ଓଡିଶା

odisha

ETV Bharat / bharat

Story of Sengol:ନୂଆ ସଂସଦର ସ୍ଥାପିତ ହେଲା ରାଜଦଣ୍ଡ, ପରମ୍ପରା ଉପରେ ବିରୋଧୀଙ୍କ ପ୍ରଶ୍ନ - ସେଙ୍ଗୋଲକୁ ନେଇ ବିବାଦ

ନୂଆ ସଂସଦ ଭବନରେ ସ୍ଥାପିତ ହେଲା ଐତିହାସିକ ରାଜଦଣ୍ଡ 'ସେଙ୍ଗୋଲ' । ବିରୋଧୀ ସିଙ୍ଗୋଲ ପରମ୍ପରା ଉପରେ ପ୍ରଶ୍ନ କରିଛନ୍ତି । ଅଧିକ ପଢନ୍ତୁ

ସେଙ୍ଗୋଲକୁ ନେଇ ବିବାଦ
Story of Sengol

By

Published : May 28, 2023, 8:24 AM IST

Updated : May 28, 2023, 8:32 AM IST

ନୂଆଦିଲ୍ଲୀ:ଆଜି ଗଣତନ୍ତ୍ରର ମନ୍ଦିର ନୂଆ ଭାରତର ନୂଆ ସଂସଦ ଭବନ ଲୋକାର୍ପଣ ହୋଇଛି । ସଂସଦ ଭବନ ଉଦଘାଟନ ସହିତ ନୂଆ ସଂସଦ ଭବନରେ ସେଙ୍ଗୋଲ ବା ରାଜଦଣ୍ଡ ସ୍ଥାପିତ ହୋଇଛି । ଭାରତୀୟ ସଂସ୍କୃତି ଓ ଧାର୍ମିକ ପ୍ରତୀକ ଭାବେ ରାଜଦଣ୍ଡ 'ସେଙ୍ଗୋଲ'କୁ ଲୋକସଭା ବାଚସ୍ପତିଙ୍କ ଆସନ ପାର୍ଶ୍ବରେ ସ୍ଥାପନା କରାଯାଇଛି । ଏହା ତାମିଲ ଶଦ୍ଦ ସେମାଲ (ଶଙ୍ଖର ଅର୍ଥ ବହନ କରୁଥିବା ଶଦ୍ଦ)ରୁ ଆସିଛି । ଏହି ସେଙ୍ଗୋଲ ସତ୍ୟ ଓ ପବିତ୍ରତାକୁ ବୁଝାଉଛି । ଏହାର ସ୍ବତନ୍ତ୍ର ଇତିହାସ ମଧ୍ୟ ରହିଛି । ଏହି ସେଙ୍ଗୋଲକୁ ଆହ୍ଲାବାଦର ଏକ ସଂଗ୍ରହାଳୟରେ ରଖାଯାଇଥିଲା ।

ଗତକାଲି (ଶନିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାମିଲନାଡୁର 21 ଜଣିଆ ଅଧିନମ୍ ମଠ ମହନ୍ତ ରାଜଦଣ୍ଡ ହସ୍ତାନ୍ତର କରିଛନ୍ତି । ୧୯୪୭ ମସିହା ଅଗଷ୍ଟ ୧୪ ତଥା ଦେଶ ସ୍ବାଧୀନତା ସମୟରେ ପଣ୍ଡିତ ଜବାହାର ଲାଲ ନେହେରୁ ଏହାକୁ ଇଂରେଜ ମାନଙ୍କ ଠାରୁ ଗ୍ରହଣ କରିଥିଲେ । ନୂଆ ସଂସଦ ଭବନ ଉଦଘାଟନକୁ ନେଇ ସେଙ୍ଗୋଲ ସ୍ଥାପନା ଯାଏ ସବୁଥିରେ ବିବାଦ ଦେଖିବାକୁ ମିଳିଛି ।

କଂଗ୍ରେସ, ସପା ଓ ବାମ ଦଳ ନେତା ସେଙ୍ଗୋଲ ପରମ୍ପରା ଉପରେ ପ୍ରଶ୍ନ ଉଠାଇଛନ୍ତି । କେନ୍ଦ୍ର ସରକାର ନୂଆ ସଂସଦ ଭବନରେ ରାଜଦଣ୍ଡ 'ସେଙ୍ଗୋଲ'କୁ ଲୋକସଭା ବାଚସ୍ପତିଙ୍କ ଆସନ ପାର୍ଶ୍ବରେ ସ୍ଥାପନା କରିଛନ୍ତି । ଏହି ‘ସେଙ୍ଗୋଲ’ ଆମ ଦେଶର ପରମ୍ପରା ଓ ଐତିହ୍ୟ ସମେତ ସନାତନ ସଂସ୍କୃତି ସହ ଜଡିତ । ଇତିହାସରେ ବି ସେଙ୍ଗୋଲର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା । ୧୯୪୭ ମସିହା ଅଗଷ୍ଟ ୧୪ ତଥା ଦେଶ ସ୍ବାଧୀନତା ସମୟରେ ପଣ୍ଡିତ ଜବାହାରଲାଲ ନେହେରୁ ଏହାକୁ ଇଂରେଜ ମାନଙ୍କ ଠାରୁ ଗ୍ରହଣ କରିଥିଲେ ।

କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ, ଇଂରେଜମାନେ ଭାରତକୁ କ୍ଷମତା ହସ୍ତାନ୍ତର କରିବା ସମୟରେ ଶେଷ ବ୍ରିଟିଶ ଭାଇସରାୟ ଲର୍ଡ ମାଉଣ୍ଟବ୍ୟାଟେନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବହାରଲାଲ ନେହେରୁଙ୍କୁ ଭାରତୀୟ ପରମ୍ପରା ଅନୁସାରେ କ୍ଷମତା ହସ୍ତାନ୍ତର ପ୍ରତୀକ କଣ ହୋଇପାରେ ବୋଲି ପ୍ରଶ୍ନ କରିଥିଲେ । ନେହେରୁ ଏ ସମ୍ପର୍କରେ ସି. ରାଜଗୋପାଳଚାରୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ପରେ ତାମିଲ ପରମ୍ପରା ଅନୁସାରେ ପୂଜକଙ୍କ ଦ୍ବାରା ଦିଆଯାଇଥିବା ଏହି ସେଙ୍ଗୋଲ ଭଳି ଏକ ସ୍ମରଣୀୟ ପ୍ରତୀକର କଥା କହିଥିଲେ । 1947 ଅଗଷ୍ଟ 14ରେ ରାତ୍ରୀକୁ ମଠ ପ୍ରମୁଖ ସେଙ୍ଗୋଲକୁ ପରମ୍ପରା ଅନୁସାରେ ଲଡ ମାଉଣ୍ଟବ୍ୟାଟେନଙ୍କୁ ହସ୍ତାନ୍ତର କରିଥିଲେ । ଏହା ପରେ ସେ ପୁନଃ ଲଡ ମାଉଣ୍ଟବ୍ୟାଟେନଙ୍କଠୁ ସ୍ବୀକାର କରିଥିଲେ । ଗଙ୍ଗା ନଦୀର ପବିତ୍ର ଜଳରେ ଏହାକୁ ଶୁଦ୍ଧ କରାଯାଇଥିଲା । ଶୋଭାଯାତ୍ରା ସହ ପଣ୍ଡିତ ଜବାହାର ଲାଲ ନେହେରୁଙ୍କ ପାଖକୁ ଏହି 5ଫୁଟ ଲମ୍ବ ରାଜଦଣ୍ଡକୁ ନିଆଯାଇଥିଲା ।

ସେଙ୍ଗୋଲକୁ ନେଇ ବିରୋଧୀଙ୍କ ପ୍ରଶ୍ନ:ନୂଆ ସଂସଦ ଭବନରେ ସ୍ଥାପିତ ହେବାକୁ ଥିବା ସେଙ୍ଗୋଲକୁ ନେଇ ବିରୋଧୀ ପ୍ରଶ୍ନ କରିଛନ୍ତି । ବିଶେଷ କରି କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି ମଧ୍ୟରେ ସେଙ୍ଗୋଲକୁ କଥା କଟାକଟି ହୋଇଥିବା ଦେଖିବାକୁ ମିଳିଛି । ନୂଆ ସଂସଦ ଭବନ ଲୋକାର୍ପଣଠୁ ନେଇ ସେଙ୍ଗୋଲ ସ୍ଥାପନକୁ ନେଇ ରାଜନୀତି ସରଗରମ ହୋଇଥିବା ଦେଖିବାକୁ ମିଳିଛି । 21 ଦଳ ସଂସଦ ଭବନ ଉଦଘାଟନକୁ ବର୍ଜନ କରିଛନ୍ତି । ନୂଆ ସଂସଦ ଭବନ ପ୍ରଧାନମନ୍ତ୍ରୀ ନୁହେଁ ରାଷ୍ଟ୍ରପତି ଉଦଘାଟନ କରନ୍ତୁ ବୋଲି ଦାବି କରିଥିଲେ ବିରୋଧୀ । ଏନେଇ ସୁପ୍ରିମକୋର୍ଟରେ ଏକ ଯାଚିକା ମଧ୍ୟ ଦାୟର ହୋଇଥିଲା ।

କଂଗ୍ରେସ ନେତା ଜୟରାମ ରମେଶ ସେଙ୍ଗୋଲକୁ ବିରୋଧ କରିଛନ୍ତି । ସେ କହିଛନ୍ତି ଦେଶ ସ୍ବାଧୀନ ହେବା ପୂର୍ବରୁ ବ୍ରିଟିଶମାନେ ନେହେରୁଙ୍କୁ ସେଙ୍ଗୋଲ ହସ୍ତାନ୍ତର କରୁଥିବାର କୌଣସି ଡକ୍ୟୁମେଣ୍ଟାରୀ ନାହିଁ । ଲର୍ଡ ମାଉଣ୍ଟବ୍ୟାଟେନ, ନେହେରୁ ଓ ରାଜାଜୀଙ୍କୁ ନେଇ ଉପସ୍ଥାପିତ ସେଙ୍ଗୋଲ ଇତିହାସକୁ ଭିତ୍ତିହୀନ ବୋଲି କହିଛନ୍ତି କଂଗ୍ରେସ ନେତା ଜୟରାମ ରମେଶ ।

ସପା ନେତା ଅଖିଳେଶ ଯାଦବ କହିଛନ୍ତି, ଏମିତି ଲାଗୁଛି ଭାଜପା ହାର ମାନି ନେଇଛି । ତେଣୁ ଏହି ସେଙ୍ଗୋଲ ପରମ୍ପରା ପାଳନ କରୁଛି । ଜୟରାମଙ୍କ ଏହି ମନ୍ତବ୍ୟ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବିରୋଧୀଙ୍କ ମନ୍ତବ୍ୟକୁ ସମାଲୋଚନା କରିବା ସହ ଏହା ଲଜ୍ଜାଜନକ ଅପମାନ ଓ ଭାରତୀୟ ସଂସ୍କୃତି ପ୍ରତି ଅପମାନ ବୋଲି କହିଛନ୍ତି ।

Last Updated : May 28, 2023, 8:32 AM IST

ABOUT THE AUTHOR

...view details