ଓଡିଶା

odisha

ETV Bharat / bharat

ଜାତିସଂଘ ସେକ୍ରେଟେରୀ ଜେନେରାଲଙ୍କୁ ଭେଟିଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର - ସଂଯୁକ୍ତ ରାଷ୍ଟ୍ର ମହାସଚିବ ଏଣ୍ଟୋନିୟ ଗୁଟରେସ

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗତକାଲି (ମଙ୍ଗଳବାର) ସଂଯୁକ୍ତ ରାଷ୍ଟ୍ର(UN) ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଅ ଗୁଟାରେସଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତ ଆଲୋଚନା ଅବସରରେ ଆଫଗାନ ସ୍ଥିତି ନେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଚନା କରିଛନ୍ତି । ଅଧିକ ପଢନ୍ତୁ ...

External affairs minister S jaishankar
External affairs minister S jaishankar

By

Published : Aug 18, 2021, 8:55 AM IST

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଗତକାଲି (ମଙ୍ଗଳବାର) ସଂଯୁକ୍ତ ରାଷ୍ଟ୍ର(UN) ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଅ ଗୁଟାରେସଙ୍କୁ ସାକ୍ଷାତ କରିଛନ୍ତି । ସାକ୍ଷାତ ଆଲୋଚନା ଅବସରରେ ଆଫଗାନ ସ୍ଥିତି ନେଇ ଦୀର୍ଘ ସମୟ ପର୍ଯ୍ୟନ୍ତ ସେ ଆଲୋଚନା କରିଛନ୍ତି । ଯାହା ନିଜେ ଟ୍ବିଟ କରି ଜୟଶଙ୍କର ସୂଚନା ଦେଇଛନ୍ତି ।

ଭାରତ ଚଳିତ ଅଗଷ୍ଟ ମାସ ପାଇଁ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷ ଅଛି । ଯେଉଁଥିପାଇଁ ଚଳିତ ସପ୍ତାହରେ ହେବାକୁ ଥିବା ୨ ଟି ଗୁରୁତ୍ବପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିବା ପାଇଁ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆମେରିକା ଗସ୍ତରେ ଅଛନ୍ତି । ଆମେରିକା ଗସ୍ତ ପୂର୍ବରୁ ଜୟଶଙ୍କର ତାଙ୍କର ଆମେରିକା ପ୍ରତିପକ୍ଷଙ୍କ ସହ ଆଫଗାନ ସ୍ଥିତି ନେଇ ଫୋନ ଯୋଗେ ଆଲୋଚନା କରିଥିଲେ । ଆଲୋଚନାରେ କାବୁଲ ବିମାନ ବନ୍ଦରକୁ ପୁଃନ କାର୍ଯ୍ୟକ୍ଷମ କରିବାକୁ ଜୋର ଦେଇଥିଲେ ଜୟଶଙ୍କର । ଫଳରେ ଭାରତ ସମେତ ବିଦେଶୀ ନାଗରିକଙ୍କୁ ଉଦ୍ଧାର କରିବା ସହଜ ହୋଇଥିଲା ।

ସେପଟେ ଜୟଶଙ୍କରଙ୍କ ଆମେରିକା ଗସ୍ତକୁ ନେଇ ଆମେରିକା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି ଭାରତ ଓ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ କାବୁଲ ସ୍ଥିତି ନେଇ ଆଲୋଚନା ହୋଇଛି । ସ୍ଥିତି ଉପରେ ଉଭୟ ଦେଶ କଡା ନଜର ରଖିଛନ୍ତି । ଭବିଷ୍ୟତକୁ ନେଇ ଆଲୋଚନା ହୋଇଛି ।

ଆଜି ଜାତିସଂଘରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ । ଯେଉଁଥିରେ ସଂରକ୍ଷଣ, ସୁରକ୍ଷା, ପ୍ରଦ୍ଦ୍ୟୋଗିକ ଓ ଶାନ୍ତି ସ୍ଥିରତା ବଜାୟ ରଖିବା ପାଇଁ ଖୋଲା ବିତର୍କ ହେବ । ଏହାବାଦ ଆସନ୍ତାକାଲି (ଗୁରୁବାର) ମଧ୍ୟ ଜାତିସଂଘରେ ଆନ୍ତର୍ଜାତୀୟ ସମୂହ ପାଇଁ ଶାନ୍ତି ଓ ସୁରକ୍ଷା ପ୍ରତି ଥିବା ଆହ୍ବାନ ସମ୍ପର୍କରେ ବିସ୍ତୃତ ଆଲୋଚନା ହେବ । ଉଭୟ ବୈଠକରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଅଧ୍ୟକ୍ଷତା କରିବେ ।

@ANI

ABOUT THE AUTHOR

...view details