ଓଡିଶା

odisha

By

Published : Jan 2, 2022, 6:56 PM IST

ETV Bharat / bharat

ଦିଲ୍ଲୀରେ 347 କୋଟି ଟଙ୍କା ଜିଏସଟି ଠକେଇ: ବନ୍ଧା ହେଲେ ପ୍ରତିଷ୍ଠିତ ବ୍ୟବସାୟୀ

ଦେଶରେ ବଢୁଛି ଜିଏସଟି(GST) ଠକେଇ । ଦିଲ୍ଲୀରେ 347 କୋଟି ଟଙ୍କା ଜିଏସଟି ଠକେଇ ହୋଇଛି । ଏହି ମାମଲାରେ ସୁପରଷ୍ଟିଲ ଇଣ୍ତିଆ ଲିମିଟେଡର ମୟଙ୍କ ଜୈନଙ୍କୁ ଗିରଫ କରାଯାଇଛି ।

ଦିଲ୍ଲୀରେ 347 କୋଟି ଟଙ୍କା ଜିଏସଟି ଠକେଇ; ବନ୍ଧା ହେଲେ ପ୍ରତିଷ୍ଠିତ ବ୍ୟବସାୟୀ
ଦିଲ୍ଲୀରେ 347 କୋଟି ଟଙ୍କା ଜିଏସଟି ଠକେଇ; ବନ୍ଧା ହେଲେ ପ୍ରତିଷ୍ଠିତ ବ୍ୟବସାୟୀ

ନୂଆଦିଲ୍ଲୀ :ଦେଶରେ ବଢୁଛି ଜିଏସଟି(GST) ଠକେଇ । ଦିଲ୍ଲୀରେ 347 କୋଟି ଟଙ୍କା ଜିଏସଟି ଠକେଇ ହୋଇଛି । ଏହି ମାମଲାରେ ସୁପରଷ୍ଟିଲ ଇଣ୍ତିଆ ଲିମିଟେଡର ମୟଙ୍କ ଜୈନଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ଜିଏସଟି(GST) ବିଭାଗର କାର୍ଯ୍ୟନିର୍ବାହୀ ଅଧିକାରୀମାନେ ବିଭିନ୍ନ ସଂସ୍ଥାରେ ଛାପା ମାରିଥିଲେ । 347 କୋଟି ଟଙ୍କା ଜାଲ ଜିଏସଟି ବିଲ ସେମାନଙ୍କ ହାତରେ ଲାଗିଛି । ଏହି ସ୍କାମରେ 11ଟି ସଂସ୍ଥା ଜଡିତ ଥିବା ଜଣାପଡିଛି। ତେବେ ମୟଙ୍କ ଜୈନଙ୍କୁ ଅଧିକ ପଚରାଉଚରା ପାଇଁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି । ତେବେ ଏହି ଘଟଣାରେ ଆଗକୁ ଗିରଫଦାରୀଙ୍କ ସଂଖ୍ୟା ବଢିପାରେ ବୋଲି ସୂଚନା ମିଳିଛି ।

ଟିକସ ଫାଙ୍କିବା, ନକଲି ବିଲ ପ୍ରଦାନ କରିବା ମାମଲାରେ ୧୧ କମ୍ପାନୀ ସମ୍ପୃକ୍ତ ରହିଛନ୍ତି । ତେବେ ଏହି ସମସ୍ତ କମ୍ପାନୀ ଗୁଡିକର ମୁଖ୍ୟ ଲକ୍ଷ ଥିଲା ଟିକସ ଫାଙ୍କିବା । ଅନୁସନ୍ଧାନ ସମୟରେ ମିଳିଥିବା ତଥ୍ୟ ଅନୁଯାୟୀ, 11ଟି କମ୍ପାନୀ ମଧ୍ୟରୁ ଚାରିଟି କମ୍ପାନୀ କମ୍ପ୍ୟୁଟର ମାଧ୍ୟମରେ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରୁଥିଲେ ବୋଲି ଜଣାପଡିଛି । ଏଥିପାଇଁ ଗୋଟିଏ ଆପି ଆର୍ଡେସ (IP address)ବ୍ୟବହାର ହେଉଥିଲା ବୋଲି ଜଣାପଡିଛି । କେବଳ ସେତିକି ନୁହେଁ, କମ୍ପାନୀଗୁଡିକର ଫୋନ ନମ୍ବର ସମାନ ହୋଇଥିବା ଜଣାପଡିଛି । ଏବଂ ଚାରିଟି କମ୍ପାନୀର ଇମେଲ ଆଇଡି ମଧ୍ୟ ଏକା ରହିଛି । ଯାହା ଜିଏସଟି ବିଭାଗ ହାତରେ ଲାଗିଛି ।

ଜିଏସଟି ବିଭାଗର ଇନ୍ସପେକ୍ଟର ଯାଞ୍ଚ କରିବା ପରେ ଏହି ଜାଲିଆତି ସାମ୍ନାକୁ ଆସିଛି। ଏହି ମାମଲାରେ ଅତି କମରେ 40 କୋଟି ଟିକସ ଠକେଇ ହୋଇଛି । ତେବେ, ଜିଏସଟିର ରେଡ ଆଗକୁ ମଧ୍ୟ ଜାରି ରହିବ । ଟିକସ ଫାଙ୍କୁଥିବା ବ୍ୟବସାୟୀଙ୍କ ପାଇଁ ଜିଏସଟି ବିଭାଗ ନିକଟରେ(Fake Forms Investigation Cell) ନକଲି ଫର୍ମ ଇନଭେଷ୍ଟିଗେସନ୍ ସେଲ୍ ପ୍ରତିଷ୍ଠା କରିଛି । ଯାହାର ମୂଳ ଉଦ୍ଦେଶ୍ୟ ଟିକସ ଫାଙ୍କୁ ଥିବା ବ୍ୟବସାୟୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବା । ଟିକସ ଫାଙ୍କୁ ଥିବା ଲୋକଙ୍କ ବିରୋଧରେ କେନ୍ଦ୍ର ଓ ଦିଲ୍ଲୀ ସରକାର ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅଣ୍ଟା ଭିଡିଛନ୍ତି । ଡିସେମ୍ବର 31 ରେ, ଗୋଟିଏ ଦିନରେ 2.5 କୋଟି ଟଙ୍କା ଟିକସ ଛାଡ ମାମଲା ସାମ୍ନାକୁ ଆସିଛି । ଆସନ୍ତା ସପ୍ତାହରେ ଏହି ନକଲି କମ୍ପାନୀଗୁଡିକ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details