ହାଇଦ୍ରାବାଦ:ଦେଶ ସେବା ପାଇଁ ନିଜକୁ ନିୟୋଜିତ କରିଥିବା ସେନା ଅଧିକାରୀ ବର୍ତ୍ତମାନ ଅସହାୟ । 1971 ଇଣ୍ଡୋ-ଚାଇନା ଯୁଦ୍ଧରେ ଷ୍ଟାର ମେଡାଲ ଜିତିଥିବା ଅବସରପ୍ରାପ୍ତ କର୍ମଚାରୀ ବର୍ତ୍ତମାନ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ବଞ୍ଚିବା ପାଇଁ ସେ ଏବେ ଅଟୋ ଚଲାଉଛନ୍ତି । ସାହାଯ୍ୟ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି ।
ସେଖ୍ ଅବଦୁଲ କରିମ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ । 1971 ଇଣ୍ଡୋ- ଚାଇନା ଯୁଦ୍ଧରେ ନିଜର ଅବଦାନ ପାଇଁ ତାଙ୍କୁ ସ୍ବତନ୍ତ୍ର ଷ୍ଟାର ମେଡାଲରେ ସମ୍ମାନିତ କରାଯାଇଥିଲା । କରିମଙ୍କ ବାପାଙ୍କ ଦେହାନ୍ତ ପରେ ସେ 1964ରେ ଭାରତୀୟ ସେନାରେ ଯୋଗ ଦେଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
ସେ 1971ରେ ହୋଇଥିବା ଇଣ୍ଡୋ-ଚାଇନା ଯୁଦ୍ଧରେ ଅଶଂଗ୍ରହଣ କରିଥିଲେ । ଏହା ପରେ ସେ ଲାହୋର ଅଞ୍ଚଳରେ ନିଯୁକ୍ତ ହୋଇଥିଲେ । ସେ ଆହୁରୀ କହିଛନ୍ତି ଇନ୍ଦିରା ଗାନ୍ଧୀ ଇସ୍ତଫା ଦେବା ପରେ ଏନେକ ସେନା ଅଧିକାରୀଙ୍କୁ ଅପସାରଣ କରାଯାଇଥିଲା ମୁଁ ସେମାନଙ୍କ ମଧ୍ୟରୁ ଜଣେ ବୋଲି କହିଛନ୍ତି କରିମ ।