ଓଡିଶା

odisha

ETV Bharat / bharat

ଆଜିଠୁ 7 ଦିନିଆ ବିଦେଶ ଗସ୍ତରେ ବୈଦେଶିକ ମନ୍ତ୍ରୀ - ବିଦେଶ ଗସ୍ତରେ ବୈଦେଶିକ ମନ୍ତ୍ରୀ

ଆଜିଠୁ ଅକ୍ଟୋବର 11 ତାରିଖ ଯାଏଁ ବିଦେଶ ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଏହି ଗସ୍ତରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଗସ୍ତ କରିବେ ବୈଦେଶିକ ମନ୍ତ୍ରୀ । ଅଧିକ ପଢନ୍ତୁ

ଆଜିଠୁ 7 ଦିନିଆ ବିଦେଶ ଗସ୍ତରେ ବୈଦେଶିକ ମନ୍ତ୍ରୀ
ଆଜିଠୁ 7 ଦିନିଆ ବିଦେଶ ଗସ୍ତରେ ବୈଦେଶିକ ମନ୍ତ୍ରୀ

By

Published : Oct 5, 2022, 10:53 AM IST

ନୂଆଦିଲ୍ଲୀ:ବିଦେଶ ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଆଜିଠୁ (ବୁଧବାର) ଅକ୍ଟୋବର 11 ଯାଏଁ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡ ଗସ୍ତ କରିବେ ଜୟଶଙ୍କର । ଆସନ୍ତାକାଲି (ଗୁରୁବାର) ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଡା ଆର୍ଡନଙ୍କ ସହିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ସହ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ସହିତ ଦେଶର ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ନେଇ ଆଲୋଚନା କରିବେ । ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି ।

ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆସନ୍ତାକାଲି (ଗୁରୁବାର) ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଡା ଆର୍ଡେନଙ୍କ ସହ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ଏହି କାର୍ଯ୍ୟକ୍ରମରେ ଭାରତୀୟ ସମୁଦାୟ ଲୋକଙ୍କୁ ସମ୍ମାନିତ କରିବେ । ଏହା ସହ ଦୁଇ ନେତା ନ୍ୟୁଜିଲାଣ୍ଡରେ ଭାରତର ସ୍ବାଧୀନତା ଅମୃତ ମହୋତ୍ସବ କାର୍ଯ୍ୟକ୍ରମକୁ ନେଇ ପ୍ରଦର୍ଶିତ 'ଇଣ୍ଡିଆ @75' ଡାକ ଟିକଟ ଜାରି କରିବେ । ଏହା ସହିତ ମୋଦି@20 ଡ୍ରିମ୍ସ ମିନ ଡେଲିଭର ପୁସ୍ତକର ବିମୋଚନ କରିବେ ଏସ ଜୟଶଙ୍କର । ଏହା ପରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଜୟଶଙ୍କର ଶିଖ ସମୁଦାୟଙ୍କ ସହ ଜଡିତ ଏକ ବିଶେଷ ପୁସ୍ତକ ଉନ୍ମୋଚନ କରିବେ । ନ୍ୟୁଜିଲାଣ୍ଡ ପ୍ରତିପକ୍ଷ ନାନନୟା ମହୁତାଙ୍କ ସହିତ ଦ୍ବିପାକ୍ଷିକ ବୈଠକ କରିବେ ଯେଉଁଥିରେ ଦୁଇ ଦେଶର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ଅନ୍ୟାନ୍ୟ ମନ୍ତ୍ରୀ, ସାଂସଦ, ବ୍ୟପାର ସମ୍ପ୍ରଦାୟ ଏବଂ ଭାରତୀୟ ସମ୍ପ୍ରଦାୟର ଲୋକ, ସମ୍ପ୍ରଦାୟ ତଥା ସ୍ବେଚ୍ଛାସେବୀ କ୍ଷେତ୍ର, ବିବିଧତା, ଅନ୍ତର୍ଭୁକ୍ତତା ଏବଂ ଜାତି ସମ୍ପ୍ରଦାୟ ତଥା ଯୁବ ମନ୍ତ୍ରୀ ପ୍ରିୟଙ୍କା ରାଧାକ୍ରିଷ୍ଣନଙ୍କ ସହ ଆଲୋଚନା କରିବେ ।

ଏହା ବି ପଢନ୍ତୁ...PM Visit Himachal: ଆଜି ହିମାଚଳ ପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି

ଏସ ଜୟଶଙ୍କର ୱେଲିଙ୍ଗଟନରେ ଭାରତୀୟ ଦୂତବାସର ନବନିର୍ମିତ ନିର୍ମାଣ ହୋଇଥିବା ବିଲ୍ଡିଂ ମଧ୍ୟ ଉଦଘାଟନ କରିବେ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ ଜୟଶଙ୍କର ଅଷ୍ଟ୍ରେଲିଆ ଗସ୍ତ ସମୟରେ କାନବ୍ରା ଏବଂ ସିଡନୀ ଯାତ୍ରା କରିବେ । ଚଳିତ ବର୍ଷ ଏହା ଜୟଶଙ୍କରଙ୍କ ଦ୍ବିତୀୟ ଅଷ୍ଟ୍ରେଲିଆ ଗସ୍ତ ହେବ । ଫେବୃଆରୀ 2022ରେ ମେଲବର୍ଣ୍ଣ ଗସ୍ତରେ ଯାଇ କବାଡା ଗ୍ରୁପ ବୈଦେଶିକ ମନ୍ତ୍ରୀଙ୍କ ଏକ ସଭାରେ ଯୋଗ ଦେଇଥିଲେ । ଅଷ୍ଟ୍ରେଲିଆ ପ୍ରତିପକ୍ଷ ପେନି ୱାଙ୍ଗ ଓ ଉପ ପ୍ରଧାନମନ୍ତ୍ରୀ ରାଚର୍ଡ ମାର୍ଲସଙ୍କ ସହ ବୈଠକ କରିବେ ।

ABOUT THE AUTHOR

...view details