ମୁମ୍ବାଇ:ଏନଆଇଏରେ ହାଜର ହୋଇଛନ୍ତି ପୂର୍ବତନ ମୁମ୍ବାଇ ପୋଲିସ କମିସନର ପରମବୀର ସିଂହ । ମୁକେଶ ଅମ୍ବାନିଙ୍କ ଘର ଆଣ୍ଟିଲିଆ ପାଖରୁ ବିସ୍ପୋରକ ଭର୍ତ୍ତି ଗାଡି ମାମଲାରେ ପ୍ରଥମଥର ପାଇଁ ଜାତୀୟ ତଦନ୍ତକାରୀ ସଂସ୍ଥା ତଥା ଏନଆଇଏ ପାଖରେ ହାଜର ହୋଇଛନ୍ତି ମୁମ୍ବାଇର ପୂର୍ବତନ ପୋଲିସ କମିସନର ପରମବୀର ସିଂହ । ଆଜି ସକାଳୁ ସେ ସିଧାସଳଖ ଜାତୀୟ ତଦନ୍ତକାରୀ ଅଫିସରେ ପହଞ୍ଚିଥିଲେ ।
ଏହି ମାମଲାରେ ବିସ୍ଫୋରକ ଗାଡି ସହ ପରମବୀରଙ୍କ ସହ ସମ୍ପର୍କ କଣ ଓ ସଚିନ ୱାଜେଙ୍କ ସହିତ ସମ୍ପର୍କ କଣ ସେ ନେଇ ଏନଆଇଏ ଖୋଳତାଡ ଆରମ୍ଭ କରିବ ବୋଲି ଜଣାପଡିଛି । ବିସ୍ଫୋରକ ରଖିବା ଦିନ ସମସ୍ତ ଘଟଣା ତଦନ୍ତ କରାଯିବ । ବିସ୍ଫୋରକ ରଖିବା ପାଇଁ ସଚିନ ବଜେ ଓ ପରମବୀର ସିଂହ କଣ ରହିଛ ତାହା ତଦନ୍ତ ହେବ । ଏହି ମାମଲାରେ ବ୍ୟବସାୟୀ ମନସୁଖ ହିରେନଙ୍କ ମୃତ୍ୟୁକୁ ନେଇ ମଧ୍ୟ ପରମବୀର ସିଂହ ତଦନ୍ତର ସାମନା କରିବେ । ଏହା ପୂର୍ବରୁ ଏହି ମାମଲାରେ ଏନଆଇଏ ମୁମ୍ବାଇ ପୋଲିସ ଅଫିସର ସଚିନ ୱାଜେକୁ ଗିରଫ କରିଛି । ଏହି ମାମଲାକୁ ନେଇ ମହାରାଷ୍ଟ୍ର ସରକାରଙ୍କ ଗୃହମନ୍ତ୍ରୀ ଅନିଲ ଦେଶମୁଖ ମଧ୍ୟ ଇସ୍ତଫା ଦେଇଛନ୍ତି ।