ଓଡିଶା

odisha

By

Published : Oct 25, 2022, 6:56 AM IST

ETV Bharat / bharat

DIWALI: ସୀମାରେ ପରସ୍ପରକୁ ମିଠା ଖୁଆଇଲେ BSF ଓ ପାକ୍‌ ସୈନ୍ୟ

ଜମ୍ମୁ ସମେତ ଦେଶର ସୀମାବର୍ତ୍ତୀ ଅଞ୍ଚଳରେ ଦୀପାବଳି ପାଳିଲେ ଭାରତୀୟ ଯବାନ । ଏହି ଅବସରରେ ପାକ ସୈନ୍ୟଙ୍କୁ ମିଠା ଖୁଆଇ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି ଯବାନ । ଅଧିକ ପଢନ୍ତୁ

DIWALI: ସୀମାରେ ପରସ୍ପରକୁ ମିଠା ଖୁଆଇଲେ BSF ଓ ପାକ୍‌ ସୈନ୍ୟ
DIWALI: ସୀମାରେ ପରସ୍ପରକୁ ମିଠା ଖୁଆଇଲେ BSF ଓ ପାକ୍‌ ସୈନ୍ୟ

ନୂଆଦିଲ୍ଲୀ: ଆଜି ହେଉଛି ଆଲୋକର ପର୍ବ ଦୀପାବଳି (Diwali Festival 2022) । ପବିତ୍ର ଦୀପାବଳିରେ ଶତ୍ରୁତାକୁ ଭୁଲି ପରସ୍ପରକୁ ମିଠା ଖୁଆଇଛନ୍ତି ଭାରତୀୟ ଓ ପାକିସ୍ତାନ ସୈନ୍ୟ (Exchange of sweets between bsf and PAK rangers) । ଦେଶର ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ଦାୟିତ୍ବରେ ଥିବା ଉଭୟ ଦେଶର ସୈନ୍ୟ ପରସ୍ପରକୁ ମିଠା ଖୁଆଇ ଦୀପାବଳିର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି । ଯାହାକି ଉଭୟ ଦେଶକୁ ଶାନ୍ତି ଓ ମୈତ୍ରୀର ବାର୍ତ୍ତା ପ୍ରେରଣ କରିଛି ।

ସୀମାରେ ପରସ୍ପରକୁ ମିଠା ଖୁଆଇଲେ BSF ଓ ପାକ୍‌ ସୈନ୍ୟ

ଏହି ପର୍ବକୁ ଦେଶବାସୀ ନିଜ ଘର ଲୋକଙ୍କ ସହିତ ଧୁମଧାମରେ ପାଳନ କରୁଥିବାବେଳେ, ସୀମାରେ ବୀର ଯବାନ ଏହି ପର୍ବରୁ ବଞ୍ଚିତ ହେଉଛନ୍ତି । ତଥାପି ବୀର ଯବାନ ପରସ୍ପର ମଧ୍ୟରେ ଏହି ପର୍ବକୁ ପ୍ରତିବର୍ଷ ଭଳି ପାଳନ କରିଛନ୍ତି । ଜମ୍ମୁ କାଶ୍ମୀରରେ ସୀମାରେ ଜଗିଥିବା ବିଏସଏଫ ଯବାନ ଓ ପାକ୍‌ ରେଞ୍ଜର୍ସ ପରସ୍ପରକୁ ମିଠା ଖୁଆଇଛନ୍ତି । ଯାହାଦ୍ବାରା ସମାଜରେ ଏକ ସକରାତ୍ମତ ଭାବନା ସୃଷ୍ଟି ହୋଇଛି । ଜମ୍ମୁକାଶ୍ମୀର ବିଏସଏଫ ପାକ୍‌ ରେଞ୍ଜର୍ସଙ୍କୁ ଏହି ମିଠା ବଣ୍ଟନ କରିଥିଲେ ।

ଏହା ବି ପଢନ୍ତୁ- Diwali: ଅମୃତସର ସ୍ୱର୍ଣ୍ଣମନ୍ଦିରରେ ଦୀପାବଳି, ଆଲୋକିତ ମନ୍ଦିର ପରିସର

ଜମ୍ମୁ ସମେତ ସାମ୍ବା, କାଠୁଆ, ଆରଏସ ପୁରା ଓ ଅଖନୁର ବର୍ଡର ଆଉଟପୋଷ୍ଟ (BoP)ରେ ମିଠା ବଣ୍ଟନ କରାଯାଇଛି । ସୀମାର ସୁରକ୍ଷା ଦାୟିତ୍ବରେ ଥିବା ବିଏସଏଫ ସର୍ବଦା ସୀମାରେ ଏକ ଶାନ୍ତିପୂର୍ଣ୍ଣ ତଥା ସକରାତ୍ମକ ବାତାବରଣ ସୃଷ୍ଟି କରିଥାଏ । ଏହି କାର୍ଯ୍ୟରେ ବିଏସଏଫ ସର୍ବଦା ଆଗରେ ରହିଆସିଛି । ଭାରତୀୟ ସୈନ୍ୟଙ୍କ ଏହି କାର୍ଯ୍ୟକଳାପ ଉଭୟ ସୀମା ସୁରକ୍ଷାବାହିନୀଙ୍କ ମଧ୍ୟରେ ସୀମାରେ ଏକ ଶାନ୍ତିପୂର୍ଣ୍ଣ ବାତାବରଣ ଏବଂ ଆନ୍ତରିକ ସମ୍ପର୍କ ସ୍ଥାପନ କରିବାରେ ସାହାଯ୍ୟ କରିଥାଏ ।

ଦୀର୍ଘ ୨ ବର୍ଷ ପରେ କୋରୋନା କଟକଣା କୋହଳ ହୋଇଥିବାରୁ ସାରା ଦେଶରେ ଧୁମଧାମରେ ଦୀପାବଳି ଉତ୍ସବ ପାଳନ ହେଉଛି । ଗାଁଠୁ ସହର ସବୁଠି ରଙ୍ଗ ବେରଙ୍ଗ ଆଲୋକରେ ଆଲୋକିତ ହୋଇଛି ଚତୁର୍ଦ୍ଦିଗ । ସଭିଏଁ ଆନନ୍ଦ ଉଲ୍ଲାସର ସହିତ ଏହି ଆଲୋକର ପର୍ବକୁ ପାଳନ କରିଛନ୍ତି ।

ABOUT THE AUTHOR

...view details