ମୁମ୍ବାଇ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ମାଣିକରାଓ ଗାଭିତଙ୍କ ପରଲୋକ(Ex-union minister Manikrao Gavit died) । ଶନିବାର ଦିନ ମହାରାଷ୍ଟ୍ର ନାସିକ୍ ସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ତାଙ୍କ ପରିବାର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
କଂଗ୍ରେସ ନେତା ମାଣିକରାଓ ଗାଭିତ ୯ ଥର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ସେ ୧୯୮୦ରୁ ୨୦୦୯ ଯାଏଁ ମହାରାଷ୍ଟ୍ର ନନ୍ଦୁରବାର ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ବ କରୁଥିଲେ । ୨୦୦୪ରେ ମନମୋହନ ସିଂ ସରକାର ସମୟରେ ମାଣିଓରାଓ କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ(Union minister of state home) ଏବଂ ୨୨୦୧୩ରେ ସାମାଜିକ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ(minister of state social justice) ଭାବେ ଦାୟିତ୍ବ ତୁଲାଇଥିଲେ ।