ଓଡିଶା

odisha

ETV Bharat / bharat

ଅବସରପ୍ରାପ୍ତ ଭାରତୀୟ ଯବାନଙ୍କ ନାଗରିକତ୍ବକୁ ସନ୍ଦେହ, ପ୍ରମାଣ ଦେବାକୁ ଆସିଲା ନୋଟିସ - ଅବଦୁଲ ହଲିମ

ଦୀର୍ଘ ୨୮ବର୍ଷ ଧରି ସେନା ଯବାନ ଭାବେ ଦେଶ ସେବା କରିଛନ୍ତି । ହେଲେ ଏବେ ତାଙ୍କ ନାଗରିକତ୍ବକୁ ନେଇ ଉଠିଛି ପ୍ରଶ୍ନ । ଭାରତୀୟ ଭାବେ ପ୍ରମାଣ ଦେବା ଲାଗି ଅବସରପ୍ରାପ୍ତ ଆର୍ମି ଅଫିସରଙ୍କୁ ଆସିଛି ନୋଟିସ (Ex-Indian army asked to prove citizenship)। ଏଭଳି ଘଟଣା ଆସାମା ବାରପେଟାରେ ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

Abdul Halim
Abdul Halim

By

Published : Jan 6, 2023, 10:54 PM IST

ଦିସପୁର: ଆସାମରେ ଅବସରପ୍ରାପ୍ତ ଭାରତୀୟ ଯବାନଙ୍କ ନାଗରିକତ୍ବକୁ ସନ୍ଦେହ । ସେ ଭାରତୀୟ ବୋଲି ପ୍ରମାଣ ଦେବା ପାଇଁ ତାଙ୍କ ନିକଟକୁ ନୋଟିସ ଆସିଛି । ଭାରତ ମାତା ସେବାରେ ଦୀର୍ଘ ୨୮ବର୍ଷ ଯୋଗଦାନ ପରେ ମଧ୍ୟ ସେ ଭାରତୀୟ କି ନାହିଁ ସେ ନେଇ ଉପୁଜିଛି ସନ୍ଦେହ ଏବଂ ସେ ଭାରତୀୟ ବୋଲି ପ୍ରମାଣ ଦେବାକୁ ନୋଟିସ ଆସିଛି (Ex-Indian army asked to prove citizenship) । ଏଭଳି ଘଟଣା ଆସାମର ବାରପେଟା ଜିଲ୍ଲାରେ ଦେଖିବାକୁ ମିଳିଛି । ତାଙ୍କୁ ବାରପେଟା ବିଦେଶୀ ଟ୍ରିବ୍ୟୁନାଲ (Barpeta Foreigners Tribunal) ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି ।

ଏହି ଅବସରପ୍ରାପ୍ତ ଭାରତୀୟ ଯବାନଙ୍କ ନାମ ଅବଦୁଲ ହଲିମ (Abdul Halim) ବୋଲି ଜଣାପଡ଼ିଛି । ଯିଏକି ଇଣ୍ଡିଆନ ଆର୍ମିରେ ଜୁନିଅର କମିଶନର ଅଫିସର ଭାବେ କାର୍ଯ୍ୟ କରୁଥିଲେ (Junior commissioner officer in Indian Army) । ଦୀର୍ଘ ୨୮ବର୍ଷ ଧରି ସେ ଭାରତୀୟ ଯବାନ ଭାବେ କାର୍ଯ୍ୟ କରୁଥିଲେ । ତାଙ୍କୁ ବାରପେଟା ବିଦେଶୀ ଟ୍ରିବ୍ୟୁନାଲ ପକ୍ଷରୁ ଭାରତର ନାଗରିକ ଭାବେ ପ୍ରମାଣ ଦେବା ଲାଗି ନୋଟିସ ଆସିଛି । ଏହାସହିତ ଏହି ଘଟଣାକୁ ଗଣମାଧ୍ୟମ ସମ୍ମୁଖରେ ଉଲ୍ଲେଖ ନ କରିବାକୁ ମଧ୍ୟ କୁହାଯାଇଛି ।

ଏହା ବି ପଢନ୍ତୁ- Kanjhawala Case: ଅଞ୍ଜଳି-ନିଧି ମଧ୍ୟରେ ହୋଇଥିଲା ଝଗଡ଼ା, ପ୍ରତିକ୍ରିୟା ରଖିଲେ ବନ୍ଧୁ ନବୀନ

ହଲିମ ଏହି ନୋଟିସ ପାଇବା ପରେ ଆଚମ୍ବିତ ହୋଇପଡ଼ିଥିଲେ । ଏନେଇ ସେ ସର୍ବପ୍ରଥମେ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ତେବେ ସେ ଗତ ୧୯୯୨ ମସିହାରେ ଇଣ୍ଡିଆନ ଆର୍ମିରେ ଯୋଗଦାନ କରିଥିବା ବେଳେ ୧୯୯୯ କାର୍ଗିଲ ଯୁଦ୍ଧରେ (Kargil war of 1999) ମଧ୍ୟ ଅଂଶଗ୍ରହଣ କରିଥିଲେ । ଗତ ୨୦୦୩ ବାରପେଟା ବର୍ଡର ପୋଲିସରେ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ଏହାପରେ ବାରପେଟା ବିଦେଶୀ ଟ୍ରିବ୍ୟୁନାଲ ତାଙ୍କୁ ନାଗରିକତ୍ବ ପ୍ରମାଣ ଲାଗି ନୋଟିସ ପଠାଇଛି । ଅବଦୁଲ ବାରପେଟାର ସରୁସାଦାରି ଅଞ୍ଚଳର ଅଧିବାସୀ ବୋଲି ଜଣାପଡ଼ିଛି ।

ଅବଦୁଲ ହଲିମଙ୍କ ଅଭିଯୋଗ ଅନୁସାରେ ତାଙ୍କୁ ବିଦେଶୀ ଟ୍ରିବ୍ୟୁନାଲ ପକ୍ଷରୁ ନିର୍ଯାତନା ଦିଆଯାଉଛି । ଭିନ୍ନ ସାର୍ଟିଫିକେଟ ବାହାର କରିବା ଲାଗି ତାଙ୍କୁ କୁହାଯାଉଛି । ଏବେ ସେ ନିଜ ନାଗରିକତ୍ବ ପ୍ରମାଣ କରିବା ଲାଗି କେଉଁଠାକୁ ବି ଯିବେ ନାହିଁ ବୋଲି ସ୍ଥିର କରିଛନ୍ତି । ଏହା ତାଙ୍କୁ ବେଶ ଆଘାତ ଦେଇଥିବା କଥା ସେ କହିଛନ୍ତି ।

ABOUT THE AUTHOR

...view details