ଚେନ୍ନାଇ: ତାମିଲନାଡୁ ସରକାର ମହିଳାଙ୍କ ସଶକ୍ତିକରଣ ସମେତ ଏକାଧିକ କ୍ଷେତ୍ରରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ ଜାରି ରଖିଛନ୍ତି । ଋଣ ଭାର ଓ ଆର୍ଥିକ ନିଅଣ୍ଟ ସ୍ଥିତି ମଧ୍ୟରେ କେନ୍ଦ୍ରୀୟ ଅନୁଦାନରେ ପକ୍ଷପାତିତା କରାଯାଉଛି । ପ୍ରଶାସନିକ କ୍ଷେତ୍ରରେ ରାଜ୍ୟ ମଧ୍ୟ କିଛି ସମସ୍ୟାର ସମ୍ମୁଖୀନ ହେଉଛି । ତଥାପି ଏକାଧିକ ଆହ୍ବାନ ସତ୍ତ୍ବେ ମଧ୍ୟ ରାଜ୍ୟ ଆଗକୁ ବଢୁଛି । ଆଜି ‘ଇଟିଭି ଭାରତ’କୁ ସ୍ବତନ୍ତ୍ର ସାକ୍ଷାତକାରରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ବିଭିନ୍ନ ପ୍ରସଙ୍ଗରେ ବିଜେପି ସରକାରକୁ ଟାର୍ଗେଟ କରିବା ସହ ତାଙ୍କ ସରକାରଙ୍କ ଆଭିମୁଖ୍ୟ ସମ୍ପର୍କରେ ଏପରି କହିଛନ୍ତି ।
ଷ୍ଟାଲିନ କହିଛନ୍ତିରାଜ୍ୟରେ ଶାସନରେ ଥିବାଦ୍ରାବିଡ଼ ମଡେଲ ସରକାରର କଲ୍ୟାଣ କାର୍ଯ୍ୟକ୍ରମ ମଧ୍ୟରେ ମହିଳାମାନଙ୍କ ପାଇଁ ସମ୍ମାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଯୋଜନା । ଏହି ସମସ୍ତ ଯୋଜନାଗୁଡିକର ଉଦ୍ଦେଶ୍ୟ କେବଳ ଦୈନନ୍ଦିନ ଆବଶ୍ୟକତା ପୂରଣ କରିବା ନୁହେଁ ବରଂ ଭବିଷ୍ୟତର ବିକାଶ ପାଇଁ ମୂଳଦୁଆ ପକାଇବା । ତେଣୁ, ଯାହା ବି ହେଲେ ମଧ୍ୟ ଦ୍ରାବିଡ଼ ମଡେଲ ସରକାର ଏହାକୁ କାର୍ଯ୍ୟକାରୀ କରିବାକୁ ସଂକଳ୍ପବଦ୍ଧ ।
ବର୍ଷ ବର୍ଷ ଧରି, ଆମେ ଋଣ ଭାର, ଆର୍ଥିକ ନିଅଣ୍ଟ ଏବଂ ପ୍ରଶାସନିକ ବିଶୃଙ୍ଖଳାକୁ ମଧ୍ୟ ଦୂର କରିବାରେ ସଫଳ ହୋଇଛୁ । ମାତ୍ର ଏପର୍ଯ୍ୟନ୍ତ ଆମେ କେନ୍ଦ୍ର ସରକାରଙ୍କ ଭେଦଭାବପୂର୍ଣ୍ଣ ଆର୍ଥିକ ଅନୁଦାନରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇ ନାହୁଁ । ତଥାପି ଆମେ ରାଜ୍ୟକୁ ବିକାଶ ପଥରେ ଆଗେଇ ନେବାରେ ଲାଗିଛୁ । ଆଗଧାଡିର ଲୋକ କଲ୍ୟାଣକାରୀ ଯୋଜନା ଓ ନିର୍ବାଚନ ସମୟରେ ରାଜ୍ୟବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ କରାଯାଉଥିବାରୁ ସମଗ୍ର ଦେଶର ନଜର ଏବେ ତାମିଲନାଡୁ ପ୍ରତି ରହିଛି ।
ପ୍ରଶ୍ନ: ଉତ୍ତର ଭାରତରେ ଶକ୍ତିଶାଳୀ ହିନ୍ଦୁତ୍ୱ ହ୍ବାଓ୍ବାକୁ ଭାଙ୍ଗିବା ପାଇଁ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ରଣନୀତି କ’ଣ ?
ଉତ୍ତର:- ସାମ୍ପ୍ରଦାୟିକତା ବ୍ୟତୀତ ବିଜେପିର ଅନ୍ୟ କୌଣସି ଆଦର୍ଶ ନାହିଁ । ବିଜେପି ସରକାର ନିଜର କାର୍ଯ୍ୟ ଓ ପ୍ରଦର୍ଶନକୁ ଆଧାର କରି ଭୋଟ୍ ହାସଲ କରିବାକୁ ଅସମର୍ଥ । ତେଣୁ ଘୃଣା ରାଜନୀତି ଉପରେ ସେମାନେ ନିର୍ଭରଶୀଳ । କିନ୍ତୁ ଇଣ୍ଡିଆ ମେଣ୍ଟ ହେଉଛି ଧାର୍ମିକ ସମନ୍ୱୟର ଗଠବନ୍ଧନ । ଆମେ ସାମ୍ବିଧାନିକ ନୀତି ଉପରେ ବିଶ୍ବାସ କରୁ । ବହୁମୁଖୀ ରାଜ୍ୟଗୁଡିକର ଅଧିକାରରେ ବିଶ୍ବାସ କରୁ । ଲୋକେ ସମ୍ମୁଖୀନ ହେଉଥିବା ମୌଳିକ ପ୍ରସଙ୍ଗ ଉପରେ ଆମ ମେଣ୍ଟ ଧ୍ୟାନ ଦେଉଛି । ନିର୍ବାଚନ ମଞ୍ଚରେ ବିଜେପିର ସାମ୍ପ୍ରଦାୟିକ ରାଜନୀତିକୁ ବିରୋଧ କରୁଥିବା ସମସ୍ତ ଗଣତାନ୍ତ୍ରିକ ଶକ୍ତିକୁ ଏକତ୍ର କରି ବିଜୟର ଆଶା ସହ ସମନ୍ୱୟ ସୁନିଶ୍ଚିତ କରିବା ଆମ ମେଣ୍ଟର ପ୍ରାଥମିକତା । ନିକଟରେ ହୋଇଥିବା ଏକାଧିକ ରାଜ୍ୟରେ ଉପ-ନିର୍ବାଚନ ଓ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ତାହା ପ୍ରମାଣିତ ହୋଇଛି ଯେ ବିଜୟ ସମ୍ଭବ ।
ପ୍ରଶ୍ନ: ଜାତୀୟ ରାଜନୀତିରେ DMK ଏକ ଛାପ ସୃଷ୍ଟି କରିବାକୁ ଚେଷ୍ଟା କରୁଛି କି ? ଆପଣଙ୍କ ଅଭିଭାଷଣ ହିନ୍ଦୀରେ ପ୍ରକାଶିତ ହୋଇଛି । ଯାହା ପୂର୍ବରୁ ହେଉନଥିଲା । ପ୍ରଧାନମନ୍ତ୍ରୀ ହେବାର ଇଚ୍ଛା ରଖନ୍ତିକି ଷ୍ଟାଲିନ ?
ଉତ୍ତର: ଜାତୀୟ ରାଜନୀତିରେ DMKତୃତୀୟ ବୃହତ୍ତମ ଦଳ ହୋଇସାରିଛି । ବ୍ୟାଙ୍କ ରାଷ୍ଟ୍ରୀୟକରଣ ସମେତ ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପ୍ରଗତିଶୀଳ ପଦକ୍ଷେପକୁ ସମର୍ଥନ କରି ଜାତୀୟ ରାଜନୀତିରେ ଏମ. କରୁଣାନିଧି ଦଳର ଛାପ ଛାଡିଥିଲେ । ଜରୁରୀକାଳୀନ ପରିସ୍ଥିତିରେ ମଧ୍ୟ ସେ ଗଣତାନ୍ତ୍ରିକ ସ୍ୱରର ନେତୃତ୍ୱ ନେଇଥିଲେ । ଡିଏମକେ ଦଳ ପୂର୍ବତନ ପ୍ରଧାନମନ୍ତ୍ରୀ ଭି.ପି ସିଂଙ୍କ ନ୍ୟାସନାଲ ଫ୍ରଣ୍ଟ ସରକାରର ଏକ ମେରୁଦଣ୍ଡ ପରି କାର୍ଯ୍ୟ କରିଥିଲା । ପଛୁଆ ବର୍ଗଙ୍କ ପାଇଁ 27% କୋଟା କାର୍ଯ୍ୟକାରୀ କରି ସମଗ୍ର ଦେଶରେ ସାମାଜିକ ନ୍ୟାୟ ସୁନିଶ୍ଚିତ କରିବା ପାଇଁ ଦଳ ପୂର୍ବରୁ କାର୍ଯ୍ୟ କରିସାରିଛି । ଏକ ସାଧାରଣ ସର୍ବନିମ୍ନ କାର୍ଯ୍ୟକ୍ରମ ପାଇଁ ଦଳ ବାଜପେୟୀ ସରକାରଙ୍କୁ ସମର୍ଥନ କରିଥିଲା । ଡିଏମକେର ଉପସ୍ଥିତିରେ ରାଜନୈତିକ ମେଣ୍ଟରେ ସାମ୍ପ୍ରଦାୟିକତାର କୌଣସି ସ୍ଥାନ ନାହିଁ ବୋଲି ଦଳ ପ୍ରଶଂସା ମଧ୍ୟ ସାଉଁଟି ଥିଲେ । ସେହିପରି ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂଙ୍କ ନେତୃତ୍ବାଧୀନ ଦୁଇଟି ସରକାରରେ ଡିଏମକେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର ଥିଲା ।
ପ୍ରଶ୍ନ: କେନ୍ଦ୍ର ସରକାର ହିନ୍ଦୀରେ ପ୍ରତ୍ୟେକ ନୂତନ ବିଲ୍ ନାମକରଣ କରୁଛନ୍ତି । ଏପରିକି ପୂର୍ବ ନିୟମର ନାମ ହିନ୍ଦୀରେ ପରିବର୍ତ୍ତନ କରାଯାଇଛି । ଏସମ୍ପର୍କରେ ଡିଏମକେ ଏବଂ ତାମିଲନାଡୁର ପ୍ରତିକ୍ରିୟା କ’ଣ ହେବ ?