ଓଡିଶା

odisha

ETV Bharat / bharat

Exit Poll 2022: ଉତ୍ତରାଖଣ୍ଡ, ଗୋଆ ଓ ମଣିପରୁରେ କଡା ଟକ୍କର ! - ଏକଜିଟ ପୋଲ ୨୦୨୨

ଆଜି ୫ ରାଜ୍ୟରେ ଭୋଟିଂ ଶେଷ ସହ ଆସିଛି ଏକଜିଟ୍ ପୋଲ । ଏପଟେ ଏକାଧିକ ଜାତୀୟ ସଂସ୍ଥା ଦ୍ବାରା ବୁଥ୍ ବାହୁଡା ମତ ପ୍ରକାଶ ପାଇଛି । ଅଧିକ ପଢନ୍ତୁ

exit poll 2022: ଉତ୍ତରାଖଣ୍ଡ, ଗୋଆ ଓ ମଣିପରୁରେ କଡା ଟକ୍କର !
exit poll 2022: ଉତ୍ତରାଖଣ୍ଡ, ଗୋଆ ଓ ମଣିପରୁରେ କଡା ଟକ୍କର !

By

Published : Mar 7, 2022, 10:32 PM IST

ହାଇଦ୍ରାବାଦ: ୫ ରାଜ୍ୟରେ ହୋଇଥିବା ନିର୍ବାଚନ ଜନାଦେଶ ପ୍ରକାଶ ପାଇବା ପୂର୍ବରୁ ପ୍ରକାଶ ପାଇଥିବା ଏକଜିଟ ପୋଲରେ ଦୁଇ ରାଜ୍ୟକୁ ସ୍ପଷ୍ଟ ବହୁମତ ସଙ୍କେତ ମିଳିଥିବା ବେଳେ ଅନ୍ୟ ୩ ରାଜ୍ୟ ଗୋଆ, ଉତ୍ତରାଖଣ୍ଡ ଓ ମଣିପୁରରେ କୌଣସି ଦଳ ଏକକ ବହୁମତ ଆଡକୁ ବଢୁଥିବା ଆକଳନ ପ୍ରକାଶ ପାଇନାହିଁ । ସମସ୍ତ ୩ ରାଜ୍ୟରେ ଶାସକ ଓ ବିରୋଧୀଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବା ନେଇ ଆଶା କରାଯାଉଛି ।

ଉତ୍ତରାଖଣ୍ଡ:-

ଉତ୍ତରାଖଣ୍ଡରେ ମୋଟ ୭୦ ଆସନରେ ମତଦାନ ହୋଇଥିଲା । ସଂଖ୍ୟା ଗରିଷ୍ଠତା ହାସଲ କରିବା ପାଇଁ ଆବଶ୍ୟକ ନମ୍ବର ରହିଛି ୩୬ । ତେବେ ABP ସି ଭୋଟରର ପୂର୍ବାକଳନ ଅନୁସାରେ,ଚଳିତ ନିର୍ବାଚନରେ ଶାସନରେ ଥିବା ବିଜେପିକୁ ମାତ୍ର ୨୬-୩୨ ଆସନ, କଂଗ୍ରେସକୁ ୩୨ରୁ ୩୮ ଆସନ, ଆପ ମାତ୍ର ୨ ଟି ଆସନ ପାଇବାରେ ସକ୍ଷମ ହେବା ନେଇ ସୂଚନା ମିଳିଛି । ସେହିପରି ଟାଇମ୍ସ ନାଓ ଅନୁସାରେ ବିଜେପିକୁ ୩୭ ଆସନ, କଂଗ୍ରେସକୁ ୩୧ ଓ ଆପକୁ ୧ ମିଳିବା ନେଇ ପୂର୍ବାକଳନ କରାଯାଇଛି ।

ନ୍ୟୁଜ-୨୪ ଅନୁସାରେ,ବିଜେପି ୪୩,କଂଗ୍ରେସ ୨୪ ଓ ଆପ କୌଣସି ଆସନ ହାତେଇପାରିବ ନାହିଁ ବୋଲି ଅନୁମାନ କରାଯାଇଛି । ସେହିପରି ରିପବ୍ଲିକ ଟିଭି ଅନୁସାରେ, ବିଜେପି ୩୫-୩୯, କଂଗ୍ରେସ ୨୮-୩୪ ଓ ଆପ ମାତ୍ର ଗୋଟିଏ ଆସନରେ ଖାତା ଖୋଲିପାରେ । ତେବେ ଉଭୟ ବିଜେପି ଓ କଂଗ୍ରେସ ମ୍ୟାଜିକ ନମ୍ବରର ନିକଟବର୍ତ୍ତୀ ଥିବା ବେଳେ ଉବୟଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିବା ନେଇ ପୂର୍ବାକଳନ ପ୍ରକାଶ କରିଛନ୍ତି ଏକାଧିକ ସଂସ୍ଥା । ଅବଶ୍ୟ ସରକାର ଗଠନ କରିବାର ମମ୍ଭାବନା ଦୃଷ୍ଟିରୁ ବିଜେପି କଂଗ୍ରେସ ଠାରୁ ସାମାନ୍ୟ ଆଗରେ ରହିଛି ।

ଗୋଆ:-

ମୋଟ ୪୦ ଆସନ ବିଶିଷ୍ଟ ଗୋଆରେ ସଂଖ୍ୟା ଗରିଷ୍ଠତା ହାସଲ ପାଇଁ ଆବଶ୍ୟକୀୟ ସଂଖ୍ୟା ରହିଛି ୨୧ । ଏପରି ସ୍ଥଳେ ବର୍ତ୍ତମାନ ବିଜେପି ଶାସନରେ ରହିଛି । ଇଣ୍ଡିଆ ନ୍ୟୁଜ ଅନୁସାରେ, ଚଳିତଥର ବିଜେପି ୧୩-୧୯ ଆସନ, କଂଗ୍ରେସ ୧୪-୧୯ ଆସନ ଓ ଅନ୍ୟତମ ପ୍ରତିଦ୍ବନ୍ଦୀ ତୃଣମୂଳ କଂଗ୍ରେସ ମାତ୍ର ୩-୫ ଟି ଆସନରେ ବିଜୟ ଲାଭ କରିପାରେ । ଟାଇମ୍ସ ନାଓ- ଭେଟୋ ଦ୍ବାରା ଜାରି ପୂର୍ବାକଳନରେ ବିଜେପି ୧୪ ଆସନ, କଂଗ୍ରେସ ୧୬ ଆସନ ପାଇବାକୁ ଥିବାବେଳେ ତୃଣମୂଳ କଂଗ୍ରେସ ଖାତା ଖୋଲିପାରିବ ନାହିଁ ।

ଜି-ନ୍ୟୁଜର ପୂର୍ବାକଳନରେ ବିଜେପିକୁ ୧୩-୧୮, କଂଗ୍ରେସକୁ ୧୪-୧୯ ଓ ଟିଏମସିକୁ ୨-୫ ଟି ଆସନ ଦିଆଯାଇଛି । ତେବେ ବିଜେପି ଓ କଂଗ୍ରେସ ମଧ୍ୟରେ କଡା ମୁକାବିଲା ଦେଖା ଯାଉଛି । ଉଭୟ ଦଳ ମ୍ୟାଜିକ ନମ୍ବରର ନିକଟବର୍ତ୍ତୀ ଥିବା ବେଳେ ସଂଖ୍ୟା ହାତେଇବାରେ ସାମାନ୍ୟ ପଛରେ ରହିଛନ୍ତି । ଏପରି ସ୍ଥଳେ ସେଠାରେ ମଧ୍ୟ ଝୁଲା ସରକାର ଦେଖିବାର ସମ୍ଭାବନାକୁ ଏଡାଯାଇ ପାରିବ ନାହିଁ ।

ମଣିପୁର:-

ମଣିପୁରରୋ ମୋଟ ଆସନ ରହିଛି ୬୦ । ତେବେ ସରକାର ଗଠନ ପାଇଁ ଆବଶ୍ୟକୀୟ ସଂଖ୍ୟା ୩୧ ରହିଛି । ରାଜ୍ୟରେ ମୁଖ୍ୟ ପ୍ରତିଦ୍ବନ୍ଦିତା ବିଜେପି ଓ କଂଗ୍ରେସ ମଧ୍ୟରେ ରହିଛି । ତେବେ ଇଣ୍ଡିଆ ଟିଭି ଗ୍ରାଉଣ୍ଡ ଜିରୋ ରିସର୍ଚ୍ଚ ଅନୁସାରେ ପ୍ରକାଶ ପାଇଥିବା ତଥ୍ୟରେ ବିଜେପିକୁ ୨୩-୨୮ ଆସନ, କଂଗ୍ରେସ ୧୨-୧୭ ହାସଲ କରିବା ନେଇ ପୂର୍ବାକଳନ ପ୍ରକାଶ ପାଇଛି ।

ନ୍ଯୁଜ-୧୮ ପଞ୍ଜାବ ପୂର୍ବାକଳନରେ ବିଜେପିକୁ ୨୭ ରୁ ୩୧ ଆସନ, କଂଗ୍ରେସ ୧୧-୧୭ ଆସନରେ ବିଜୟ ଲାଭ କରିବାର ସମ୍ଭାବନା ଦେଖିବାକୁ ମିଳିଛି । ଅନ୍ଯତମ ସଂସ୍ଥା ଜି-ନ୍ୟୁଜ ୩୨-୩୮ ଆସନ ବିଜେପିକୁ , କଂଗ୍ରେସକୁ ୧୨-୧୭ ଆସନ ମିଳିବା ନେଇ ଆକଳନ ପ୍ରକାଶ ପାଇଛି । ଏକାଧିକ ସଂସ୍ଥାର ପୂର୍ବାକଳନକୁ ବିଚାରକୁ ନେଲେ ସେଠାରେ ମଧ୍ୟ ବିଜେପିର ସ୍ଥିତି ସଂଖ୍ୟାର ନିକଟବର୍ତ୍ତୀ ଥିବାବେଳେ ବିଜେପି କ୍ଷମତା ବଜାୟ ରଖିପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details