ଭୁବନେଶ୍ବର:ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଫେବୃଆରୀ 14 ତାରିଖରେ ଭାଲେଣ୍ଟାଇନ୍ସ ଡେ'କୁ ପ୍ରେମୀ ଯୁଗଳମାନେ ପାଳନ କରିବା ସହିତ ଯୁବପିଢି ପରସ୍ପରକୁ ଶୁଭେଚ୍ଛା ଜଣାଉଛନ୍ତି । ତେବେ ଏହି ଦିବସକୁ ସୋସିଆଲ ମିଡିଆ 'ଫେସବୁକ୍' ମଧ୍ୟ ନିଆରା ଢଙ୍ଗରେ ଏହାର ଉପଭୋକ୍ତାମାନଙ୍କୁ ଶୁଭେଚ୍ଛା ଜଣାଇଛି । ଏହି ଆପ ଖୋଲିବା ମାତ୍ରେ ଫେସବୁକ ଲେଖାଥିବା ସ୍ଥାନରେ ପ୍ରେମୀ ଯୁଗଳଙ୍କ ଫଟୋଚିତ୍ର ଆସିବା ସହିତ ଏହା ପ୍ରେମର ସଙ୍କେତ ଦର୍ଶାଉଥିବା ଦେଖିବାକୁ ମିଳିଛି ।
ଫେସବୁକ ଆପକୁ ଖୋଲିବା ପରେ ମୋବାଇଲର ବାମ ପାର୍ଶ୍ବର ଉପରି ଭାଗରେ ଫେସବୁକ୍ ଶବ୍ଦଟି ଇଂରାଜୀ ଭାଷାରେ ଲେଖାଯାଇଥାଏ । କିନ୍ତୁ ଆଜି ପ୍ରେମ ଦିବସରେ ଏହାର ଲେଖାରେ ସାମାନ୍ୟ ପରିବର୍ତ୍ତନ ଆସିଛି । ଫେସବୁକ ସଂସ୍ଥା ନିଜ ଉପଭୋକ୍ତାମାନଙ୍କୁ ପ୍ରେମର ଶୁଭେଚ୍ଛା ଜଣାଇବା ପାଇଁ ନିଜ ଆପ୍ରେ ପ୍ରେମର ସଙ୍କେତ ଦେଇଛି । ଫେସବୁକର 'ବୁକ' ଶବ୍ଦରେ ଥିବା ଇଂରାଜୀ ଅକ୍ଷର 'O'ରେ ଏକ ପ୍ରେମୀଯୁଗଳଙ୍କ ଫଟୋଚିତ୍ର ଆସିବା ଦେଖିବାକୁ ମିଳିଛି । ଯେଉଁଠାରେ ସେମାନେ ଏକ ଛତା ତଳେ ବସିଛନ୍ତି ଏବଂ ସେଠାରେ ପ୍ରେମର ସଙ୍କେତ ସ୍ବରୂପ ଏକ ଲାଲ ରଙ୍ଗର ହୃଦୟ ଚିତ୍ର ମଧ୍ୟ ଆସୁଥିବା ଦେଖିବାକୁ ମିଳିଛି ।