ଓଡିଶା

odisha

By

Published : Nov 2, 2021, 7:31 AM IST

ETV Bharat / bharat

12 ଘଣ୍ଟା ଜେରା ପରେ ଗିରଫ ହେଲେ ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ

ବନ୍ଧା ହେଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ । ଅର୍ଥ ହେରଫେର ବା ମନି ଲଣ୍ଡରିଂ ଅଭିଯୋଗ ନେଇ ତାଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୧୨ ଘଣ୍ଟା ଜେରା ପରେ ତାଙ୍କୁ ଗିରଫ କରିଛି ଇଡି । ଅଧିକ ପଢନ୍ତୁ...

12 ଘଣ୍ଟା ଜେରା ପରେ ବନ୍ଧା ହେଲେ ଅନିଲ ଦେଶମୁଖ
12 ଘଣ୍ଟା ଜେରା ପରେ ବନ୍ଧା ହେଲେ ଅନିଲ ଦେଶମୁଖ

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ଗିରଫ ହୋଇଛନ୍ତି । ଅର୍ଥ ହେରଫେର ବା ମନି ଲଣ୍ଡରିଂ ଅଭିଯୋଗ ନେଇ ତାଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୧୨ ଘଣ୍ଟା ଜେରା ପରେ ତାଙ୍କୁ ଗିରଫ କରିଛି ଇଡି । ଆଜି(ମଙ୍ଗଳବାର) ତାଙ୍କୁ କୋର୍ଟରେ ହାଜର କରାଯିବ ଯେଉଁଠାରେ ତାଙ୍କୁ ନ୍ୟାୟିକ ହେପାଜତରେ ନେବାକୁ ଆବେଦନ କରିବ ଇଡି ।

ସୂଚନାଅନୁସାରେ ଅନିଲ ଦେଶମୁଖଙ୍କୁ ଇଡିରେ ହାଜର ହେବାକୁ ସମନ ହୋଇଥିଲା । ଗତକାଲି ସେ ED କାର୍ଯ୍ୟାଳୟରେ ହାଜର ହୋଇଥିଲେ । ଦୀର୍ଘ ୧୨ ଘଣ୍ଟା ହେବ ଧରି ତାଙ୍କୁ ପ୍ରଶ୍ନ ବାଣରେ ଘାଇଲା କରିଥିଲା ଇଡି । ସେ ପଚରାଉଚରା ସହଯୋଗ କରିନଥିଲେ ତେଣୁ ତାଙ୍କୁ ଗିରଫ କରାଯାଇଛି । ତାଙ୍କୁ ଗିରଫ କରିବା ପୂର୍ବରୁ ଆର୍ଥିକ ଅନୁସନ୍ଧାନକାରୀ ଏଜେନ୍ସି ଅନିଲ ଦେଶମୁଖଙ୍କ ବୟାନ ରେକର୍ଡ କରିଥିଲା ​​ଯେଉଁଥିରେ ମାମଲାରେ ଅନ୍ୟ ଅଭିଯୁକ୍ତ ଓ ସାକ୍ଷୀଙ୍କ ବିବୃତ୍ତି ସମେତ ଏଜେନ୍ସି ଦ୍ବାରା ପ୍ରମାଣ ଏକାଠି ହୋଇଥିଲା ।

ଇଡି ଅଫିସରେ ହାଜର ହେବା ପରେ ଏକ ଭିଡିଓ ଜାରି କରି ଅନୀଲ ଦେଶମୁଖ କହିଛନ୍ତି ଆଜି ମୁଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସମ୍ମୁଖରେ ନିଜକୁ ହାଜିର କରିଛି । ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପାରମବୀର ସିଂ ମୋ ବିରୋଧରେ ମିଥ୍ୟା ଅଭିଯୋଗ ଆଣିଛନ୍ତି। ସେ ଆଜି କେଉଁଠାରେ ଅଛନ୍ତି ? ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସେ ଦେଶ ଛାଡିଛନ୍ତି ବୋଲି ଏକ ଭିଡିଓ ଜାରି କରି କହିଛନ୍ତି ଅନୀଲ ଦେଶମୁଖ ।

ଇଡି ମନି ଲଣ୍ଡରିଂକୁ ରୋକିବା ଧାରା (PMLA) ଅନୁସାରେ ଦେଶମୁଖଙ୍କ ବିରୋଧରେ ତଦନ୍ତ ଚଳାଇଛି । ଅନିଲ ଦେଶମୁଖଙ୍କ ଉପରେ ପ୍ରତିମାସ 100 କୋଟି ଟଙ୍କା ବଟି ଆଦାୟର ଅଭିଯୋଗ ଲଗାଇଥିଲେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ । ଏହାସହ ଗତ ମାସ ମୁମ୍ବାଇର 10ଟି ବଡ ବାର ମାଲିକ ଅନିଲ ଦେଶମୁଖଙ୍କୁ 4 କୋଟି ଟଙ୍କା ଦେବାର କଥା କହିଥିଲେ । ଏହି ଟଙ୍କା ନେଣଦେଣ ମାମଲାରେ ଇଡିକୁ ମିଳିଥିଲା ସୁରାକ । ଆଉ ଏହାରି ଆଧାରରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ତଦନ୍ତ ଚଳାଇଛି ସିବିଆଇ ଓ ଇଡି ।

ଗତ ମାସ ଅନିଲଙ୍କ ବାସଭବନ ସମେତ ନାଗପୁର, ମୁମ୍ବାଇ, ଦିଲ୍ଲୀ ଓ କୋଲକାତାରେ ରହୁଥିବା ଅନିଲଙ୍କ ସମ୍ପର୍କୀୟଙ୍କ ପ୍ରାୟ ୩୦ଟି ଠିକଣାରେ ଛାନଭିନ ହୋଇଥିଲା । ଯେଉଁଥିରେ ଆୟକର ବିଭାଗ ପ୍ରାୟ ୧୭ କୋଟି ଟଙ୍କା ଜବତ କରିଥିଲା । ଗତ ସେପ୍ଟେମ୍ବର ୨ ତାରିଖରେ ଦେଶମୁଖଙ୍କ ପ୍ରାଥମିକ ତଦନ୍ତ ସମ୍ବନ୍ଧୀୟ ଗୁପ୍ତ ଦଲିଲ ଲିକ୍ ଅଭିଯୋଗରେ ସିବିଆଇ ଦେଶମୁଖଙ୍କ ଓକିଲ ଆନନ୍ଦ ଦାଗା ଏବଂ ସିବିଆଇ ସବ୍‌-ଇନ୍ସପେକ୍ଟର ଅଭିଷେକ ତିୱାରୀଙ୍କୁ ଗିରଫ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details