ନୂଆଦିଲ୍ଲୀ: ଆଜି କୃଷକଙ୍କ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ବିବାଦୀୟ ତିନି କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହି ପରିପ୍ରେକ୍ଷୀରେ ଇଟିଭି ଭାରତକୁ କୃଷକ ନେତା ରାକେଶ ଟିକାୟତ ପ୍ରତିକ୍ରିୟା ଦେଇଛନ୍ତି । ସଂସଦରେ କୃଷି ଆଇନ ରଦ୍ଦ ହେବା ନ ଯାଏଁ ଆନ୍ଦୋଳନ ବନ୍ଦ ହେବନାହିଁ ବୋଲି କହିଛନ୍ତି ଚାଷୀ ନେତା ରାକେଶ ଟିକାୟତ ।
୩ଟି ଯାକ ବିବାଦୀୟ କୃଷି ଆଇନକୁ ଶେଷରେ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । କୃଷି ଆଇନ ପ୍ରତ୍ୟାହାର ହେବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି । କୃଷି ଆଇନକୁ ବିରୋଧ କରି ଦୀର୍ଘ ଦିନ ହେଲା ଆନ୍ଦୋଳନ କରୁଥିବା ଚାଷୀମାନଙ୍କ ପାଇଁ ଏହା ଏକ ବଡ଼ ବିଜୟ । ଏହି ନିଷ୍ପତ୍ତିରେ ଖୁସି ହେବା ସହ ଏହାକୁ ସ୍ୱାଗତ କରିଛନ୍ତି କୃଷକ ସଂଗଠନ । ଯେ ପର୍ଯ୍ୟନ୍ତ ସଂସଦରେ କୃଷି ଆଇନ ରଦ୍ଦ ହୋଇନାହିଁ ସେ ଯାଏଁ ଆନ୍ଦୋଳନ ବନ୍ଦ ହେବନି ବୋଲି କହିଛନ୍ତି କୃଷକ ନେତା ରାକେଶ ଟିକାୟତ । ଏଥିସହ ଏମଏସପି ଉପରେ ଆଇନଗତ ମାନ୍ୟତା ଦାବି କରିଛନ୍ତି ଚାଷୀ ।