ନୂଆଦିଲ୍ଲୀ: ୟୁକ୍ରେନ ଋଷିଆ ଉତ୍ତେଜନା ମୂଳକ ସ୍ଥିତି ଆଫଗାନ ସଂକଟ, ହିନ୍ଦ-ପ୍ରଶାନ୍ତ ମହାସାଗରରେ ଚୀନର ବିସ୍ତାରବାଦ ନୀତି ଓ ମହାମାରୀ କୋରନା ସଂକଟ ମଧ୍ୟରେ ଆରମ୍ଭ ହୋଇଛି କ୍ବାଡ ବୈଦେଶିକ ମନ୍ତ୍ରୀ ସମ୍ମିଳନୀ (Quad Foreign Ministers Meeting) ।
ସମ୍ମିଳନୀରେ ଭାରତ ପକ୍ଷରୁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଭାଗ ନେଇ ଭାରତର ଲକ୍ଷ୍ୟ ଉଦ୍ଦେଶ୍ୟ ଓ ଦାୟିତ୍ବ ଉପରେ ସ୍ପଷ୍ଟ ମତ ରଖିଛନ୍ତି । ଜୟଶଙ୍କର କହିଛନ୍ତି ଆମେ ବର୍ତ୍ତମାନର ସଂକଟ ସମୟରେ ମାନବ ଜାତିର ସୁରକ୍ଷା ପାଇଁ ଚାଲିଥିବା ଟିକା କରଣକୁ ଅନ୍ତିମରୁ ଅନ୍ତିମ ବ୍ୟକ୍ତି ପର୍ଯ୍ୟନ୍ତ ପହଞ୍ଚାଇବା ଓ କ୍ବାଡର ଢାଞ୍ଚାଗତ ପରିବର୍ତ୍ତନ ପାଇଁ ଯୋର ଦେଇଛୁ । ଜୟଶଙ୍କର ଆହୁରି କହିଛନ୍ତି ଆମେ ଚତୁର୍ଥ କ୍ବାଡ ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ବିଭିନ୍ନ ବୈଶ୍ବୟିକ ସଂକଟକୁ ନେଇ ଆଲୋଚନା କରିଛୁ । ବିଶେଷ କରି କୋରନାକୁ ପରାସ୍ତ ପାଇଁ ସମସ୍ତ କ୍ବାଡ ରାଷ୍ଟ୍ର ଏକସ୍ବରରେ ସହମତ ହୋଇଛନ୍ତି ।
ସେହିପରି ଜୟଶଙ୍କର କହିଛନ୍ତି ଆମେ ଆମର ଏସିଆନ ଭାଗିଦାରୀ (ASEAN partners) ଙ୍କ କ୍ଷେତ୍ରରେ ଶାନ୍ତି, ମୈତ୍ରୀ, ସ୍ଥିରତା ଓ ବିକାଶକୁ ସମୃଦ୍ଧି କରିବା ପାଇଁ ଆମର(କ୍ବାଡ) ସମର୍ଥନ ଜାରି ରଖିବୁ । ଏହାସହ ସେ କହିଛନ୍ତି ଆମେ ଏମିତି ଏଜେଣ୍ଡା ନିର୍ମାଣ କରୁଛୁ ଯେଉଁଥିରେ ହିନ୍ଦ-ପ୍ରଶାନ୍ତ ମହାସାଗର ଅଞ୍ଚଳର ଦୃଷ୍ଟିକୋଣକୁ ଆଗକୁ ବଢାଇବ । ଆମେ ସମସାମୟିକ ମୁଦ୍ଦାକୁ ପୂରଣ କରିପାରୁଥିବା ସାମୁହିକ ପ୍ରୟାସ ମାଧ୍ୟମରେ ହିନ୍ଦ-ପ୍ରଶାନ୍ତ ଅଞ୍ଚଳରେ ଶାନ୍ତି, ସ୍ଥିରତା ଓ ଆର୍ଥିକ ସମୃଦ୍ଧିକୁ ଆଗକୁ ବଢାଇବାକୁ ଇଛୁକ ।