ଓଡିଶା

odisha

ETV Bharat / bharat

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ମୁଖ୍ୟ ଖବର

ନଜର ପକାନ୍ତୁ NEWS@9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@9PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Sep 17, 2022, 9:04 PM IST

୧.ହାୱଡା-ଭୁବନେଶ୍ବର ଜନଶତାବ୍ଦୀ ଏକ୍ସପ୍ରେସ ଲାଇନଚ୍ୟୁତ

ହାୱଡାରୁ ଭୁବନେଶ୍ବର ଆସୁଥିବା ଜନଶତାବ୍ଦୀ ଏକ୍ସପ୍ରେସ ଲାଇନଚ୍ୟୁତ । ଭଦ୍ରକ ଜିଲ୍ଲା ନିକଟରେ ଲାଇନଚ୍ୟୁତ ହୋଇଥିବା ସୂଚନା ।

୨.କାଶ୍ମୀରରେ 3 ଆତଙ୍କୀ ଗିରଫ, ସାଧାରଣ ନାଗରିକଙ୍କୁ କରୁଥିଲେ ଟାର୍ଗେଟ

ଦକ୍ଷିଣ କାଶ୍ମୀର ବାନ୍ଦିପୋରାରେ ପୋଲିସ କବଜାରେ 3 ଆତଙ୍କୀ । ମାରଣାସ୍ତ୍ର ଜବତ । ଘାଟିରେ ସାଧାରଣ ନାଗରିକଙ୍କୁ ହତ୍ୟା ନେଇ କଲେ ସ୍ବୀକାର ।

୩.ଲଣ୍ଡନ ଗସ୍ତରେ ରାଷ୍ଟ୍ରପତି, ଏଲିଜାବେଥଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ହେବେ ସାମିଲ

ଲଣ୍ଡନ ଗସ୍ତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । 19 ରେ ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ବିତୀୟ ଙ୍କର ଅନ୍ତ୍ୟେଷ୍ଟି କ୍ରିୟାରେ ହେବେ ସାମିଲ ।

୪.ଚିତା ମିତ୍ରଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ, ବନ୍ୟଜନ୍ତୁଙ୍କ ସମ୍ପର୍କରେ ବାଣ୍ଟିଲେ ନିଜ ଅନୁଭବ

ସ୍ଥାନୀୟ ଯୁବକ ଯୁବତୀଙ୍କୁ ‘ଚିତା ମିତ୍ର’ ଭାବେ ପ୍ରଶିିକ୍ଷିତ କରାଯିବା ସହ ନିଯୁକ୍ତି ମିଳିଛି । ଆଜି ଏହି ଚିତା ମିତ୍ରଙ୍କ ସହ ପ୍ରଧାନମନ୍ତ୍ରୀ ବେଶ କିଛି ସମୟ ଧରି ଆଲୋଚନା କରିଥିଲେ।

୫.Flying Bike: ବିଶ୍ବର ପ୍ରଥମ ଫ୍ଲାଇଙ୍ଗ୍ ବାଇକ୍ ପ୍ରସ୍ତୁତ, ଜାଣନ୍ତୁ କେତେ ରହିଛି ମୂଲ୍ୟ

ଆକାଶରେ ବାଇକରେ ଉଡିବାର ସ୍ବପ୍ନ ସାକାର ହେବାକୁ ଯାଉଛି । ପୃଥିବୀର ପ୍ରଥମ ଫ୍ଲାଇଙ୍ଗ୍‌ ବାଇକ୍(Flying Bike) ପ୍ରସ୍ତୁତ କଲା ଜାପାନ କମ୍ପାନୀ ।

୬.ଗ୍ରାହକଙ୍କୁ ଲୁଟୁଛି ରିଲାଏନ୍ସ ଷ୍ଟୋର ! ଅଭିଯୋଗ ଆଣି ଧାରଣାରେ ଗ୍ରାହକ

ଗ୍ରାହକଙ୍କ ଠାରୁ ନିର୍ଦ୍ଧାରିତ ମୂଲ୍ୟ ଠାରୁ ଅଧିକ ଟଙ୍କା ଠକିନେଲା ଖୋର୍ଦ୍ଧା ରିଲାଏନ୍ସ ଷ୍ଟୋର । ପ୍ରତିବାଦ କରି ଷ୍ଚୋର ସାମ୍ନାରେ ଧାରଣାରେ ବସିଲେ ଗ୍ରାହକ ।

୭.ଓଡ଼ିଶାରେ ଭାରତ ଯୋଡ଼ ପଦଯାତ୍ରା: ଆସନ୍ତାକାଲି ବସିବ ପ୍ରସ୍ତୁତି ବୈଠକ

ଓଡ଼ିଶାରେ ଭାରତ ଯୋଡ଼ ପଦଯାତ୍ରା କରିବ ରାଜ୍ୟ କଂଗ୍ରେସ । ଯୋଗଦେବେ ବରିଷ୍ଠ ନେତା ଜୟରାମ ରମେଶ ଓ ଦିଗବିଜୟ ସିଂହ ।

୮.ଦାନା ବାନ୍ଧୁଛି ଆଉ ଏକ ଘୂର୍ଣ୍ଣିବଳୟ, ୨୦ ବେଳକୁ ଲଘୁଚାପ

ପୂର୍ବକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଆସନ୍ତା ୨୦ ତାରିଖ ବେଳକୁ ଲଘୁଚାପ ରୂପ ନେବା ସମ୍ଭାବନା ।

୯.ଦୁଇ ଦିନିଆ ବିଦେଶ ଗସ୍ତର ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ଆସନ୍ତା 19 ତାରିଖରୁ 2 ଦିନିଆ ବିଦେଶ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । 19 ଓ 20 ତାରିଖ ଦୁଇ ଦିନ ଧରି ଇଜିପ୍ଟ ଗସ୍ତରେ ଯିବେ ରାଜନାଥ ।

୧୦.ବିଜୟ ସହ ଝୁଲଣଙ୍କୁ ବିଦାୟ ଦେବା ଲକ୍ଷ୍ୟରେ ଟିମ ଇଣ୍ଡିଆ

ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜର ତୃତୀୟ ଦିନିକିଆ ହେବ ଝୁଲଣ ଗୋସ୍ବାମୀଙ୍କ ଶେଷ ଅନ୍ତର୍ଜାତୀୟ କ୍ରିକେଟ । ସେପ୍ଟେମ୍ବର ୨୪ ତାରିଖରେ କିମ୍ବଦନ୍ତୀ ବୋଲର କ୍ୟାରିୟରର ଶେଷ ମ୍ୟାଚ ଖେଳି ଅବସର ନେବେ ।

ABOUT THE AUTHOR

...view details