ନୂଆଦିଲ୍ଲୀ:ରାଜ୍ୟସଭା ନିର୍ବାଚନରେ ଦଳ ବିରୋଧରେ କ୍ରସଭୋଟିଂ କରି ବହିଷ୍କୃତ ହୋଇଥିବା ହରିୟାଣା କଂଗ୍ରେସ ବିଧାୟକ କୁଲଦୀପ ବିଷ୍ଣୋଇ ଆଜି (ରବିବାର) ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ଆଲୋଚନା କରିଛନ୍ତି । ଏହି ସାକ୍ଷାତକାର ସୌଜନ୍ୟମୂଳକ ଥିବା ନିଜ ଟ୍ବିଟରରେ ସୂଚନା ଦେଇଛନ୍ତି ବିଷ୍ଣୋଇ । ଏହାରି ମଧ୍ୟରେ କଂଗ୍ରେସରୁ ବହିଷ୍କୃତ ହେବା ପରେ ସେ ଖୁବଶୀଘ୍ର ବିଜେପିରେ ସାମିଲ ହେବା ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇସାରିଛି ।
ନଡ୍ଡା ଓ ଶାହଙ୍କୁ ଭେଟିଲେ କଂଗ୍ରେସରୁ ବହିଷ୍କୃତ ବିଧାୟକ କୁଲଦୀପ ବିଷ୍ଣୋଇ - ଶାହାଙ୍କୁ ଭେଟିଲେ କୁଲଦୀପ ବିଷ୍ଣୋଇ
ଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି କଂଗ୍ରେସରୁ ବହିଷ୍କୃତ ହରିୟାଣା ବିଧାୟକ କୁଲଦୀପ ବିଷ୍ଣୋଇ । ଖୁବଶୀଘ୍ର ପଦ୍ମ ଧରିବା ନେଇ ଚର୍ଚ୍ଚା । ରାଜ୍ୟସଭା କ୍ରସଭୋଟିଂ ଅଭିଯୋଗରେ ବହିଷ୍କୃତ କରିଥିଲା କଂଗ୍ରେସ । ଅଧିକ ପଢନ୍ତୁ
ନଡ୍ଡା ଓ ଶାହଙ୍କୁ ଭେଟିଲେ ବହିସ୍କୃତ କଂଗ୍ରେସରୁ ବହିସ୍କୃତ ହରିୟାଣା ବିଧାୟକ କୁଲଦୀପ ବିଷ୍ଣୋଇ
ଗତ ରାଜ୍ୟସଭା ନିର୍ବାଚନରେ ବିଷ୍ଣୋଇ କ୍ରସ ଭୋଟିଂ କରିଥିବା ଅଭିଯୋଗ ହୋଇଥିଲା । ଏପରିକି ଏହି କାରଣରୁ ଦଳର ବରିଷ୍ଠ ନେତା ଅଜୟ ମାକନ ମଧ୍ୟ ସାମାନ୍ୟ ବ୍ୟବଧାନରେ ବିଜେପି ପ୍ରାର୍ଥୀଙ୍କ ଠାରୁ ପରାଜୟ ସ୍ବାଦ ଚାଖିବା ପାଇଁ ବାଧ୍ୟ ହୋଇଥିଲେ । ପରେ ବିଷ୍ଣୋଇଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲା । ଏବେ ବିଷ୍ଣୋଇ ଶୀର୍ଷ ବିଜେପି ନେତାଙ୍କ ସହ ସାକ୍ଷାତ କରିବା ଘଟଣା ଖୁବଶୀଘ୍ର ସେ ପଦ୍ମ ଧରିପାରନ୍ତି ବୋଲି ଲାଗି ରହିଥିବା ଚର୍ଚ୍ଚାକୁ ଆଉ ଟିକେ ସ୍ପଷ୍ଟ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ