ଚଣ୍ଡିଗଡ: କିନ୍ନର ସହ ହେଲା ଯୁବକଙ୍କ ପ୍ରେମ । ତଥାକଥିତ ବିବାହ କରି ଦୀର୍ଘ 7ବର୍ଷ ଧରି ଏକାସାଙ୍ଗରେ ରହିଲେ । ଅସ୍ତ୍ରୋପଚାର କରି ଲିଙ୍ଗ ପରିବର୍ତ୍ତନ କରିବା ପରେ କୋର୍ଟ ମ୍ୟାରେଜ କରିବାକୁ କହିଲେ ସମ୍ପୃକ୍ତ ଯୁବକ । କିନ୍ନରଟି ମଧ୍ୟ ଅନୁରୂପ ତାହା କଲା । ହେଲେ ହଠାତ ଯୁବକଜଣଙ୍କ ଦିନେ ସମ୍ପୃକ୍ତ କିନ୍ନରର ସୁନା ଗହଣା ଓ ନଗଦ ଟଙ୍କା ଧରି ଫେରାର ମାରିଲା । ହରିୟାଣାର ପାନିପତରେ ଏପରି ଏକ ଘଟଣା ସମସ୍ତଙ୍କୁ ଚକିତ କରିଛି । କିନ୍ନରଜଣଙ୍କ ସ୍ଥାନୀୟ ବାସିନ୍ଦା ହୋଇଥିବା ବେଳେ ଏପରି ପ୍ରତାଡନା କରି ଫେରାର ମାରିଥିବା ଯୁବକଜଣଙ୍କର ପ୍ରକୃତ ଘର ଉତ୍ତର ପ୍ରଦେଶର ବୋଲି ଜଣାପଡିଛି ।
ପାନିପତର ଜଣେ କିନ୍ନର ଏପରି ଅଭିଯୋଗ ସହ ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଅଭିଯୋଗ ଅନୁସାରେ ଉତ୍ତର ପ୍ରଦେଶର ଅଖିଳେଶ ନାମକ ଜଣେ ଯୁବକଙ୍କର ସହ ତାର ପ୍ରେମ ସମ୍ପର୍କ ଗଢିଉଠିଥିଲା । ସେ କ୍ୟାବ ଡ୍ରାଇଭର ଭାବେ ପାନିପାତରେ କାମ କରୁଥିଲା । ଉଭୟ ବିବାହ କରି ଏକାଠି ରହିବେ ବୋଲି ନିଷ୍ପତ୍ତି ଗ୍ରହଣ କରିଥିଲେ । ଏନେଇ କିନ୍ନର ସମାଜ ମଧ୍ୟ ସହମତି ପ୍ରକାଶ କରିଥିଲେ । ଉଭୟଙ୍କ ମଧ୍ୟରେ ବିହାହ କରି ଅଖିଳେଶ ସହ 7 ବର୍ଷ ଧରି ରହିଥିଲା । ଅଖିଳେଶ ତା ଠାରୁ ପ୍ରତିମାସ ଟଙ୍କା ନେଉଥିବା ବେଳେ କୋର୍ଟ ମ୍ୟାରେଜ ପାଇଁ ସମୟ ଗଡାଇ ଚାଲିଥିଲା ।