କୁଏତ ସିଟି: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଗୁରୁବାର ଦ୍ବିପାକ୍ଷିକ ଗସ୍ତରେ କୁଏତରେ ପହଞ୍ଚିଛନ୍ତି । ତୈଳ ଉତ୍ପାଦନକାରୀ ଦେଶ ସହ ଭାରତର ସମ୍ପର୍କକୁ ଆହୁରି ମଜବୁତ୍ କରିବା ପାଇଁ ସେ ଏହି ଗସ୍ତ କରିଛନ୍ତି ।
ଶକ୍ତି, ବାଣିଜ୍ୟ, ପୁଞ୍ଜି ବିନିଯୋଗ, ମାନବ ଶକ୍ତି ଏବଂ ଶ୍ରମ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଭଳି କ୍ଷେତ୍ରରେ ଉଭୟ ଦେଶର ସମ୍ପର୍କକୁ ମଜବୁତ କରିବା ପାଇଁ ପ୍ରାୟ ତିନିମାସ ପୂର୍ବରୁ ନିଷ୍ପତ୍ତି ହୋଇଥିଲା । ଏହି ସମସ୍ତ କ୍ଷେତ୍ର ପାଇଁ ଏକ ଢାଞ୍ଚା ଗଠନ ଲାଗି ଦୁଇ ଦେଶର ମିଳିତ ମନ୍ତ୍ରୀ ଆୟୋଗ ଗଠନ କରିବେ ବୋଲି ଜଣାପଡିଛି । ଗତ ମାର୍ଚ୍ଚ ମାସରେ କୁଏତ ବୈଦେଶିକ ମନ୍ତ୍ରୀ ଶେଖ ଅହମ୍ମଦ ନସିର ଅଲ-ମହମ୍ମଦ ଅଲ-ସବାହ ମଧ୍ୟ ଭାରତ ଗସ୍ତରେ ଆସିଥିଲେ । ଉଭୟ ସରକାର ମିଶି ମିଳିତ କମିଶନ ଗଠନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।