ଓଡିଶା

odisha

ETV Bharat / bharat

ଝିଅଙ୍କ ନାଁରେ ପରିଚିତ ଏହି ଗାଁର ପ୍ରତିଟି ଘର

ପୁରୁଷ ପ୍ରାଧାନ୍ୟ ସମାନରେ ଝିଅଙ୍କ ମହତ୍ବ ଓ ସେମାନଙ୍କ ଗୁରୁତ୍ବକୁ ବୁଝିଛି ହରିୟାଣା ନୁହୁ ଜିଲ୍ଲାର କିରୁରୀ ଗାଁ । ଏଠାକାର ପ୍ରତିଟି ଘର ପରିଚିତ ଝିଅଙ୍କ ନାଁ ରେ । ଏଇଥିପାଇଁ ଏହି ଗାଁ ଏବେ ସାଧାରଣରୁ ହୋଇଛି ସ୍ବତନ୍ତ୍ର । ଅଧିକ ପଢନ୍ତୁ..

ଝିଅଙ୍କ ନାଁରେ ପରିଚିତ ଏହି ଗାଁର ପ୍ରତିଟି ଘର
ଝିଅଙ୍କ ନାଁରେ ପରିଚିତ ଏହି ଗାଁର ପ୍ରତିଟି ଘର

By

Published : Nov 13, 2020, 7:49 PM IST

ଚଣ୍ଡିଗଡ: ହରିୟାଣାର ନୁହୁ ଜିଲ୍ଲାର କିରୁରୀ ଗାଁ ଏବେ ସାଧାରଣରୁ ହୋଇଛି ସ୍ବତନ୍ତ୍ର । ଗୋଟିଏ ପଟେ ଯେଉଁଠି ଆମ ସମାଜରେ ଝିଅଙ୍କୁ ପର ଧନ ବୋଲି ଭାବୁଛେ , ସେହି ସମୟରେ ହରିୟାଣାର ଏହି ଛୋଟ ଗାଁ ଟି ପୂରା ସମାଜକୁ ଆଇନା ଦେଖାଇବା ପାଇଁ ଗ୍ରହଣ କରିଛି ଏକ ଶିକ୍ଷଣୀୟ ପଦକ୍ଷେପ । ଯାହାକି ଝିଅଙ୍କୁ ସମ୍ମାନ ଜଣାଇବାର ଏକ ବଡ ନଜୀର .. ପ୍ରାୟ 1200 ଜନସଂଖ୍ୟା ବିଶିଷ୍ଟ ଏହି ଗାଁ ଝିଅଙ୍କ ନାଁରେ ହୋଇଛି ସମର୍ପିତ ।

ଝିଅଙ୍କ ନାଁରେ ପରିଚିତ ଏହି ଗାଁର ପ୍ରତିଟି ଘର

ଏହି ଅଭିଯାନ ପଛରେ ରହିଛି ବହୁତ ସୁନ୍ଦର ଓ ପ୍ରଗତିଶୀଳ ବିଚାର । କେବେ Selfie with Daughter ଅଭିଯାନରୁ ଚର୍ଚ୍ଚାକୁ ଆସିଥିବା ହରିୟାନାର ପୂର୍ବତନ ସରପଞ୍ଚ ସୁନୀଲ ଜଗଲାନ ହିଁ ଏହି ଗାଁରେ ‘ଲାଡୋ ସ୍ବାଭିମାନ’ ଅଭିଯାନର ଆରମ୍ଭ କରିଥିଲେ । ତାଙ୍କର ଲକ୍ଷ୍ୟ ରହିଛି କି, ଯେଉଁ ବାପାର ସମ୍ପତ୍ତିରେ ଝିଅଙ୍କ କୌଣସି ଅଧିକାର ନଥାଏ ବୋଲି ସମାଜ ଭାବୁଛି, ସେହି ବାପା ନିଜ ଘରକୁ ଝିଅଙ୍କ ନାଁରେ ପରିଚୟ ଦେବ ଯଦି , ତେବେ ବଦଳିବ ଚିନ୍ତାଧାରା ।

କିରୁରୀ ଗାଁର ଝିଅ ନିଶୁ କୁହେ କି , ଆଜି ଘରେ ଆମ ନାଁରେ ନେମ ପ୍ଲେଟ ଲାଗିଛି । ଯେତେବେଳେ କି ତାଙ୍କ ମାଁ , ଜେଜେ ମାଁ , ଆଇଙ୍କ ସମୟରେ ଏଭଳି ପ୍ରଚେଷ୍ଟା କରାଯାଇନଥିଲା । କିନ୍ତୁ ଆମେ ଗର୍ବ ଅନୁଭବ କରୁଛୁ .. ସେହିଭଳି ଆଉ ଏକ ଝିଅ ବନ୍ଦନା କହିଛି କି , ଗାଁରେ ସ୍ବାଭିମାନ ଉତ୍ସବ ଯୋଗୁଁ ଆମ ମା- ବାପା ଯେତିକି ଖୁସି ହୋଇଛନ୍ତି , ତାହା ଠାରୁ ବହୁତ ଅଧିକ ଆମକୁ ଖୁସି ମିଳିଛି ।

ଟିକେ ଭାବିଲେ , ସେହି ପ୍ରଦେଶରେ .. ଯେଉଁଠି ଝିଅଙ୍କୁ ଘରେ ଓଢଣୀରେ ଢାଙ୍କି ହୋଇ ରହିବାକୁ କୁହାଯାଏ... ହେଲେ ଆମର ସେହି ପ୍ରଦେଶରେ ଏଭଳି ଏକ ଅଭିଯାନର ଆରମ୍ଭ ହୋଇଛି , ଯାହା କେବଳ ହରିୟାଣା କିମ୍ବା ସମଗ୍ର ଦେଶରେ ନୁହେଁ ବରଂ ପୂରା ବିଶ୍ବରେ ଲାଗୁ ହେବା ଜରୁରୀ ରହିଛି । ଏହି ବିଚାର ସହ ବେଟି ପଢିବେ ବି ..ଆଉ ବଢିବେ ବି ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ABOUT THE AUTHOR

...view details