଡିବା ପରେ ହର୍ନି ପୋଲିସ ଯୁବକଙ୍କୁ ତାଙ୍କର ସମସ୍ତ ଗାର୍ଲଫ୍ରେଣ୍ଡମାନଙ୍କୁ ସେ ପାଇଲଟ ନୁହଁ ବୋଲି ମେସେଜ କରିବାକୁ କହିଥିଲା। ଏହାପରେ 4 ଜଣ ପ୍ରେମିକାଙ୍କୁ ସେ ନକଲି ପାଇଲଟ ବୋଲି ମେସେଜ ପଠାଇଥିଲେ। ଗିରଫ ପରେ ଗତକାଲି ରାତିରେ ଯୁବକଙ୍କୁ ପୋଲିସ ଛାଡି ଦେଇଥିବା ଜଣାପଡିଛି।

ABOUT THE AUTHOR

...view details