ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ମୁଖ୍ୟ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Sep 28, 2022, 8:58 PM IST

୧.ନୂଆ CDS ଜେନେରାଲଙ୍କ ଘୋଷଣା କଲେ କେନ୍ଦ୍ର ସରକାର

ଦେଶର ନୂଆ ସିଡିଏସ ଜେନେରାଲଙ୍କ ନା ଘୋଷଣା କଲେ କେନ୍ଦ୍ର ସରକାର । ଲେଫନାଣ୍ଟ ଜେନେରାଲ ଅନୀଲ ଚୌହ୍ବାନ ହେଲେ ନୂଆ ଚିଫ ଅଫ ଡିଫେନ୍ସ ଷ୍ଟାଫ ।

୨.ଧର୍ମେନ୍ଦ୍ର ସାହୁ ମୃତ୍ୟୁ ଘଟଣାରେ ମୁଖ୍ୟ ଖଳନାୟକ ମନ୍ତ୍ରୀ ସମୀର ଦାସ: ବିଜେପି

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପୂର୍ବର ଅଡିଓ ଭାଇରାଲ ହେବାପରେ ତେଜୁଛି ରାଜନୀତି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଇସ୍ତଫା ଦାବି କରିଛି ବିଜେପି ।

୩.PFI 5 ବର୍ଷ ପାଇଁ ବ୍ୟାନ, ବିରୋଧ କଲେ AIMIM ମୁଖ୍ୟ ଓୱେସୀ

5 ବର୍ଷ ପାଇଁ ବ୍ୟାନ ଘୋଷିତ ହେଲା ଇସଲାମିକ ସଂଗଠନ PFI । ଏହାକୁ ନେଇ କେନ୍ଦ୍ରକୁ ଟାର୍ଗେଟ୍‌ କରିଛନ୍ତି AIMIM ମୁଖ୍ୟ ଅସାଦୁଦ୍ଦିନ ଓୱେସୀ ।

୪.ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପୂର୍ବର ଅଡିଓ ଭାଇରାଲ, ତଦନ୍ତ ପରିସରଭୁକ୍ତ ହେବେ କି ମନ୍ତ୍ରୀ ?

ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ମୃତ୍ୟୁ ପୂର୍ବର ଅଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧି ।

୫.Fishing Near ITR Prohibited Area: ଗଭୀର ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ଦେହରେ ବାଜିଲା ଗୁଳି, ଜଣେ ମୃତ, ଜଣେ ଗୁରୁତର

ଆଇଟିଆରର ନିଷିଦ୍ଧ ଅଞ୍ଚଳରେ ମାଛ ଧରୁଥିବା ବେଳେ ଦୁଇଜଣ ମତ୍ସ୍ୟଜୀବୀଙ୍କ ଦେହରେ ବାଜିଲା ଗୁଳି। ଜଣେ ମୃତ ଏବଂ ଅନ୍ୟଜଣେ ଗୁରୁତର ।

୬.STF ପଞ୍ଝାରେ ବ୍ରାଉନ୍‌ସୁଗାର ବେପାରୀ, ୧ କେଜି ବ୍ରାଉନସୁଗାର ଜବତ

ଏସଟିଏଫ ପଞ୍ଝାରେ ବ୍ରାଉନସୁଗାର ବେପାରୀ । ପ୍ରାୟ ୧ କେଜି ବ୍ରାଉନସୁଗାର ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ କୋଟିଏ ଟଙ୍କ ହେବା ନେଇ ଅନୁମାନ କରାଯାଉଛି ।

୭.ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଡେଡଲାଇନକୁ ହାଇକୋର୍ଟଙ୍କ ନାପସନ୍ଦ, ୩୦ରେ ପରବର୍ତ୍ତୀ ଶୁଣାଣି

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଡେଡଲାଇନକୁ ହାଇକୋର୍ଟଙ୍କ ନାପସନ୍ଦ । ବ୍ୟବସ୍ଥା ନଥାଇ ଡେଡ଼ ଲାଇନକୁ ନାପସନ୍ଦ କଲେ ହାଇକୋର୍ଟ ।

୮.ଏଣିକି ରକ୍ତ ପରୀକ୍ଷାରୁ ଜାଣି ହେବ କାହାକୁ ଅଧିକ ସମୟ ସଂକ୍ରମଣ କରିବ କୋଭିଡ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସାହାଯ୍ୟରେ ସରଳ ରକ୍ତ ପରୀକ୍ଷା କରି ଜାଣିପାରିବେ କୋଭିଡ କେଉଁ ରୋଗୀଙ୍କୁ ଦୀର୍ଘ ସମୟ ଧରି ଆକ୍ରାନ୍ତ କରିବ ।

୯.ଷୋଡ଼ଶୀ ବେଶରେ ଦର୍ଶନ ଦେଲେ ମାଆ କଟକ ଚଣ୍ଡୀ

କଟକର ଆରାଧ୍ୟ ଦେବୀ ମା' କଟକ ଚଣ୍ଡୀ ଆଜି ମଙ୍ଗଳବାର ପବିତ୍ର ଆଶ୍ବିନ ଷୋଡଷ ଦିନାତ୍ମକ ପୂଜାର 11ମ ଦିନରେ ଷୋଡଶୀ ବେଶରେ ଦର୍ଶନ ଦେଇଛନ୍ତି ।

୧୦.Ind Vs SA 1st T20: ଭାରତକୁ ୧୦୭ ରନର ଟାର୍ଗେଟ, ଚମକିଲେ ବୋଲର

ଦକ୍ଷିଣ ଆଫ୍ରିକା ସହିତ ଭାରତ ପ୍ରଥମ ଟି-୨୦ ମ୍ୟାଚ ଖେଳୁଛି । ଭାରତକୁ ୧୦୭ ରନର ଟାର୍ଗେଟ ଦେଇଛି ଦକ୍ଷିଣ ଆଫ୍ରିକା ।

ABOUT THE AUTHOR

...view details