ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Oct 2, 2022, 9:03 PM IST

1.ପୂଜା ପାଇଁ ସତର୍କ କରାଇଲେ ଭୁବନେଶ୍ୱର DCP

ପୂଜା ସମୟରେ ରାଜଧାନୀରେ ଚୋରି ଛିନତାଇର ଆଶଙ୍କା ରହିଛି । ଏଭଳି ସ୍ଥିତିରେ ଭିଡିଓ ବାର୍ତ୍ତା ଜାରି କରି ରାଜଧାନୀବାସୀଙ୍କୁ ସତର୍କ କରାଇଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂ ।

2.Sidhu Moosewala Murder Case: ଚମ୍ପଟ ମାରିଲା ମୁଖ୍ୟ ଅଭିଯୁକ୍ତ ଦୀପକ ଟିନୁ

କଂଗ୍ରେସ ନେତା ତଥା ସୁପ୍ରସିଦ୍ଧ ପଞ୍ଜାବୀ କଣ୍ଠଶିଳ୍ପୀ ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡର ଜଣେ ମୁଖ୍ୟ ଅଭିଯୁକ୍ତ ପୋଲିସ ହେପାଜତରୁ ଫେରାର୍‌(Deepak Tinu escaped from police custody) ।

3.ବେଗୁନିଆ ବିଜେଡି ଦୁଇଫାଳ, ଜନସଂପର୍କ ପଦଯାତ୍ରାବେଳେ ପଦାରେ ପଡିଲା ଗୋଷ୍ଠୀ କନ୍ଦଳ

ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ନିର୍ବାଚନ ମଣ୍ଡଳୀରେ ବିଜେଡିର ଜନସମ୍ପର୍କ ପଦଯାତ୍ରା(Jan Sampark Padyatra) ଆରମ୍ଭ ହୋଇଛି । ଗୋଟିଏ ନିର୍ବାଚନ ମଣ୍ଡଳୀରେ ବିଜେଡିର ଦୁଇ ଗୋଷ୍ଠୀ ପଦଯାତ୍ରା କରିବାକୁ ନେଇ ବେଗୁନିଆ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି ।

4.ମହକୁଛି କୋରାପୁଟ କଫି, ବଗିଚାରେ ମଜା ନେଉଛନ୍ତି ପର୍ଯ୍ୟଟକ

ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ଆଦିବାସୀଙ୍କ ପାଇଁ ପରିଚିତ ଥିବା କୋରାପୁଟ କଫି ପାଇଁ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ।ଛୋଟାଗୁଡାର ବ୍ରାଉନ ଭେଲି କଫି ବଗିଚା ଏବଂ ରାଜୁଗୁଡ଼ାର ସପ୍ତଗିରି କଫି ବଗିଚାରେ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି ।

5.୨୦୨୪ ନିର୍ବାଚନରେ BJP ଭଲ ପ୍ରଦର୍ଶନ କରିବ: ପୃଥୀରାଜ ହରିଚନ୍ଦନ

୨୦୨୪ ନିର୍ବାଚନରେ ଦଳ ଭଲ ପ୍ରଦର୍ଶନ କରିବ ବୋଲି ଦୃଢୋକ୍ତି ପ୍ରକାଶ କଲେ ବିଜେପି ସାଧାରଣ ସମ୍ପାଦକ ପୃଥୀରାଜ ହରିଚନ୍ଦନ ।

6.ICUରେ ଭର୍ତ୍ତିହେଲେ ମୁଲାୟମ ସିଂହ ଯାଦବ, ସ୍ବାସ୍ଥ୍ୟବସ୍ଥା ଗୁରୁତର

ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୂଲାୟମ ସଂହ ଯାଦବ ଅସୁସ୍ଥ । ତାଙ୍କୁ ଦିଲ୍ଲୀର ମେଦାନ୍ତ ହସ୍ପିଟାଲ୍‌ର ICUରେ ଭର୍ତ୍ତି କରାଯାଇଛି ।

7.ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣା: ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

ମୟୂରଭଞ୍ଜରୁ ତୀର୍ଥଯାତ୍ରୀଙ୍କୁ ନେଇ ବାରଣାସୀ ଯାଇଥିବା ବସ ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

8.ମା' ବିରଜାଙ୍କ ପୀଠରେ ମହାଷ୍ଟମୀ ପୂଜା

ଧରାପୃଷ୍ଠରେ ଅବତରଣ କରିବେ ମହୀଷାମର୍ଦ୍ଦିନୀ ମା' ଦୁର୍ଗା । ମା'ଙ୍କ ଆଗମନ ପାଇଁ ଚାଲିଛି ପ୍ରସ୍ତୁତି । ଏହି ପରିପ୍ରେକ୍ଷୀରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା ।

9.IND Vs SA: ଗୌହାଟୀ ଟି20ରେ ଭାରତର ବିଶାଳ ସ୍କୋର

ପ୍ରଥମ ବ୍ୟାଟିଂ କରି ଭାରତ 3 ୱିକେଟ ହରଇ ନିର୍ଦ୍ଧାରିତ 20 ଓଭରରେ ବିଶାଳ 237 ରନ୍‌ କରିଛି । ଫଳରେ ଦକ୍ଷିଣ ଆଫ୍ରିକା ଆଗରେ 238 ରନ୍‌ର ବିଶାଳ ଟାର୍ଗେଟ ରହିଛି ।

10.ଅନଲାଇନ ଠକେଇର ଶିକାର ଅନୁ କପୁର, ଆକାଉଣ୍ଟରୁ ଉଡିଗଲା 4 ଲକ୍ଷ

ଅନଲାଇନ୍‌ ଠକଙ୍କ ହାବୁଡରେ ପଡିଛନ୍ତି ଅଭିନେତା ଅନୁ କପୁର । କେୱାଇସି ପଡେଟ କରିବା ନାଁରେ ଅନୁ କପୁରଙ୍କ ଆକାଉଣ୍ଟରୁ ଲୁଟି ନେଲେ 4ଲକ୍ଷ 36 ହଜାର ଟଙ୍କା ।

ABOUT THE AUTHOR

...view details