ନୂଆଦିଲ୍ଲୀ: ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ବିଚାରପତି ଚୟନ ପାଇଁ ପୂର୍ବରୁ ପ୍ରଚଳିତ ହୋଇ ଆସିଥିବା କଲେଜିୟମ ବ୍ୟବସ୍ଥା ସମ୍ପୂର୍ଣ୍ଣ ସଠିକ ଓ ସ୍ଥିର । ନିକଟରେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁଙ୍କ ମନ୍ତବ୍ୟକୁ ଏପରି ଭାବେ ଖଣ୍ଡନ କରିଛନ୍ତି ପୂର୍ବତନ ପ୍ରଧାନ ବିଚାରପତି ୟୁ.ୟୁ ଲଳିତ । ଏକ ଘରୋଇ ଗମମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ପୂର୍ବତନ ପ୍ରଧାନ ବିଚାରପତି ଲଳିତ କଲିଜିୟମ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସ୍ପଷ୍ଟ ତଥା ସ୍ଥିର ବ୍ୟବସ୍ଥା ବୋଲି ଦର୍ଶାଇଛନ୍ତି । ନିକଟରେ କେନ୍ଦ୍ର ଆଇନ୍ ମନ୍ତ୍ରୀ କିରଣ ରିଜଜୁ କଲେଜିୟମ ବ୍ୟବସ୍ଥା ଏକ ଅସ୍ପଷ୍ଟ ଓ ଅପାରଦର୍ଶୀ ବ୍ୟବସ୍ଥା ବୋଲି ମତ ରଖିବା ସହ ଏଥିରେ ସଂସ୍କାରମୂଳକ ପଦକ୍ଷେପର ଆବଶ୍ୟକତା ରହିଥିବା କଥା କହିଥିଲେ ।
ନିକଟରେ ପ୍ରଧାନ ବଚାରପତି ପଦରୁ ଅବସର ଗ୍ରହଣ କରିଥିବା ଜଷ୍ଚିସ ଲଳିତ କହିଛନ୍ତି, "ମନ୍ତ୍ରୀ ଦେଇଥିବା ମତାମତ ତାଙ୍କର ବ୍ୟକ୍ତିଗତ ଦୃଷ୍ଟିଭଙ୍ଗୀ ହୋଇଥାଇପାରେ । କିନ୍ତୁ ବିଚାରପତି ଚୟନ ନେଇ ଭାରତୀୟ ନ୍ୟାୟିକ ବ୍ୟବସ୍ଥାରେ ପ୍ରଚଳିତ ହୋଇଆସିଥିବା କଲେଜିୟମ ବ୍ୟବସ୍ଥା ଏକ ସ୍ଥିର ଓ ସଠିକ ଚୟନ ପ୍ରଣାଳୀ । ଏହା ବିଚାରପତି ନିଯୁକ୍ତି ନେଇ ଏପରି ଏକ ପାରଦର୍ଶୀ ପ୍ରଣାଳୀ, ଯେଉଁଥିରେ ସମସ୍ତ ଦିଗ ଓ ଦୃଷ୍ଟିଭଙ୍ଗୀକୁ ପ୍ରାଧାନ୍ୟ ମିଳିଥାଏ । ଏହି ପ୍ରଣାଳୀରେ ଏକାଧିକ ସ୍ତରରେ ସମୀକ୍ଷା ପରେ ବିଚାରପତିଙ୍କ ନାମ ସୁପାରିଶ ହୋଇଥାଏ । ଏହି ଚନୟ ପ୍ରକ୍ରିୟାରେ ସରକାରଙ୍କ ଭାଗିଦାରୀ ମଧ୍ୟ ରହିଥାଏ । ତେଣୁ ଏହା ଏକ ସଠିକ ଓ ସ୍ଥିର ବ୍ୟବସ୍ଥା ।"
ଏହା ମଧ୍ୟ ପଢନ୍ତୁ:-କଲେଜିୟମ ଏକ ଅସ୍ପଷ୍ଟ ବ୍ୟବସ୍ଥା, କାର୍ଯ୍ୟପାଳିକାର କାର୍ଯ୍ୟ ପରିସରରେ ନ୍ୟାୟପାଳିକାର ହସ୍ତକ୍ଷେପ ଅନୁଚିତ: ରିଜଜୁ