ଓଡିଶା

odisha

Interesting story: ପଶୁଙ୍କ ଦରଦୀ ବନ୍ଧୁ ରାଜେଶ, ନିତି ଖୁଆନ୍ତି ବିରିୟାନୀ

By

Published : Jun 5, 2021, 8:23 PM IST

ବୁଲା କୁକୁରଙ୍କ ମୁହଁରେ ଆହାର ଦିଅନ୍ତି ରାଜେଶ । ତାଙ୍କର ଏହି ମହତ କାମରେ ଲକଡାଉନ ବି ବାଟ ଓଗାଳିପାରିନି । ପଶୁପକ୍ଷୀଙ୍କ ପ୍ରତି ତାଙ୍କର ଏଭଳି ପ୍ରେମ ନିଶ୍ଚୟ ମାନବିକତା ପାଇଁ ପ୍ରେରଣାର ଉତ୍ସ ..

Interesting story:  ପଶୁଙ୍କ ଦରଦୀ ବନ୍ଧୁ ରାଜେଶ , ନିତି  ଖୁଆନ୍ତି ବିରିୟାନୀ
Interesting story: ପଶୁଙ୍କ ଦରଦୀ ବନ୍ଧୁ ରାଜେଶ , ନିତି ଖୁଆନ୍ତି ବିରିୟାନୀ

ବେଙ୍ଗାଲୁରୁ : ଲକଡାଉନ କାଳରେ ରାଜ୍ୟ ସରକାର ବିପିଏଲ ଓ ଏପିଏଲ ପରିବାରମାନଙ୍କୁ ପିଡିଏସ ସାମଗ୍ରୀ ବଣ୍ଟନ ପାଇଁ ନେଇଛନ୍ତି ପଦକ୍ଷେପ । ହେଲେ ପଶୁପକ୍ଷୀଙ୍କ କଣ ହେବ ? ସେମାନେ କଣ ଖାଇବେ ? କିଭଳି ବଞ୍ଚିବେ ? ଲକଡାଉନ ପାଇଁ ହୋଟେଲ ଓ ରେଷ୍ଟୁରାଣ୍ଟ ବନ୍ଦ ଥିବାରୁ ବୁଲା ପଶୁମାନେ ଦିନ ଦିନ ଧରି ଭୋକିଲା ରହୁଛନ୍ତି । କିନ୍ତୁ ଏହି ନିରୀହ ପଶୁଙ୍କ ଭୋକଙ୍କୁ ବୁଝିପାରନ୍ତି କର୍ଣ୍ଣାଟକ ପୁତ୍ତୁର CMCର ପୂର୍ବତନ ସଭାପତି , ଆଉ ପ୍ରତିଦିନ ଏମାନଙ୍କ ମୁହଁରେ ଆହାର ଯୋଗାଇବା ପାଇଁ ସେ ଭିଡିଛନ୍ତି ଅଣ୍ଟା ।

Interesting story: ପଶୁଙ୍କ ଦରଦୀ ବନ୍ଧୁ ରାଜେଶ , ନିତି ଖୁଆନ୍ତି ବିରିୟାନୀ

ରାଜେଶ କୁହନ୍ତି କି, ମୁଁ 15 ବର୍ଷ ଧରି ପୁତ୍ତୁର ସହରରେ ବୁଲା କୁକୁରଙ୍କୁ ଖାଦ୍ୟ ଖୁଆଉଛି । ବୁଲା କୁକୁରଙ୍କୁ ଆହାର ଦେବାକୁ ଲକଡାଉନ ବାଟ ଓଗାଳିନି । ଆମେ ରାତିରେ ପ୍ରାୟ 150 ବୁଲା କୁକୁରଙ୍କୁ ବିରିୟାନୀ ପରଷୁଛୁ । ଲକଡାଉନ କାଳରେ ଆମେ ସନ୍ଧ୍ୟା ସୁଦ୍ଧା କୁକୁରଙ୍କୁ ଖାଦ୍ୟ ଦେଉଛୁ ।

ପ୍ରତିଦିନ ରାଜେଶ ବାନୁର ପ୍ରାୟ 150 ବୁଲା କୁକୁରଙ୍କୁ ରନ୍ଧା ଖାଦ୍ୟ ଖାଇବାକୁ ଦିଅନ୍ତି । ଘରେ ଖାଇବା ପ୍ରସ୍ତୁତ କରି ସେ ନିଜ ସ୍କୁଟିରେ ପୂରା ସହର ବୁଲି ବୁଲି ବୁଲା କୁକୁରଙ୍କୁ ଖାଦ୍ୟ ଖାଇବାକୁ ଦିଅନ୍ତି । ଆଉ ରୋଚକପୂର୍ଣ୍ଣ କି ସେ କୁକୁରଙ୍କୁ ନନଭେଜ ବିରିୟାନୀ ଖୁଆଇଥାନ୍ତି ।

ଅସ୍ଥାୟୀ ସେଡ ତିଆରି କରି ବୁଲା କୁକୁରଙ୍କ ପାଇଁ ଆଶ୍ରୟସ୍ଥଳ ନିର୍ମାଣ କରିବାକୁ ରାଜେଶ ସରକାରଙ୍କୁ ଅନୁରୋଧ କରିଛନ୍ତି । ଯଦି ସରକାର ଏଥିପାଇଁ ତାଙ୍କୁ ମାଗଣାରେ ଭୂମି ଦେବେ ସେ ଏହି ପଶୁଙ୍କ ପାଇଁ ବାସସ୍ଥାନ କରିବେ ବୋଲି ଆଶା ରଖିଛନ୍ତି ।

ସାଧାରଣତ ଲୋକ ଘରେ କୁକୁର , ବିଲେଇ ଭଳି ପଶୁ ରଖିଥାନ୍ତି । ମୁଁ 15 ବର୍ଷ ଭିତରେ ଦେଖିନି ଯେ, କୌଣସି ବ୍ୟକ୍ତି , ବୁଲା ପଶୁଙ୍କୁ ଏଭଳି ଖାଇବା ଖୁଆଉଥିବ । ନିୟମିତ ଭାବେ ସେ 150ରୁ ଅଧିକ କୁକୁରଙ୍କୁ ଖାଇବା ଦେଉଛନ୍ତି । ଲକଡାଉନ ପରେ ବି ବୁଲା କୁକୁରଙ୍କୁ ଖାଇବା ଦେଉଛନ୍ତି । ପଶୁପକ୍ଷୀଙ୍କ ପ୍ରତି ଏହା ଏକ ଉଲ୍ଲେଖନୀୟ ସେବା ବୋଲି କହିଛନ୍ତି ସାମାଜିକ କର୍ମୀ ।

ରାଜେଶଙ୍କୁ ସହଯୋଗ ପାଇଁ କିଛି ଲୋକ ସହଯୋଗର ହାତ ବଢାଇଛନ୍ତି । କିଛି ହୋଟେଲ ଓ ଯୁବପୀଢିମାନେ ରାଜେଶଙ୍କୁ ସାହାଯ୍ୟ କରନ୍ତି । ବୁଲା କୁକୁଲ ରୋଗରେ ପଡିଲେ ରାଜେଶ ଓ ତାଙ୍କ ଟିମ ସେମାନଙ୍କ ସେବା କରିଥାନ୍ତି । ଡାକ୍ତରଙ୍କୁ ଆଣି ଚିକିତ୍ସା କରାଇଥାନ୍ତି । ପଶୁପକ୍ଷୀଙ୍କ ପ୍ରତି ରାଜେଶଙ୍କ ଏହି ଅନାବିଳ ପ୍ରେମ ମାନବତାର ଏକ ଶ୍ରେଷ୍ଠ ଉଦାହରଣ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details