ଓଡିଶା

odisha

ETV Bharat / bharat

TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ @9AM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9AM
TOP NEWS@9AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Jul 26, 2022, 9:00 AM IST

1. Kargil Vijay Diwas: ଯେବେ କାର୍ଗିଲ ଶୀର୍ଷରେ ଫରଫର ଉଡିଲା ତ୍ରିରଙ୍ଗା...

କାର୍ଗିଲ ଯୁଦ୍ଧର ପ୍ରାରମ୍ଭ 1999 ମେ’ ମାସରୁ ଆରମ୍ଭ ହୋଇଯାଇଥିଲା । ଆଉ ଏହି ଯୁଦ୍ଧରେ ବିଜୟୀ ହେବା ପାଇଁ ଭାରତୀୟ ସେନା ଆରମ୍ଭ କରିଥିଲା ‘ଅପରେସନ ବିଜୟ’ ଆଉ ୧୯୯୯ ମସିହା ଆଜିର ଦିନରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀ ଘୋଷଣା କରିଥିଲେ ଭାରତର ବିଜୟଗାଥା ।

2. ଭୁବନେଶ୍ବର ଏମ୍ସରୁ ଡିସଚାର୍ଜ ହେଲେ ଗିରଫ ପଶ୍ଚିମବଙ୍ଗ ଶିଳ୍ପମନ୍ତ୍ରୀ ପାର୍ଥ ଚାଟାର୍ଜୀ

ପଶ୍ଚିମ ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ମଙ୍ଗଳବାର ଭୋର 4ଟା 30ରେ ଏମ୍ସ ଡାକ୍ତରଖାନାରୁ ପାର୍ଥ ଚାଟାର୍ଜୀ ଡିସଚାର୍ଜ ହୋଇଛନ୍ତି ।

3. ଅଗଷ୍ଟ ୩ ଯାଏଁ ED ହେପାଜତରେ ରହିବେ ପାର୍ଥ ଚାଟାର୍ଜୀ-ଅର୍ପିତା

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତ ଘୋଟାଲା ମାମଲା । ଅଗଷ୍ଟ ୩ ଯାଏଁ ପାର୍ଥ ଚାଟାର୍ଜୀ ଓ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଇଡି ହେପାଜତକୁ ପଠାଇଲେ କୋର୍ଟ ।

4. ଆସନ୍ତା 28ରେ ରାଜ୍ୟସ୍ତରୀୟ ପେନସନ ଓ ଭବିଷ୍ୟନିଧି ଅଦାଲତ

ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଓ ରାଜ୍ୟ କର୍ମଚାରୀଙ୍କ ସମସ୍ୟାର ହେବ ସମାଧାନ । ପେନ୍‌ସନ୍‌ ଓ ଭବିଷ୍ୟନିଧି ସମ୍ପର୍କିତ ଅଭିଯୋଗ ଶୁଣାଣି ଆସନ୍ତା 28 ତାରିଖରେ ହେବ ।

5. ନଭି ମୁମ୍ବାଇ ମହାନଗର ନିଗମର ୬୧ ଲକ୍ଷ ଟଙ୍କା ଛାଡ଼ କଲା ଓଡ଼ିଶା

ମୁମ୍ବାଇସ୍ଥିତ ଓଡ଼ିଶା ଭବନରେ ରହଣୀ ବାବଦରେ ଖର୍ଚ୍ଚ ଛାଡ଼ କରିଛନ୍ତି ଓଡିଶା ସରକାର । ନଭି ମୁମ୍ୱାଇ ମହାନଗର ନିଗମକୁ ଏହି ଦେୟ ଛାଡ଼ କରିଛି ଓଡ଼ିଶା ।

6. ଚୀନ ସୀମାରେ ରାସ୍ତା ନିର୍ମାଣ କରି 5ବର୍ଷରେ 15,477 କୋଟି ଖର୍ଚ୍ଚ କରିଛି ଭାରତ

ଗତ ୫ ବର୍ଷ ମଧ୍ୟରେ ଚୀନ ସୀମାବର୍ତ୍ତୀ ଅଞ୍ଚଳରେ 2,088 କିଲୋମିଟର ରାସ୍ତା ନିର୍ମାଣ କରି 15,477 କୋଟି ଖର୍ଚ୍ଚ କରିଛି ଭାରତ । ରାଜ୍ୟସଭାରେ ବିବୃତ୍ତି ରଖିଲେ ପ୍ରତିରକ୍ଷା ମନ୍ତ୍ରୀ ଅଜୟ ଭଟ୍ଟ ।

7. ଗୁଜୁରାଟରେ ବିଷାକ୍ତ ମଦ ପିଇ ୧୦ ମୃତ

ବିଷାକ୍ତ ମଦ ପିଇ ଗୁଜୁରାଟରେ ୧୦ ମୃତ । ଅନେକ ଲୋକ ହସ୍ପିଟାଲରେ ଭର୍ତ୍ତି ।

8. Shocking Incident: ଋତୁସ୍ରାବ କାରଣରୁ ଛାତ୍ରୀଙ୍କୁ ବୃକ୍ଷରୋପଣରୁ ବାରଣ

ଅନ୍ଧବିଶ୍ବାସରେ ଅନ୍ଧଗଳିରେ ଶିକ୍ଷକ । ମହାରାଷ୍ଟ୍ର ନାଶିକରେ ଋତୁସ୍ରାବ ହୋଇଥିବା ଛାତ୍ରୀଙ୍କୁ ବୃକ୍ଷରୋପଣରୁ କଲେ ବାରଣ ।

9. ମନ୍ତ୍ରୀଙ୍କ ଗିରଫ ପରେ ମୁହଁ ଖୋଲିଲେ ଦିଦି, କହିଲେ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ

ସ୍କୁଲ ନିଯୁକ୍ତି ପ୍ରସଙ୍ଗରେ ବ୍ୟାପକ ଦୂର୍ନୀତି ଅଭିଯୋଗରେ ମମତାଙ୍କ ମନ୍ତ୍ରୀ ଗିରଫ । ମୁହଁ ଖୋଲିଲେ ଦିଦି । କହିଲେ ଦୁର୍ନୀତିକୁ ସମର୍ଥନ କରନ୍ତି ନାହିଁ । ଦୁର୍ନୀତି ପ୍ରମାଣିତ ହେଲେ ଦଣ୍ଡ ମିଳୁ ।

10. ଓଡ଼ିଶା ହାଇକୋର୍ଟର ବିଚାରପତି ଲାଗି ୩ ଜଣଙ୍କ ନାଁ ସୁପାରିଶ

ଓଡିଶା ହାଇକୋର୍ଟରେ ବଢିବ ବିଚାରପତି ସଂଖ୍ୟା । ଆଉ 3 ଜଣ ବିଚାରପତି ନିଯୁକ୍ତ ପାଇଁ ସୁପାରିଶ କଲେ ସୁପ୍ରିମକୋର୍ଟ କଲେଜିୟମ ।

ABOUT THE AUTHOR

...view details