ନୂଆଦିଲ୍ଲୀ: ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଭ୍ୟାକ୍ସିନେସନକୁ ନେଇ ସେ କେନ୍ଦ୍ରକୁ ଘେରିଛନ୍ତି । ଟୀକାକରଣ ଦେଶରେ ହ୍ରାସ ପାଉଛି ବୋଲି ସେ ଅଭିଯୋଗ ଆଣିଛନ୍ତି । କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଶୁକ୍ରବାର ଦିନ ଥିବାରୁ ସେଦିନ କେବଳ ଦେଶରେ 2.5 କୋଟି ଟୀକାକରଣ ହୋଇଥିଲା । ଏହାପରେ ଭ୍ୟାକ୍ସିନେସନ କାର୍ଯ୍ୟକ୍ରମ ଶେଷ ବୋଲି କହି କେନ୍ଦ୍ରକୁ କଟାକ୍ଷ କରିଛନ୍ତି । କେବଳ ସେତିକି ନୁହେଁ, ଦେଶର ଦଶ ଦିନର କୋଓ୍ବିନ ପୋର୍ଟାଲର କୋରୋନା ଟୀକାକରଣ ତଥ୍ୟ ମଧ୍ୟ ଟୁଇଟରେ ସେୟାର କରିଛନ୍ତି ।
ଭ୍ୟାକ୍ସିନେସନ ନେଇ କେନ୍ଦ୍ରକୁ ରାହୁଲଙ୍କ କଟାକ୍ଷ
କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଦଶ ଦିନର କୋଓ୍ବିନ ପୋର୍ଟାଲର କୋରୋନା ଟୀକାକରଣ ତଥ୍ୟ ମଧ୍ୟ ଟୁଇଟରେ କଲେ ସେୟାର। ଅଧିକ ପଢନ୍ତୁ...
ଭ୍ୟାକସିନେସନକୁ ନେଇ କେନ୍ଦ୍ରକୁ ରାହୁଲଙ୍କ କଟାକ୍ଷ
ସେପଟେ, କୋରୋନାକୁ ମାତ ଦେବା ପାଇଁ ଜୁନ୍ ୨୦୨୧ରେ ଦେଶରେ ଆରମ୍ଭ ହୋଇଥିଲା କ୍ୟାମ୍ପେନ ମୋଡରେ ଟୀକାକରଣ । ଦେଶରେ ଏପର୍ଯ୍ୟନ୍ତ 80 କୋଟି 33 ଲକ୍ଷ 75 ହଜାର 147 ଟୀକାକରଣ ହୋଇଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି ।