କୋଲକାତା: ନକଲି ଟୀକାକରଣ ମାମଲାର ତଦନ୍ତ ଚାଲିଥିବାବେଳେ ନୂତନ ତଥ୍ୟ ସାମନାକୁ ଆସିଛି। ତାଙ୍କ ନିକଟରେ ବିଭିନ୍ନ ନୂତନ ତଥ୍ୟ ହାସଲ କରିଛନ୍ତି ତଦନ୍ତକାରୀ ଅଧିକାରୀ । ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସହିତ ଯୋଗାଯୋଗ କରିଥିଲେ।
ପଶ୍ଚିମବଙ୍ଗର କୋଲକାତାରେ ନକଲି ଟୀକାକରଣ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଦେବଞ୍ଜନ ଦେବ ନୂତନ ଖୁଲାସା କରିଛନ୍ତି । ସେ କୋଲକାତା ମ୍ୟୁନିସିପାଲିଟି କର୍ପୋରେସନର ଡେପୁଟି ସେକ୍ରେଟାରୀ ଭାବରେ ପରିଚୟ ଦେଇ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ସହିତ ଯୋଗାଯୋଗ କରିଥିଲେ। କେବଳ ସେତିକି ନୁହେଁ । ସେ ଅତିରିକ୍ତ ସଚିବ ନାମରେ ଏକ ନକଲି ଇମେଲ ଆଇଡି ତିଆରି କରିଥିଲେ। ସେ ନକଲି ଇମେଲ ID ଦ୍ବାରା ସେରମ୍ ପ୍ରତିଷ୍ଠାନରୁ କୋଭିସିଲ୍ଡ ଭ୍ୟାକ୍ସିନ ପଠାଇବାକୁ ଅନୁରୋଧ କରିଥିଲେ।