ଓଡିଶା

odisha

ETV Bharat / bharat

ଉତ୍ତରାଖଣ୍ଡ ହିମସ୍ଖଳନରେ ଏଭରେଷ୍ଟ ବିଜୟିନୀ ସବିତା କନସ୍ବାଲଙ୍କ ମୃତ୍ୟୁ - ହିମସ୍ଖଳନରେ ଏଭରେଷ୍ଟ ବିଜୟୀ ସବିତା କନସ୍ବାଲଙ୍କ ମୃତ୍ୟୁ

ଉତ୍ତରାଖଣ୍ଡ ହିମସ୍ଖଳନରେ ଏଭରେଷ୍ଟ ବିଜୟିନୀ ସବିତା କନସ୍ବାଲଙ୍କ ଦେହାନ୍ତ । ଅଧିକ ପଢନ୍ତୁ

ଉତ୍ତରାଖଣ୍ଡ ହିମସ୍ଖଳନରେ ଏଭରେଷ୍ଟ ବିଜୟୀ ସବିତା କନସ୍ବାଲଙ୍କ ମୃତ୍ୟୁ
ଉତ୍ତରାଖଣ୍ଡ ହିମସ୍ଖଳନରେ ଏଭରେଷ୍ଟ ବିଜୟୀ ସବିତା କନସ୍ବାଲଙ୍କ ମୃତ୍ୟୁ

By

Published : Oct 5, 2022, 1:29 PM IST

ଡେରାଡୁନ: ଉତ୍ତରକାଶୀ ହିମସ୍ଖଳନରେ(Uttarakhand Avalanche) ପର୍ବତାରୋହୀ ସବିତା କନସ୍ବାଲଙ୍କ ମୃତ୍ୟୁ ହୋଇଛି । ସେ ମଙ୍ଗଳବାର ସକାଳେ ଡାଣ୍ଡା-୨ରେ ପର୍ବତାରୋହଣ କୋର୍ସ ପାଇଁ ପ୍ରଶିକ୍ଷକ ଭାବେ ଯାଇଥିଲେ । ସେଠାରେ ହିମସ୍ଖଳନ ଯୋଗୁଁ ପ୍ରାଣ ହରାଇଥିବା ୧୦ ଜଣଙ୍କ ମଧ୍ୟରେ ଏଭରେଷ୍ଟ ବିଜୟୀ ସବିତା ମଧ୍ୟ ରହିଛନ୍ତି(Savita Kanswal died) । ଏହି ଅଘଟଣରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଭୀର ଦୁଃଖ ପ୍ରକାଶ କରାଯାଇଛି ।

ସବିତା କନସ୍ବାଲ ନେହେରୁ ପର୍ବତାରୋହଣ ସଂସ୍ଥାନ(NIM)ର ଜଣେ କୁଶଳୀ ପ୍ରଶିକ୍ଷକ ଥିଲେ(skilled instructor) । ଚଳିତ ବର୍ଷ ମେ' ୧୨ ତାରିଖରେ ସବିତା ବିଶ୍ବର ସବୁଠୁ ଉଚ୍ଚତମ ମାଉଣ୍ଟ ଏଭରେଷ୍ଟ(8848 ମିଟର) ଶିଖରରେ ପହଞ୍ଚି ତ୍ରିରଙ୍ଗା ଉଡାଇଥିଲେ । ଏହାର ୧୫ ଦିନ ପରେ ସେ ସଫଳତା ପୂର୍ବକ ମାଉଣ୍ଟ ମକାଲୁ(Mount Makalu) ମଧ୍ୟ ଆରୋହଣ କରିଥିଲେ । ୧୫ ଦିନ ମଧ୍ୟରେ ଏହି ସଫଳତା ହାସଲ କରି ସବିତା ନୂତନ ରେକର୍ଡ ସୃଷ୍ଟି କରିଥିଲେ । ହେଲେ ମଙ୍ଗଳବାର ଉତ୍ତରକାଶୀ ହିମସ୍ଖଳନରେ ତାଙ୍କର ମୃତ୍ୟୁ ଘଟିଛି । NIM ପ୍ରିନ୍ସପାଲ ଅମିତ୍ ବିଶ୍‌ତ(Amit Bisht) ତାଙ୍କର ମୃତ୍ୟୁ ଘଟିଥିବା ସ୍ପଷ୍ଟ କରିଛନ୍ତି । ପର୍ବତାରୋହୀ ସବିତା କନସ୍ବାଲ ଉତ୍ତରାଖଣ୍ଡ ଲୋନଥୁର ନିବାସୀ ଅଟନ୍ତି । ତାଙ୍କର ମୃତ୍ୟୁ ଖବର ଆସିବା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି ।

ଏହାମଧ୍ୟ ପଢନ୍ତୁ:Uttarakhand Avalanche: ୧୦ ପର୍ବତାରୋହୀ ମୃତ, ତୁଷାରପାତ ଯୋଗୁଁ ଉଦ୍ଧାର କାର୍ଯ୍ୟ ସ୍ଥଗିତ

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମଙ୍ଗଳବାର ସକାଳ ୯ଟା ବେଳେ ଉତ୍ତରାଖଣ୍ଡ ଉତ୍ତରକାଶୀର ଡାଣ୍ଡା-୨ ପର୍ବତରେ ଭୟଙ୍କର ହିମସ୍ଖଳନ ହୋଇଥିଲା । ବରଫ ଅତଡା ଖସିବା ଯୋଗୁଁ ଏଠାରେ ୪୧ ଜଣିଆ ପର୍ବତାରୋହୀ ଟିମ୍‌ ଫସି ଯାଇଥିଲେ । ସେମାନଙ୍କ ମଧ୍ୟରେ ୩୪ ଜଣ ଟ୍ରେନି ରହିଥିଲେ ଓ ୭ ଜଣ ପ୍ରଶିକ୍ଷକ ରହିଥିଲେ । ଫସି ରହିଥିବା ପର୍ବତାରୋହୀଙ୍କ ମଧ୍ୟରୁ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା । ସେପଟେ ପ୍ରବଳ ତୁଷାରପାତ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା । ଖୋଦ୍ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ଏହି ଘଟଣା ସମୀକ୍ଷା କରି ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ବାୟୁସେନାକୁ ନିର୍ଦ୍ଦେଶ ଦେଇଥିଲେ । ଡାଣ୍ଡା ପର୍ବତରେ ଫସି ରହିଥିବା ପର୍ବତାରୋହୀଙ୍କୁ ଉଦ୍ଧାର କରିବା ପାଇଁ ବାୟୁସେନାର ଦୁଇଟି ଚିତା ହେଲିକପ୍ଟର ସାମିଲ ରହିଥିଲେ । ହେଲେ ଏହି ବଡ ଧରଣର ହିମସ୍ଖଳନରେ ଏଭେରେଷ୍ଟ ବିଜୟୀ ସବିତାଙ୍କ ସହ ୧୦ ଜଣ ଚିର ଦିନ ପାଇଁ ଆଖି ବୁଜିଛନ୍ତି ।

ABOUT THE AUTHOR

...view details