ଓଡିଶା

odisha

ETV Bharat / bharat

କଂଗ୍ରେସରେ ଯୋଗ ଦେଲେ ବିଜେପିରୁ ବହିଷ୍କୃତ ନେତା ହରକ ସିଂହ ରାୱତ - ବିଜେପିରୁ ବହିଷ୍କୃତ ନେତା ହରକ ସିଂହ ରାୱତ

ଗତ ଏକ ମାସ ତଳେ ଉତ୍ତରାଖଣ୍ଡ ସରକାରରୁ କ୍ୟାବିନେଟ ପଦବୀରୁ ବହିଷ୍କୃତ ହୋଇଥିଲେ ହରକ ସିଂ ରାୱତ (Harak Singh Rawat joins Congress)। ଏହା ସହ ସେ ଆଜି ନିଜ ପୁରୁଣା ଦଳ କଂଗ୍ରେସରେ ପୁଣି ସାମିଲ ହୋଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି। ଅଧିକ ପଢନ୍ତୁ

କଂଗ୍ରେସରେ ଯୋଗ ଦେଲେ ବିଜେପିରୁ ବହିଷ୍କୃତ ନେତା ହରକ ସିଂହ ରାୱତ
କଂଗ୍ରେସରେ ଯୋଗ ଦେଲେ ବିଜେପିରୁ ବହିଷ୍କୃତ ନେତା ହରକ ସିଂହ ରାୱତ

By

Published : Jan 21, 2022, 5:22 PM IST

ଡେରାଡୁନ: କଂଗ୍ରେସରେ ଯୋଗ ଦେଲେ ବିଜେପିରୁ ବହିଷ୍କୃତ ନେତା ହରକ ସିଂହ ରାୱତ (Harak Singh Rawat joins Congress) । ଗତ ଏକ ମାସ ତଳେ ଉତ୍ତରାଖଣ୍ଡ ସରକାରରୁ କ୍ୟାବିନେଟ ପଦବୀରୁ ବହିଷ୍କୃତ ହୋଇଥିଲେ ହରକ ସିଂ ରାୱତ (Expelled Uttarakhand BJP Minister Harak Singh Rawat) । ଏହା ସହ ସେ ଆଜି ନିଜ ପୁରୁଣା ଦଳ କଂଗ୍ରେସରେ ପୁଣି ସାମିଲ ହୋଇଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ଉପସ୍ଥିତିରେ କଂଗ୍ରେସରେ ଯୋଗ ଦେଇଛନ୍ତି । ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ହରାକ ସିଂ ରାୱତଙ୍କୁ ଉତ୍ତରଖଣ୍ଡର କ୍ୟାବିନେଟରୁ ବରଖାସ୍ତ କରାଯାଇଥିଲା । ସୋମବାର ଦିନ ବିଜେପିରୁ ବହିଷ୍କାର କରାଯାଇଛି । ସେ 2016 ରେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଥିଲେ ଯେ ସେ ଆମ ସହ ଥିବା ସମୟ ପର୍ଯ୍ୟନ୍ତ ହରକ ସିଂ ରାୱତଙ୍କୁ ସମ୍ମାନ ଦିଆଯାଉଥିଲା । ଯେତେବେଳେ ସେ କଂଗ୍ରେସରେ ଯୋଗଦେବା ରିପୋର୍ଟ ପ୍ରକାଶ ପାଇଲା ଏବଂ ଦଳ ବିରୋଧୀ କାର୍ଯ୍ୟ କଲେ। ସେତେବେଳେ ଦଳ ନିଷ୍ପତ୍ତି ନେଲା । ସୂଚନାଥାଉକି ୨୦୧୬ରେ ଯେଉଁ 10 ଜଣ ବିଧାୟକଙ୍କ କଂଗ୍ରେସରୁ ବିଜେପିକୁ ଆସିଥିଲେ । ସେମାନଙ୍କ ମଧ୍ୟରେ ହରକ ସିଂ ରାୱତ ଥିଲେ ଅନ୍ୟତମ ।

ହରକ ସିଂ ରାୱତ କଂଗ୍ରେସରେ ପୁନଃ ପ୍ରବେଶକୁ ନେଇ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ଅସନ୍ତୋଷ ପ୍ରକାଶ କରିଥିଲେ। ତେବେ ଦଳୀୟ ହାଇକମାଣ୍ଡଙ୍କ ବୁଝାସୁଝା ପରେ କଂଗ୍ରେସରେ ଗ୍ରୀନ ସିଗନାଲ ମିଳିଥିବା ଜଣାପଡିଛି। କଂଗ୍ରେସରେ ଯୋଗ ଦେବା ପରେ ହରକ ସିଂହ ରାୱତ କହିଛନ୍ତି ଯେ ମୁଁ କାହା ଉପରେ ରାଗି ନାହିଁ । ମୋତେ ଦଳରେ ଅନ୍ତର୍ଭୁକ୍ତ କରାଯିବ କି ନାହିଁ କଂଗ୍ରେସ ହାଇକମାଣ୍ଡ ନିଷ୍ପତ୍ତି ନେଇଛନ୍ତି। କଂଗ୍ରେସ ଦଳ ଯାହା ନିଷ୍ପତ୍ତି ନେବେ ମୁଁ ତାହା ଗ୍ରହଣ କରିବି। ମୁଁ କଂଗ୍ରେସକୁ କୌଣସି ସର୍ତ୍ତ କିମ୍ବା ଦାବି ରଖି ଫେରିନାହିଁ ବୋଲି ସେ କହିଛନ୍ତି ।

ସୂଚନାଥାଉକି ଆସନ୍ତା ଫେବୃୟାରୀ ୧୪ ରେ ଉତ୍ତରାଖଣ୍ଡରେ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ । ଉତ୍ତରାଖଣ୍ଡର ୭୦ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନ କଂଗ୍ରେସ ଓ ବିଜେପି ମଧ୍ୟରେ ଜୋରଦାର ଟକ୍କର ହେବାର ସମ୍ଭାବନା ରହିଛି।

@ANI

ABOUT THE AUTHOR

...view details