ଓଡିଶା

odisha

ETV Bharat / bharat

କେଦାରନାଥ ଧାମରେ ଚିନ୍ତା ବଢାଇଲାଣି ପ୍ଲାଷ୍ଟିକ, ବିପଦରେ ବିରଳ ହିମାଳୟନ ମୂଷାଙ୍କ ଅସ୍ତିତ୍ବ

କେଦାରନାଥ ଧାମରେ ଶ୍ରଦ୍ଧାଳୁଙ୍କ ଭିଡ ବିଗାଡୁଛି ପ୍ରାକୃତିକ ସନ୍ତୁଳନ । ଗଦା ହେବାରେ ଲାଗିଛି ପ୍ଲାଷ୍ଟିକ ଆବର୍ଜନା । ବିପଦରେ ହିମାଳୟନ ପାର୍ବତ୍ୟାଞ୍ଚଳରେ ଦେଖିବାକୁ ମିଳୁଥିବା ବିରଳ ପିକା ମୂଷାଙ୍କ ଅସ୍ତିତ୍ବ । ଅଧିକ ପଢନ୍ତୁ

କେଦାରନାଥ ଧାମରେ ଚିନ୍ତା ବଢାଇଲାଣି ପ୍ଲାଷ୍ଟିକ, ବିପଦରେ ବିରଳ ହିମାଳୟନ ମୂଷାଙ୍କ ଅସ୍ତିତ୍ବ
କେଦାରନାଥ ଧାମରେ ଚିନ୍ତା ବଢାଇଲାଣି ପ୍ଲାଷ୍ଟିକ, ବିପଦରେ ବିରଳ ହିମାଳୟନ ମୂଷାଙ୍କ ଅସ୍ତିତ୍ବ

By

Published : May 18, 2022, 7:45 PM IST

ଡେରାଡୁନ:ବର୍ତ୍ତମାନ 4 ଧାମ ଯାତ୍ରା ଜାରି ରହିଥିବାବେଳେ କେଦାରନାଥ ଧାମରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ । ଶ୍ରଦ୍ଧାଳୁ ହାତରେ ପ୍ଲାଷ୍ଟିକ ବ୍ୟାଗରେ ଅନେକ ସାମଗ୍ରୀ ଧରି ଯାତ୍ରା କରୁଥିବାବେଳେ ବ୍ୟବହାର ପରେ ଉକ୍ତ ପ୍ଲାଷ୍ଟିକ ବ୍ୟାଗକୁ ସେଠାରେ ଫିଙ୍ଗି ଦେଉଛନ୍ତି । ଫଳରେ ସେଠାରେ ଦେଖିବାକୁ ମିଳୁଥିବା ବିରଳ ପିକା (ଲାଞ୍ଜ ବିହୀନ ମୂଷା)ଙ୍କ ଅସ୍ତିତ୍ବକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାହାକୁ ନେଇ ସ୍ଥାନୀୟ ପରିବେଶବିତ୍‌ଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳିଛି । ସ୍ଥାନୀୟ ଜିଲ୍ଲା ମାଜିଷ୍ଟ୍ରେଟ ମଧ୍ୟ ଘଟଣାସ୍ଥଳରେ ପ୍ଲାଷ୍ଟିକ ବ୍ୟାଗ ନଫିଙ୍ଗିବା ପାଇଁ ଶ୍ରଦ୍ଧାଳୁଙ୍କୁ ପରାମର୍ଶ ଦେଇଛନ୍ତି ।

ଲାଞ୍ଜ ବିହୀନ ହିମାଳୟନ ମୂଷା:ହିମାଳୟ ପାର୍ବତ୍ୟାଞ୍ଚଳରେ ଏକ ବିଶେଷ ପ୍ରକାରର ଲାଞ୍ଜ ବିହୀନ ମୂଷା ଦେଖିବାକୁ ମିଳିଥାଏ, ଯାହାକୁ ହିମାଳୟ ପିକା ବୋଲି ମଧ୍ୟ କୁହାଯାଏ । ଏହି ବିଶେଷ ଧରଣର ବିରଳ ମୂଷାଙ୍କର ହିମାଳୟ ଇକୋ ସିଷ୍ଟମ ସହିତ ଦୀର୍ଘ ଦଶନ୍ଧିର ସମ୍ପର୍କ ମଧ୍ୟ ରହିଛି । ଏମାନେ କେବଳ ବିଶେଷ ଭାବେ ଏହି ଜଳବାୟୁରେ ଦେଖିବାକୁ ମିଳିଥାନ୍ତି । ତେବେ ଉକ୍ତ ଅଞ୍ଚଳରେ ପ୍ଲାଷ୍ଟିକ ଆବର୍ଜନା ଜମା ହେବା ଫଳରେ ସମାନେ ସଂକ୍ରମିତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି । ସ୍ଥାନୀୟ ଅଞ୍ଚଳ ସମେତ ନିକଟବର୍ତ୍ତୀ ନଦୀ ମଧ୍ୟ ପ୍ଲାଷ୍ଟିକର ପ୍ରଭାବରୁ ଦୂରରେ ନାହିଁ । ଏପରି ସ୍ଥିତିରେ ଶ୍ରଦ୍ଧାଳୁମାନେ ଯତ୍ନଶୀଳ ହେବାର ଆବଶ୍ୟକ ଥିବା ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି ।

2013ରେ ଦେବଭୂମିରେ ହୋଇଥିବା ଜଳ ପ୍ରଳୟର ଭୟାବହତା ଏବେ ମଧ୍ୟ ଶ୍ରଦ୍ଧାଳୁଙ୍କ ମନରୁ ଲିଭି ନାହିଁ । ହିମାଳୟ କ୍ଷେତ୍ରରେ ମନୁଷ୍ୟଙ୍କ ଗତିବିଧି ଅହେତୁକ ଭାବେ ବଢିବା ଫଳରେ ସେଠାରେ ପ୍ରାକୃତିକ ସନ୍ତୁଳନ ବାଧାପ୍ରାପ୍ତ ହେବାରେ ଲାଗିଛି । ପ୍ରାକୃତିକ ଅସନ୍ତୁଳନ ଏପରି ବିପର୍ଯ୍ୟର କାରଣ ବୋଲି ମଧ୍ୟ କୁହାଯାଉଛି । ତେବେ ବର୍ଷ ବର୍ଷ ଧରି ଏପରି ପ୍ଲାଷ୍ଟିକ ଆବର୍ଜନା ଗଚ୍ଛିତ ହେବା ଫଳରେ ପାର୍ବତ୍ୟାଞ୍ଚଳରେ ଭୂମିର ଗଠନରେ ପରିବର୍ତ୍ତନ ଆସିପାରେ । ତେଣୁ ଭୂମି ଦୁର୍ବଳ ହେବା ଯୋଗୁ ଭୂସ୍ଖଳନର ଆଶଙ୍କାକୁ ମଧ୍ୟ ଏଡାଇ ଦିଆଯାଇ ନପାରେ ବୋଲି ମତ ପ୍ରକାଶ ପାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details