ନୂଆଦିଲ୍ଲୀ:ଭାରତୀୟ ସେନାକୁ ହସ୍ତାନ୍ତରିତ ହେଲା ଏକାଧିକ ଅତ୍ୟାଧନୁିକ ତଥା ସ୍ବେଦଶୀ ନିର୍ମିତ ଯୁଦ୍ଧାସ୍ତ୍ର ଓ ସାମରିକ ରରଞ୍ଜାମ । ଏହି ସରଞ୍ଜାମ ମଧ୍ୟରେ ଆଣ୍ଟି ପର୍ସନାଲ ମାଇନ ନିପୁନ (anti-personnel mine Nipun) ଓ ଫ୍ୟୁଟୁରିଷ୍ଟିକ ଇନଫ୍ୟାଣ୍ଟ୍ରୀ ସିଷ୍ଟମ (F-INSAS) ରହିଛି । ଆଜି (ମଙ୍ଗଳବାର) ନୂଆଦିଲ୍ଲୀ ସ୍ଥିତ ପ୍ରତିରକ୍ଷା ମନ୍ତ୍ରାଣାଳୟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସେନାକୁ ଏହି ଯୁଦ୍ଧାସ୍ତ୍ର ହସ୍ତାନ୍ତର କରିଛନ୍ତି (F-INSAS handed over to Indian Army) । ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେଙ୍କ ସମେତ ଅନ୍ୟ କିଛି ବରିଷ୍ଠ ସେନାଧିକାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମ ବେଳେ ସେନାର ଜଣେ F-INSAS ଯବାନ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅତ୍ୟାଧୁନିକ AK-203 ରାଇଫଲର ଫିଚର ଓ ମାରକ କ୍ଷମତା ସମ୍ପର୍କରେ ଅବଗତ କରିଥିଲେ । ଏହି ଅତ୍ୟାଧୁନିକ AK-203 ଆସଲ୍ଟ ରାଇଫଲ, ଋଷ-ଭାରତ ଯୁଗ୍ମ ଭେଞ୍ଚର ଢାଞ୍ଚାରେ ଉତ୍ତର ପ୍ରଦେଶର ଆମେଥିରେ ପ୍ରତିଷ୍ଠା ହେବାକୁ ଥିବା ଅତ୍ୟାଧୁନିକ ରାଇଫଲ କାରଖାନାରେ ଉତ୍ପାଦିତ ହେବାକୁ ଯାଉଛି । ବିଶ୍ବର ଅତ୍ୟାଧୁନିକ ମାରଣାସ୍ତ୍ର ତାଲିକାରେ ଥିବା ଏହି ଶକ୍ତିଶାଳୀ ରାଇଫଲ ଋଷ ଜ୍ଞାନକୌଶଳରେ ଭାରତରେ ଉତ୍ପାଦନ ହେବ । ଉତ୍ପାଦନ ଆରମ୍ଭ ହେବାର 18 ମାସ ମଧ୍ୟରେ ଏହାକୁ ଭାରତୀୟ ସେନାକୁ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି ।