ଓଡିଶା

odisha

ବେଙ୍ଗାଲୁରୁ ବିମାନ ବନ୍ଦରରେ ବୋମା ନେଇ ଫେକ କଲ୍‌

By

Published : May 20, 2022, 11:54 AM IST

ବେଙ୍ଗାଲୁରୁ କେମ୍ପେଗୁଡା ଅନ୍ତର୍ଜାତୀୟ ବିମାନବନ୍ଦରେ ବୋମା ଥିବା ନେଇ ଫେକ କଲ । ପୋଲିସର ତଦନ୍ତ ଜାରି । ଅଧିକ ପଢନ୍ତୁ

ବେଙ୍ଗାଲୁରୁ ବିମାନ ବନ୍ଦରରେ ବୋମା ନେଇ ଫେକ କଲବେଙ୍ଗାଲୁରୁ ବିମାନ ବନ୍ଦରରେ ବୋମା ନେଇ ଫେକ କଲ
ବେଙ୍ଗାଲୁରୁ ବିମାନ ବନ୍ଦରରେ ବୋମା ନେଇ ଫେକ କଲ

ବେଙ୍ଗାଲୁରୁ:କେମ୍ପେଗୁଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ବୋମା । ବୋମା ଥିବା ନେଇ ଏକ କଲ ଆସିବା ପରେ ପୋଲିସର ଆରମ୍ଭ ହୋଇଥିଲା ଯାଞ୍ଚ । ପରେ ଏହା ଏକ ଫେକ କଲ ହୋଇଥିବା ଜାଣିବାକୁ ପାଇଥିଲା ପୋଲିସ । ଏନେଇ ବିମାନ ବନ୍ଦର ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ବେଙ୍ଗାଲୁରୁ ବିମାନ ବନ୍ଦରରେ ବୋମା ନେଇ ଫେକ କଲ

ସୂଚନା ଅନୁଯାୟୀ, ଗତରାତି ୩ଟା ସମୟରେ ବେଙ୍ଗାଲୁରୁର ପୋଲିସ କଣ୍ଟ୍ରୋଲ ରୁମକୁ ଜଣେ ଅଜ୍ଞାତ ବ୍ୟକ୍ତି କଲ କରି ବିମାନ ବନ୍ଦରରେ ବୋମା ଥିବା ସୂଚନା ଦେଇଥିଲେ । ଏହାପରେ ସିଏସଏଫ ତରଫରୁ ଆରମ୍ଭ ହୋଇଥିଲା ଯାଞ୍ଚ ପ୍ରକ୍ରିୟା । ସକାଳ ୭ଟା ପର୍ଯ୍ୟନ୍ତ ପୋଲିସ ବିମାନବନ୍ଦରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବା ପରେ ଖବରଟି ମିଥ୍ୟା ଜଣାପଡିଥିଲା । ତେବେ କେଉଁ ଅଜ୍ଞାତ ବ୍ୟକ୍ତି ପୋଲିସ କଣ୍ଟ୍ରୋଲ ରୁମକୁ କଲ କରି ଏପରି ମିଥ୍ୟା ଖବର ଦେଇଥିଲା ସେନଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

ABOUT THE AUTHOR

...view details