ଓଡିଶା

odisha

ନୀତିଶ କ୍ୟାବିନେଟ ବିସ୍ତାର, ଶାହନୱାଜଙ୍କ ସମେତ ୧୭ ମନ୍ତ୍ରୀ ନେଲେ ଶପଥ

By

Published : Feb 9, 2021, 3:58 PM IST

ମଙ୍ଗଳବାର ହୋଇଛି ନୀତିଶ କୁମାର ମନ୍ତ୍ରୀମଣ୍ଡଳର ବିସ୍ତାର । ମୋଟ ୧୭ ଜଣ ମନ୍ତ୍ରୀଙ୍କୁ ଶପଥ ଗ୍ରହଣ କରାଇଛନ୍ତି ରାଜ୍ୟପାଳ ଫଗୁ ଚୌହାନ । ଅଧିକ ପଢନ୍ତୁ...

ନୀତିଶ କ୍ୟାବିନେଟ ବିସ୍ତାର, ଶାହନୱାଜଙ୍କ ସମେତ ୧୭ ମନ୍ତ୍ରୀ ନେଲେ ଶପଥ
ନୀତିଶ କ୍ୟାବିନେଟ ବିସ୍ତାର, ଶାହନୱାଜଙ୍କ ସମେତ ୧୭ ମନ୍ତ୍ରୀ ନେଲେ ଶପଥ

ପାଟନା: ବିହାରରେ ଦୀର୍ଘ ଦିନର ଟଣାଓଟରା ପରେ ଶେଷରେ ମଙ୍ଗଳବାର ହୋଇଛି ନୀତିଶ କୁମାର ମନ୍ତ୍ରୀମଣ୍ଡଳର ବିସ୍ତାର । ମୋଟ ୧୭ ଜଣ ମନ୍ତ୍ରୀଙ୍କୁ ଶପଥ ଗ୍ରହଣ କରାଇଛନ୍ତି ରାଜ୍ୟପାଳ ଫଗୁ ଚୌହାନ । ଶପଥ ନେଇଥିବା ମନ୍ତ୍ରୀଙ୍କ ମଧ୍ୟରେ ବିଜେପିରୁ ୯ ଓ ଜେଡିୟୁରୁ ୮ ଜଣ ସାମିଲ ଅଛନ୍ତି ।

ବିଜେପି ପକ୍ଷରୁ ବିଧାନପରିଷଦ ସଦସ୍ୟ ଶାହନୱାଜ ହୁସେନ ଓ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଭାଇ ନୀରଜ ସିଂହ ବବଲୁଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି ।

ବିଜେପି କୋଟାରୁ ମନ୍ତ୍ରୀ

ଯୁବ ଚେହେରାକୁ ଗୁରୁତ୍ବ

ଗୋଟିଏ ପକ୍ଷରେ ବିଜେପି ଯୁବ ଚେହେରାଙ୍କୁ ଗୁରୁତ୍ବ ଦେଇଥିବା ବେଳେ ଜେଡିୟୁ ଅନୁଭବୀ ଓ ଯୁବ ଉଭୟର ତାଳମେଳ କରିବାକୁ ପ୍ରୟାସ କରିଛି । ସଂଖ୍ୟାଲଘୁ ଚେହେରା ଭାବେ ବହୁଜନ ସମାଜ ପାର୍ଟିରୁ ଆସିଥିବା ଜମା ଖାନଙ୍କୁ ମନ୍ତ୍ରୀ କରିଛି ଜେଡିୟୁ । ସେପଟେ ବିଜେପି ମଧ୍ୟ ଶାହନାୱାଜ ହୁସେନଙ୍କୁ ମନ୍ତ୍ରୀ ପଦରେ ବସାଇଛି ।

ବିଜେପି କୋଟାରୁ ମନ୍ତ୍ରୀ

ବିଜେପି କୋଟାରୁ ମନ୍ତ୍ରୀ

ନୀତିଶ କ୍ୟାବିନେଟରେ ବିଜେପି ପକ୍ଷରୁ ଶାହନୱାଜ ହୁସେନଙ୍କ ସମେତ ସମ୍ରାଟ ଚୌଧୁରୀ, ସୁଭାଷ ସିଂହ, ଆଲୋକ ରଞ୍ଜନ ଝା, ପ୍ରମୋଦ କୁମାର, ଜନକରାମ, ନାରାୟଣ ପ୍ରସାଦ, ନିତିନ ନବୀନ, ନୀରଜ ସିଂହ ବବଲୁ ମନ୍ତ୍ରୀ ହୋଇଛନ୍ତି ।

ବିଜେପି କୋଟାରୁ ମନ୍ତ୍ରୀ

ଜେଡିୟୁ କୋଟାରୁ ମନ୍ତ୍ରୀ

ସେପଟେ ଜେଡିୟୁ ପକ୍ଷରୁ ପୂର୍ବତନ ମନ୍ତ୍ରୀ ଶ୍ରବଣ କୁମାରଙ୍କୁ ପୂନର୍ବାର ମନ୍ତ୍ରୀ କରାଯାଇଛି । ଏହା ସମେତ ଲେସି ସିଂହ, ସଞ୍ଜୟ ଝା, ମଦନ ସାହନୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ ଭାବରେ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି । ସେହିପରି ନିର୍ଦଳୀୟ ସୁମିତ କୁମାର ସିଂହ, ଜୟନ୍ତ ରାଜ ଓ ସୁନୀଲ କୁମାର ମଧ୍ୟ ନେଇଛନ୍ତି ମନ୍ତ୍ରୀ ପଦର ଶପଥ ।

ଜେଡିୟୁ କୋଟାରୁ ମନ୍ତ୍ରୀ

ମନ୍ତ୍ରୀମଣ୍ଡଳ ବିସ୍ତାରରେ ଏନଡିଏରେ ସାମିଲ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଓ ବିକାଶଶୀଳ ଇନସାନ ପାର୍ଟିରୁ କାହାକୁ ମନ୍ତ୍ରୀ କରାଯାଇନାହିଁ ।

ଜେଡିୟୁ କୋଟାରୁ ମନ୍ତ୍ରୀ

ABOUT THE AUTHOR

...view details