ଓଡିଶା

odisha

ETV Bharat / bharat

Kulgam Encounter; ସେନା ଗୁଳିରେ ୪ ଆତଙ୍କୀ ସଫା

ଦକ୍ଷିଣ କାଶ୍ମୀରର କୁଲଗାମ(Kulgam) ଜିଲ୍ଲାରେ ଏନକାଉଣ୍ଟର । ୪ ଆତଙ୍କୀଙ୍କୁ ନିପାତ କଲା ସୁରକ୍ଷା ବଳ । ଏବେ ମଧ୍ୟ ଅପରେସନ ଜାରି ରହିଥିବା ସୂଚନା । ଅଧିକ ପଢନ୍ତୁ

କୁଲଗାମରେ ଏନକାଉଣ୍ଟର, ସେନା ଗୁଳିରେ ୪ ଆତଙ୍କୀ ସଫା
କୁଲଗାମରେ ଏନକାଉଣ୍ଟର, ସେନା ଗୁଳିରେ ୪ ଆତଙ୍କୀ ସଫା

By

Published : Nov 17, 2021, 6:52 PM IST

ଶ୍ରୀନଗର: ଦକ୍ଷିଣ କାଶ୍ମୀରର କୁଲଗାମ(Kulgam) ଜିଲ୍ଲାର ପୋମ୍ବାଇ ଏବଂ ଗୋପାଳପୋରା ଅଞ୍ଚଳରେ ଚାଲିଥିବା ଏନକାଉଣ୍ଟରରେ ସୁରକ୍ଷା ବଳକୁ ବଡ ସଫଳତା । ଏନକାଉଣ୍ଟରରେ ୪ ଜଣ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛି ସୁରକ୍ଷା ବଳ । ଆଜିର ଅପରେସନ ସମ୍ପର୍କର କାଶ୍ମୀର IGP ବିଜୟ କୁମାର ସୂଚନା ଦେଇଛନ୍ତି ।

IGP ବିଜୟ କୁମାର ଦେଇଥିବା ସୂଚନା ଅନୁସାରେ, ଉକ୍ତ ଅଞ୍ଚଳରେ ଆତଙ୍କୀ କାର୍ଯ୍ୟକଳାପ ନେଇ ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ୍, ସେନା ଓ CRPFର ମିଳିତ ଟିମ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା । ଏହ ସମୟରେ ଆତଙ୍କୀଙ୍କ ସହ ସୁରକ୍ଷା ବଳର ଗୁଳି ବିନିମୟ ହୋଇଥିଲା । ଏଥିରେ ଅତିକମରେ ୪ ଆତଙ୍କୀ ପ୍ରାଣ ହରାଇଥିବା ପ୍ରାଥମିକ ଭାବେ ସ୍ପଷ୍ଟ ହୋଇଥିବାବେଳେ ବର୍ତ୍ତମାନ ମଧ୍ୟ ଅଭିଯାନ ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details