ଓଡିଶା

odisha

ETV Bharat / bharat

ବିବାଦୀୟ ବିଜ୍ଞାପନ ଦେଇ ହଟହଟା Fabindia, ଟ୍ବିଟରରୁ ହଟାଇଲା ପୋଷ୍ଟ

ଦୀପାବଳିକୁ ଜସନ-ଏ-ରିୱାଜ କହି ହଟହଟା ହୋଇଥିଲା ପୋଷାକ ବ୍ରାଣ୍ଡ ଫାବ ଇଣ୍ଡିଆ। ଏହାପରେ ସେ ନୂତନ ପୋଷାକ ସଂଗ୍ରହକୁ ପ୍ରୋତ୍ସାହିତ କରୁଥିବା ଏକ ଟ୍ବିଟକୁ ହଟାଇ ଦେଇଛି। ଅଧିକ ପଢନ୍ତୁ...

ଦୀପାବଳିକୁ ଜସନ-ଏ-ରିୱାଜ କହି ହଟହଟା Fabindia
ଦୀପାବଳିକୁ ଜସନ-ଏ-ରିୱାଜ କହି ହଟହଟା Fabindia

By

Published : Oct 19, 2021, 1:57 PM IST

ହାଇଦ୍ରାବାଦ: ଦୀପାବଳିକୁ ଜସନ-ଏ-ରିୱାଜ କହି ହଟହଟା ପୋଷାକ ବ୍ରାଣ୍ଡ ଫାବ ଇଣ୍ଡିଆ। ଏହାପରେ ସେ ନୂତନ ପୋଷାକ ସଂଗ୍ରହକୁ ପ୍ରୋତ୍ସାହିତ କରୁଥିବା ଏକ ଟ୍ବିଟକୁ ହଟାଇ ଦେଇଛି। ଏହି ବ୍ରାଣ୍ଡ ହିନ୍ଦୁ ପର୍ବ ଦୀପାବଳୀକୁ ଜସନ୍-ଏ-ରିୱାଜ୍ ବୋଲି କହିଥିଲା । ଏଥିପାଇଁ ଅନେକ ସମାଲୋଚନାର ସାମନା କରିଥିଲା ଏହି ବ୍ରାଣ୍ଡ। ଫଳରେ ଫାବ ଇଣ୍ଡିଆ ତାର ଦୀପାବଳୀ ପୋଷ୍ଟରକୁ ହଟାଇ ଦେଇଛି ।

ଦୀପାବଳିକୁ ଜସନ-ଏ-ରିୱାଜ କହି ହଟହଟା Fabindia, ଟ୍ବିଟରୁ ହଟାଇଲା ବିଜ୍ଞାପନ

ଫାବ ଇଣ୍ଡିଆ ଟ୍ବିଟ...

ଫାବ ଇଣ୍ଡିଆର ଏହା ଏକ ପୋଷାକ ପ୍ରୋମାସନାଲ ଟ୍ବିଟ ଥିଲା । ଯେଉଁଥିରେ ୨୦୨୧ ଦୀପାବଳି ପାଇଁ ଥିବା କିଛି ନୂଆ କଲେକ୍ସନ ପିନ୍ଧି ମଡେଲ ମାନେ ପୋଜ ଦେଇଥିଲେ । କ୍ୟାପସନରେ ଲେଖାଥିଲା ଆମେ ପ୍ରେମ ଏବଂ ଆଲୋକର ପର୍ବକୁ ସ୍ବାଗତ କରୁଛୁ, ଫାବଇଣ୍ଡିଆର ଜସନ୍-ଏ-ରିୱାଜ୍ ହେଉଛି ଏକ ସଂଗ୍ରହ ଯାହା ଭାରତୀୟ ସଂସ୍କୃତିକୁ ସୁନ୍ଦର ଭାବରେ ସମ୍ମାନ ଜଣାଇଥାଏ। ଏହା ପରେ ଟ୍ରୋଲର ଶିକାର ହୋଇଥିଲା ଫାବଇଣ୍ଡିଆ।

ଦୀପାବଳିକୁ ଜସନ-ଏ-ରିୱାଜ କହି ହଟହଟା Fabindia, ଟ୍ବିଟରୁ ହଟାଇଲା ବିଜ୍ଞାପନ

ଟ୍ରୋଲର ଶିକାର ହେବା ପରେ ତୁରନ୍ତ ଏହି ଟ୍ବିଟକୁ ହଟାଇ ଦେଇଥିଲା ଫାବଇଣ୍ଡିଆ । ବିଜେପି ଯୁବ ମୋର୍ଚ୍ଚା ସଭାପତି ତେଜସ୍ବୀ ସୂର୍ଯ୍ୟ ମଧ୍ୟ ଏହି ବିଜ୍ଞାପନକୁ ନିନ୍ଦା କରିଛନ୍ତି। ଦୀପାବଳି ଜସନ୍-ଏ-ରିୱାଜ୍। ଫାବଇଣ୍ଡିଆ ଏପରି ଲେଖି ହିନ୍ଦୁଙ୍କ ଭାବାବେଗକୁ ଆଘାତ ପହଞ୍ଚାଇଛି ବୋଲି କହିଛନ୍ତି ବିଧାୟକ ରାଜକୁମାର। ଫାବଇଣ୍ଡିଆ ୧୯୬୦ରେ ଆରମ୍ଭ ହୋଇଥିଲା । ଏହାକୁ ଆରମ୍ଭ କରିଥିଲେ ଜନ ବିସେଲ। ଏହାର ପ୍ରଥମ ରିଟେଲ ଷ୍ଟୋର ନୂଆଦିଲ୍ଲୀର ଗ୍ରେଟର କୈଳାସରେ ହୋଇଥିଲା ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details