ଓଡିଶା

odisha

ETV Bharat / bharat

Loan Fraud Case: ଜେଲରୁ ମୁକୁଳିଲେ ଚନ୍ଦା କୋଚାର ଓ ସ୍ୱାମୀ ଦୀପକ କୋଚାର - ଅର୍ଥ ହେରଫେର ମାମଲା

ବମ୍ବେ ହାଇକୋର୍ଟଙ୍କ ଜାମିନ ପ୍ରଦାନ ପରେ ଜେଲରୁ ମୁକୁଳିଲେ ଚନ୍ଦା କୋଚର ଓ ସ୍ବାମୀ ଦୀପକ କୋଚର । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Jan 10, 2023, 12:45 PM IST

ନୂଆଦିଲ୍ଲୀ: ICICI ବ୍ୟାଙ୍କ-ଭିଡିଓକନ ଅର୍ଥ ହେରଫେର ମାମଲା । ଜେଲ୍‌ରୁ ମୁକୁଳିଲେ ପୂର୍ବତନ ICICI ବ୍ୟାଙ୍କ୍‌ର ପୂର୍ବତନ CEO ଚନ୍ଦା କୋଚାର ଓ ସ୍ୱାମୀ ଦୀପକ କୋଚାର । ଗତକାଲି ଉଭୟଙ୍କୁ ଜାମିନ ପ୍ରଦାନ କରିଥିଲେ ବମ୍ବେ ହାଇକୋର୍ଟ । ଏହାର ଗୋଟିଏ ଦିନ ପରେ ଆଜି ଆର୍ଥର ରୋର୍ଡ ଜେଲରୁ ମୁକୁଳିଛନ୍ତି ଚନ୍ଦା କୋଚର ଓ ତାଙ୍କ ସ୍ୱାମୀ ଦୀପକ କୋଚାର ।

ଅର୍ଥ ହେରାଫେର ମାମଲାରେ ଗତ ୨୦୨୨ ଡିସେମ୍ବରରେ CBI ଦ୍ୱାରା ଗିରଫ ହୋଇଥିଲେ ICICI ବ୍ୟାଙ୍କର ପୂର୍ବତନ MD ଚନ୍ଦା କୋଚାର ଓ ତାଙ୍କ ସ୍ୱାମୀ । ୨୦୦୯ରୁ ୨୦୧୮ ମଧ୍ୟରେ ଚନ୍ଦା କୋଚାର ICICI ବ୍ୟାଙ୍କର CEO ଥିବା ସମୟରେ ସେ ଭିଡିଓକନ ଗ୍ରୁପକୁ ୩,୨୫୦ କୋଟି ଲୋନ୍‌ ଦେଇଥିଲେ । ଭିଡିଓକନ ଗ୍ରୁପକୁ ୩,୨୫୦ କୋଟିର ବ୍ୟାଙ୍କ ଋଣ ଦେବା ମାମଲାରେ CBI ଡିସେମ୍ବର ୨୩ ତାରିଖ ବିଳମ୍ବିତ ରାତିରେ ଚନ୍ଦା କୋଚାର ଓ ତାଙ୍କ ସ୍ବାମୀଙ୍କୁ ଗିରଫ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ଧର୍ମ ପରିବର୍ତ୍ତନ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ, ରାଜନୈତିକ ରଙ୍ଗ ଦିଆଯିବା ଉଚିତ ନୁହେଁ : ସୁପ୍ରିମକୋର୍ଟ

ଗିରଫଦାରୀକୁ ଚ୍ୟାଲେଞ୍ଜ କରି ବମ୍ବେ ହାଇକୋର୍ଟରେ ଏକ ଯାଚିକା ଦାଖଲ କରାଯାଇଥିଲା । ଯାହାର ଶୁଣାଣି ଗତକାଲି ବମ୍ବେ ହାଇକୋର୍ଟରେ ହୋଇଥିଲା । ଚନ୍ଦା କୋଚାର ଓ ତାଙ୍କ ସ୍ୱାମୀଙ୍କ ଗିରଫଦାରୀ ଆଇନ ଅନୁସାରେ ହୋଇନଥିବା କହିଥିଲେ ବମ୍ବେ ହାଇକୋର୍ଟ । ଏହାପରେ ଉଭୟଙ୍କୁ ଜାମିନ ପ୍ରଦାନ କରିଥିଲେ କୋର୍ଟ । ଦୁର୍ନୀତି ନିବାରଣ ଆଇନ ଅନୁସାରେ ଉଭୟଙ୍କ ଗିରଫଦାରୀ ବେଆଇନ ବୋଲି ଦର୍ଶାଇଥିଲେ କୋର୍ଟ । ବ୍ୟକ୍ତିଗତ ୧ ଲକ୍ଷ ଟଙ୍କା ମୁଚାଲିକା ବଦଳରେ ଉଭୟଙ୍କୁ ଜାମିନ ପ୍ରଦାନ କରାଯାଇଥିଲା।

ABOUT THE AUTHOR

...view details