ଓଡିଶା

odisha

ETV Bharat / bharat

TOP NEWS at 9PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - todays headline news

ନଜର ପକାନ୍ତୁ NEWS at 9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS at 9PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS at 9PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Aug 13, 2022, 9:08 PM IST

୧.ବନ୍ୟା ପାଇଁ ଆର୍ଲଟରେ ଜଳସମ୍ପଦ ବିଭାଗ, 8 ଜିଲ୍ଲା ପାଇଁ 6 ଅଧିକାରୀଙ୍କୁ ଦାୟିତ୍ୱ

ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ କରିବା ସହ ୮ ଜିଲ୍ଲା ପାଇଁ ୬ ଅଧିକାରୀଙ୍କୁ ଜଳସମ୍ପଦ ବିଭାଗ ପକ୍ଷରୁ ଦାୟିତ୍ବ ଦିଆଯାଇଛି ।

୨.ଫୁଲୁଛି ବୈତରଣୀ, ଟପିଲା ବିପଦ ସଙ୍କେତ

ମହାନଦୀରେ ବନ୍ୟାଜଳ ପ୍ରବାହିତ ହେବାପରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀ ।

୩.ରାଜ୍ୟରେ ଲାଗି ରହିଛି ବର୍ଷା, ଜଳବାହିତ ରୋଗ ପ୍ରତି ସତର୍କ ନେଇ ନିର୍ଦ୍ଦେଶ

ଜଳବାହିତ ରୋଗ ହେବାର ସମ୍ଭାବନା ନେଇ ସତର୍କ ରହିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ।

୪.ବ୍ରାଉନସୁଗାର କାରବାରରେ ପୋଲିସ ମିତ୍ରଙ୍କ ଭାଇ ଗିରଫ

ରାଜଧାନୀରେ ହାଇପ୍ରୋଫାଇଲ ବ୍ରାଉନସୁଗାର‌ କାରବାର ର ଖୁଲାସା । ସାନଭାଇ ପୋଲିସ ମିତ୍ର ହୋଇଥିବାବେଳେ ବଡ଼ ଭାଇ କରୁଛି ବ୍ରାଉନସୁଗାର କାରବାର ।

୫.୨୪ ଘଣ୍ଟାରେ ଅବପାତ ରୂପ ନେବ ଲଘୁଚାପ, ୭ଟି ଜିଲ୍ଲାକୁ ରେଡ୍‌ ଆଲର୍ଟ

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୨୪ ଘଣ୍ଟା ମଧ୍ୟରେ ନେବ ଅବପାତର ରୂପ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ।

୬.ହୀରାକୁଦ ଡ୍ୟାମର 34ଟି ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି

34ଟି ଗେଟ ଦେଇ ହେଉଛି ଜଳ ନିଷ୍କାସନ । ଡ୍ୟାମର ବାମ ପଟ ପାର୍ଶ୍ୱର 26ଟି ଗେଟ୍ ଏବଂ ଦକ୍ଷିଣ ପାର୍ଶ୍ୱର 8ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ ।

୭.ଭାରତୀୟ କ୍ରୀଡାର ସୁବର୍ଣ୍ଣ ଯୁଗ ଆରମ୍ଭ କହିଲେ ପ୍ରଧାନମନ୍ତ୍ରୀ ମୋଦି

କ୍ରୀଡାକ୍ଷେତ୍ର ପ୍ରତି ଉଲ୍ଲେଖନୀୟ ଅବଦାନକୁ ପ୍ରଶଂସା କରିବା ସହ ଦେଶକୁ ଗର୍ବିତ କରିଥିବାରୁ ସମସ୍ତ ଖେଳାଳିଙ୍କ ପାଇଁ ଭବ୍ୟ ଆୟୋଜନ କରିଛନ୍ତି ପ୍ରଧାନମନ୍ତ୍ରୀ ।

୮.ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେଲେ ପ୍ରଧାନମନ୍ତ୍ରୀଙ୍କ ମା ହୀରାବେନ

ହର ଘର ତ୍ରିରଙ୍ଗା ଅଭିଯାନରେ ଦେଶର ସମସ୍ତ ଭାଗରୁ ଲୋକେ ସାମିଲ ହେଉଛନ୍ତି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶତାୟୁ ମାଆ ହୀରାବେନ ମଧ୍ୟ ସାମିଲ ହୋଇଛନ୍ତି ।

୯.ବେଗୁନିଆରେ କଂଗ୍ରେସର ପଦଯାତ୍ରା ଅନୁଷ୍ଠିତ

ଶନିବାର ବେଗୁନିଆ ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା ପୃଥୀ ବଲ୍ଲବ ପଟ୍ଟନାୟକଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି ପଦଯାତ୍ରା ।

୧୦.ଏହିସବୁ ସ୍ଥାନରେ ଛୁଟି କାଟନ୍ତୁ, ଲୋକାଲ ଡିସ୍‌ର ମଜା ନିଅନ୍ତୁ

ସ୍ବାଧିନତା ଦିବସ ଅବସରରେ ଛୁଟି ମନାଇବାକୁ ଯୋଜନା କରୁଛନ୍ତି କି, ତେବେ ଜାଣନ୍ତୁ ଏହିସବୁ ସ୍ଥାନ ବାବଦରେ, ଯେଉଁଠାରେ ଆପଣଙ୍କ ଛୁଟିକୁ କରିପାରିବେ ସ୍ମରଣୀୟ ।

ABOUT THE AUTHOR

...view details