ଭୋପାଳ: ମହାମାରୀ କୋରୋନା ସଙ୍କଟ ସମୟରେ କଟକରୁ ସାମ୍ନାକୁ ଆସିଥିଲା ନକଲି ଔଷଧର ମାମଲା । ଏବେ ଏହାର ମଧ୍ୟପ୍ରଦେଶ ଲିଙ୍କ ରହିଥିବା ଜଣାପଡିଛି ।
କଟକରୁ ଧରା ପଡିଥିବା ମେଡିକାଲ ପରିଚାଳକ ଗ୍ବାଲିୟରରେ ଯୋଗାଣ ହେଉଥିବା କହିଥିଲେ । ପରେ ଗ୍ବାଲିୟର ଡ୍ରଗ ଇନ୍ସପେକ୍ଟର ଫେଭିମାକ୍ସ ଟ୍ୟାବଲେଟ ଡିଲର ମହାଦେବ ମେଡିକାଲ ଆଣ୍ଡ୍ ସର୍ଜିକାଲ ଷ୍ଟୋର ଯାଇ କରିଥିଲେ ଯାଞ୍ଚ । ଏପ୍ରିଲରେ ପାଖାପାଖି 40 ହଜାର ବଟିକା ମଗାଯାଇଥିବା କହିଛନ୍ତି ମେଡିକାଲ ଷ୍ଟୋର ପରିଚାଳକ ।
କଟକରେ ଚଢାଉ ପରେ ଜବତ ମଲିକ୍ୟୁଲାର ଫାଭିପିରାଭିରର ଫ୍ୟାଭିମାକ୍ସ ବଟିକାର ଯାଞ୍ଚ ପରେ ଏହା ନକଲି ବୋଲି ଜଣାପଡିଛି । କମ୍ପାନୀ ହଜାର ହଜାର ଲୋକଙ୍କ ସ୍ବାସ୍ଥ୍ୟକୁ ବିପଦରେ ପକାଇ ଔଷଧ ନାଁରେ ଠକିଛି ।
କଟକରେ କୋରୋନାର 17000 ନକଲି ବଟିକା ମିଳିବା ପରେ ଗତ ଦୁଇ ଦିନ ଧରି ଓଡ଼ିଶା ଡ୍ରଗ୍ କଣ୍ଟ୍ରୋଲ୍ ବିଭାଗ ପକ୍ଷରୁ ନିରନ୍ତର ଯାଞ୍ଚ କରାଯାଉଥିଲା। ଡ୍ରଗ୍ କଣ୍ଟ୍ରୋଲ୍ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଔଷଧ ଗ୍ବାଲିୟର ସହରକୁ ପଠାଯାଇଥିଲା ।
ଔଷଧକୁ ଚାମ୍ବଲ ଡିଭିଜନର ବିଭିନ୍ନ ମେଡିକାଲ ଷ୍ଟୋରକୁ ଯୋଗାଇ ଦିଆଯାଇଛି। ଏହି ଔଷଧଗୁଡ଼ିକ ସଠିକ୍ ବିଲିଂ ସହିତ ଥିଲା, ତେଣୁ ଏଗୁଡିକର ନକଲି ହେବାର ଆଶଙ୍କା ନଜର ଆସିନଥିଲା ।