ଓଡିଶା

odisha

ETV Bharat / bharat

ବିଶିଷ୍ଟ କବି ସଚ୍ଚିଦାନନ୍ଦନଙ୍କ ଆକାଉଣ୍ଟକୁ ରଦ୍ଦ କଲା ଫେସବୁକ - ଫେସବୁକ

କେରଳର ବିଶିଷ୍ଟ କବି ସଚ୍ଚିଦାନନ୍ଦନଙ୍କ ଆକାଉଣ୍ଟକୁ ରଦ୍ଦ କଲା ଫେସବୁକ । ଅଧିକ ପଢନ୍ତୁ...

ବିଶିଷ୍ଟ କବି ସଚ୍ଚିଦାନନ୍ଦନଙ୍କ ଆକାଉଣ୍ଟକୁ ରଦ୍ଦ କଲା ଫେସବୁକ
ବିଶିଷ୍ଟ କବି ସଚ୍ଚିଦାନନ୍ଦନଙ୍କ ଆକାଉଣ୍ଟକୁ ରଦ୍ଦ କଲା ଫେସବୁକ

By

Published : May 11, 2021, 9:31 AM IST

ଥିରୁଅନନ୍ତପୁରମ:କେରଳରେ ବିଜେପି ସରକାର ଶାସନ କ୍ଷମତାକୁ ନ ଆସିବାରୁ ତାଙ୍କ ବିଫଳତାକୁ ନେଇ ନିଜ ଫେସବୁକ ଆକାଉଣ୍ଟରେ ଏକ ପୋଷ୍ଟ କରିଥିଲେ ସଚ୍ଚିଦାନନ୍ଦ । ଏଥିଲାଗି ଫେସବୁକ ତାଙ୍କ ଆକାଉଣ୍ଟକୁ ରଦ୍ଦ କରିଛି । ଅର୍ଥାତ 24 ଘଣ୍ଟା ପର୍ଯ୍ୟନ୍ତ କୌଣସି ଲେଖା କି ଭିଡିଓ ପୋଷ୍ଟ ସହିତ ଆସନ୍ତା ଏକ ମାସ ପାଇଁ ସେ ‘FB ଲାଇଭ୍’ କରିପାରିବେ ନାହିଁ ।

ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳର ପୃଷ୍ଠଭୂମିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହଙ୍କ ବିଷୟରେ ପୋଷ୍ଟ କରିବା ପାଇଁ FB ନିଷେଧ କରିଛି ବୋଲି ସଚ୍ଚିଦାନନ୍ଦ ଅଭିଯୋଗ କରିଛନ୍ତି । ସାମାଜିକ ଗଣମାଧ୍ୟମ FB ସଚ୍ଚିଦାନନ୍ଦଙ୍କ ଆକାଉଣ୍ଟକୁ ରଦ୍ଦ କରିଥିବା ବେଳେ କେରଳର ଅନ୍ୟ ସାମାଜିକ, ସାହିତ୍ୟ ଓ ସାଂସ୍କୃତିକ କ୍ଷେତ୍ରରୁ ଅନେକ କବିଙ୍କ ତାଙ୍କୁ ସମର୍ଥନ କରିଛନ୍ତି । ସଚ୍ଚିତାନନ୍ଦଙ୍କ ଏହି ପଦକ୍ଷେପ ବିଜେପି ବିରୋଧରେ ଏକ ବଡ଼ ଭୂମିକା ବୋଲି କହିବା ସହିତ ବିଜେପିକୁ ଭୀରୁ ବୋଲି କହିଛନ୍ତି ମାଲାୟାଲାମ ଲେଖକ ବେନ୍ୟାମିନ ।

ସେପଟେ ବିଜେପିର ବିଫଳତା ପୋଷ୍ଟ କରିବା ପରେ କବିଙ୍କ ଆକାଉଣ୍ଟ ରଦ୍ଦ ଏକ ଆଦୌ ଗ୍ରହଣୀୟ ବୋଲି କହିଛନ୍ତି କଂଗ୍ରେସ ନେତା ଓ ବିଧାୟକ ଶଶି ଥରୁର । ରାଜନୀତିରେ ଏଭଳି ପଦକ୍ଷେପକୁ ଆମ ରାଜନୀତିରେ ଦଳ କେବେ ବି ଅନୁମତି ଦେବ ନାହିଁ ବୋଲି ସେ ନିଜ ଟ୍ବିଟର ମାଧ୍ୟମରେ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details