ଇଡ୍ଡୁକି:ବିଧାନସଭା ନିର୍ବାଚନକୁ ନେଇ ସରଗରମ କେରଳ ରାଜନୀତି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପତ୍ତିଜନକ ଓ ଅଶାଳୀନ ମନ୍ତବ୍ୟ ଦେଇ ବିବାଦରେ ଇଡ୍ଡୁକି ପୂର୍ବତନ ସାଂସଦ । ରାହୁଲ ଗାନ୍ଧୀଙ୍କ କେରଳ ମହିଳା ମହାବିଦ୍ୟାଳୟ ଗସ୍ତକୁ ନେଇ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ ବିଧାୟକ ଜୋସି ଜର୍ଜ ।
ଜର୍ଜ କହିଥିଲେ ଯେ, ରାହୁଲ ଗାନ୍ଧୀ କେବଳ ମହିଳା କଲେଜକୁ ଗସ୍ତ କରନ୍ତି । ଯେତେବେଳେ କୌଣସି ଛାତ୍ରୀ କଂଗ୍ରେସ ନେତାଙ୍କ ସଂସ୍ପର୍ଶରେ ଆସୁଛନ୍ତି ସେତେବେଳେ ସତର୍କ ରହିବା ଜରୁରୀ । ଝିଅମାନେ କେବେ ମଧ୍ୟ ଗାନ୍ଧୀ ନିକଟରେ ତଳକୁ ନଇଁବା କଥା ନୁହେଁ । ଯେହେତୁ ସେ ଅବିବାହିତ ସମସ୍ୟା ଦେଖାଦେଇପାରେ ।
ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ପିନାରାୟ ବିଜୟନ । ଏଲଡିଏଫ ଗାନ୍ଧୀଙ୍କ ପ୍ରତି ହୋଇଥିବା ବ୍ୟକ୍ତିଗତ ଆକ୍ରମଣକୁ ସମର୍ଥନ କରେ ନାହେଁ । ସାଂସଦଙ୍କ ମନ୍ତବ୍ୟକୁ ବ୍ୟକ୍ତିଗତ ନୁହେଁ ରାଜନୈତିକ ସ୍ତରରେ ବିରୋଧ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।