ଓଡିଶା

odisha

ETV Bharat / bharat

କାବୁଲରୁ ଫେରିଲେ ୧୨୦ ଭାରତୀୟ, ବନ୍ଦେ ମାତରମ ନାରାରେ ପ୍ରକମ୍ପିତ ଜାମନଗର - କାବୁଲରୁ ଫେରିଲେ ୧୨୦ ଭାରତୀୟ

ସଂକଟ ମଧ୍ୟରେ ଆସିଲା ଆଶ୍ବସ୍ତିକର ଖବର । ଆଫଗାନିସ୍ତାନ କାବୁଲରୁ ସୁରକ୍ଷିତ ଭାବେ ଭାରତ ଫେରିଲେ ୧୨୦ ଦୂତାବାସର ଅଧିକାରୀ ଓ ପରିବାର ସଦସ୍ୟ । ଅଧିକ ପଢନ୍ତୁ...

କାବୁଲରୁ ଫେରିଲେ ୧୨୦ ଭାରତୀୟ
କାବୁଲରୁ ଫେରିଲେ ୧୨୦ ଭାରତୀୟ

By

Published : Aug 17, 2021, 2:16 PM IST

ନୂଆଦିଲ୍ଲୀ/ଜାମନଗର: ସଂକଟ ମଧ୍ୟରେ ଆସିଲା ଆଶ୍ବସ୍ତିକର ଖବର । ଆଫଗାନିସ୍ତାନ କାବୁଲରୁ ସୁରକ୍ଷିତ ଭାବେ ଭାରତ ଫେରିଲେ ୧୨୦ ଦୂତାବାସର ଅଧିକାରୀ ଓ ପରିବାର ସଦସ୍ୟ ।

କାବୁଲରୁ ଫେରିଲେ ୧୨୦ ଭାରତୀୟ; ଜାମନଗରରେ ଓହ୍ଲାଇଲେ

ଆଜି (ମଙ୍ଗଳବାର) ଭାରତୀୟ ବାୟୁସେନାର ବିମାନ C-17 ମାଷ୍ଟରଗ୍ଲୋବାଲ ୧୨୦ ଜଣଙ୍କୁ ନେଇ କାବୁଲ ବିମାନ ବନ୍ଦରରୁ ନେଇ ଭାରତ ଅଭିମୁଖେ ଉଡାଣ ଭରିଥିଲା । କିଛି ଘଣ୍ଟା ପରେ ମାଷ୍ଟର ଗ୍ଲୋବାଲ ଗୁଜୁରାଟ ଜାମନଗର ବାୟୁସେନାର ଏୟାରବେସରେ ଅବତରଣ କରିଥିଲା । ଆଉ ଏହି ବିମାନରେ ଭାରତ ଫେରି ଆସିଛନ୍ତି କାବୁଲରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଋନ୍ଦ୍ରେଦ୍ର ଟଣ୍ଡନ ।

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବିମାନରେ ଦୂତାବାସର କର୍ମଚାରୀ ଅଧିକାରୀ ପରିବାର ସଦସ୍ୟ, ସୁରକ୍ଷାକର୍ମୀ ଓ କିଛି ଗଣମାଧ୍ୟମ ପ୍ରତିନିଧି ଆସିଛନ୍ତି । ଜାମନଗରରେ ଅବତରଣ ପରେ ଆସିଥିବା ସମସ୍ତଙ୍କୁ ସ୍ବାଗତ କରାଯାଇଥିଲା । ଆଉ ଏହି ସମସ୍ତ ଅଧିକାରୀ କର୍ମଚାରୀ ଭାରତରେ ପାଦ ଦେବାପରେ ଯେମିତି ନୂଆ ଜନ୍ମ ପାଇଥିଲେ । ଖୁସିରେ ଆତ୍ମହରା ହୋଇ ଭାରତ ମାତା କି ଜୟ ବନ୍ଦେ ମାତରମ ନାରା ଲଗାଇଥିଲେ। ଏପରିକି କିଛି କର୍ମଚାରୀ ମାଟିକୁ ଛୁଇଁ ମୁଣ୍ଡିଆ ମାରିଥିଲେ।

ତେବେ ତାଲିବାନିଙ୍କ ଉତ୍ପାତ ପାଇଁ ଗତକାଲି ଠାରୁ କାବୁଲରୁ ସମସ୍ତ କମର୍ସିଆଲ ବିମାନ ଚଳାଚଳ ବନ୍ଦ କରିଦିଆଯାଇଥିଲା । ତେବେ ଆଜି ଆମେରିକା ସେନା କାବୁଲ ବିମାନ ବନ୍ଦରକୁ ନିଜ ନିୟନ୍ତ୍ରଣକୁ ନେବାପରେ ଆଜି ସ୍ଥିତି ସ୍ବାଭାବିକ ହୋଇଛି । ଆମେରିକା ଭାରତ ସମେତ ବିଶ୍ବର ଅନ୍ୟ ଦେଶର ବିମାନ ନିଜ ନାଗରିକଙ୍କୁ ନେଇ ଉଡିଛି ।

@ANI

ABOUT THE AUTHOR

...view details