ଓଡିଶା

odisha

ETV Bharat / bharat

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ମୁଖ୍ୟ ଖବର

ନଜର ପକାନ୍ତୁ @7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@7PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Sep 19, 2022, 7:03 PM IST

୧.ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ, ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ପରଲୋକରେ ଧାମନଗର ବିଧାୟକ ତଥା ବିଜେପି ନେତା ବିଷ୍ଣୁ ସେଠୀ । 61 ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି ।

୨.କେରଳରେ ରାହୁଲ ଗାନ୍ଧୀ: ପାରମ୍ପାରିକ ବୋଟ ପ୍ରତିଯୋଗିତାରେ କଲେ ଅଂଶଗ୍ରହଣ, ଦେଖନ୍ତୁ ଭିଡିଓ

କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ସ୍ଥାନୀୟ ପୁନ୍ନମଦା ହ୍ରଦରେ ଆୟୋଜିତ ଏକ ପାରମ୍ପାରିକ ବୋଟ ରେସିଂ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ।

୩.ଇନଷ୍ଟାଗ୍ରାମରେ ତୃଟି ଦର୍ଶାଇଲେ ଭାରତୀୟ ଛାତ୍ର, 38 ଲକ୍ଷ ପୁରସ୍କାର ଦେଲା କମ୍ପାନୀ

ଭାରତୀୟ BCA ଦ୍ବିତୀୟ ବର୍ଷ ଛାତ୍ରଙ୍କୁ 38 ଲକ୍ଷ ପୁରସ୍କାର ଦେଲା ଫେସବୁକ୍(Instagram awrded neeraj sharma rs38 lakh), ଜାଣନ୍ତୁ କାହିଁକି ।

୪.ସ୍ତ୍ରୀର ମାନ୍ୟତା ଦାବି, ମହିଳା କମିଶନରେ ହାଜର ହେଲେ ଦୀପିକା

ବ୍ରହ୍ମପୁର ଦୀପିକା-ଦିନେଶ ବିବାଦ ମାମଲା । ମହିଳା କମିଶନରେ ହାଜର ହେଲେ ଦୀପିକା ଓ ସ୍ୱେଚ୍ଛାସେବୀ ପ୍ରମିଳା ତ୍ରିପାଠୀ । ସ୍ତ୍ରୀର ମାନ୍ୟତା ଦାବି ।

୫.ମଦ ପିଇଥିବାରୁ ଜର୍ମାନୀରେ ମାନଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିବା ଅଭିଯୋଗ, ଇସ୍ତଫା ଦାବି କଲେ ବିରୋଧୀ

ଜର୍ମାନରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନଙ୍କୁ ମଦ୍ୟପାନ କାରଣରୁ ବିମାନରୁ ଓହ୍ଲାଇ ଦିଆଯାଇଥିବା ଅଭିଯୋଗ କଲେ ବିରୋଧୀ। ଘଟଣାର ତଦନ୍ତ ସହ ଇସ୍ତଫା ଦାବି କଲେ ବିରୋଧୀ ।

୬.ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ, ୨୧ ପର୍ଯ୍ୟନ୍ତ ଜାରି ରହିବ ବର୍ଷା

ଆଗାମୀ ୨୪ଘଣ୍ଟା ମଧ୍ୟରେ ଓଡିଶା ଉପକୂଳ ଆଡକୁ ଗତି କରିବ ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ । ଆସନ୍ତା ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

୭.SCB ଟିକେଟ କାଉଣ୍ଟରରେ ମଦ୍ୟପାନ କରୁଥିଲେ, ଭିଡିଓ ଭାଇରାଲ ପରେ ଚାକିରିରୁ ବିଦା

କଟକ SCB ମେଡିକାଲର ଏକ ଟିକେଟ କାଉଣ୍ଟରରେ କର୍ମଚାରୀ ମଦ୍ୟପାନ କରୁଥିବାର ଭିଡିଓ ଭାଇରାଲ ଘଟଣା । ସମ୍ପୃକ୍ତ ଠିକା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏସସିବି ପ୍ରଶାସନିକ ଅଧିକାରୀ ।

୮.ନୂଆପଡ଼ାରେ ବଜ୍ରପାତ, ଚାଷୀ ମୃତ

ନୂଆପଡ଼ାରେ ବଜ୍ରପାତ । ଚାଷ ଜମିରେ ଚାଷ କରୁଥିବା ବେଳେ ଚାଷୀ ମୃତ । ବଜ୍ରପାତର ଶିକାର ହୋଇ ଚାଷ ଜମିରେ ପଡିଗଲେ ଚାଷୀ ।

୯.ଛାତ୍ରଙ୍କୁ ଦୁର୍ବ୍ୟବହାର କଲେ ଏସପି, ତୁରନ୍ତ ନିଲମ୍ବନ ଆଦେଶ ଦେଲେ ମୁଖ୍ୟମନ୍ତ୍ରୀ

ସୁରକ୍ଷା ପାଇଁ ଏସପିଙ୍କୁ ଛାତ୍ର ଗୁହାରୀ କରିବାରୁ ଅଶ୍ଳୀଳ ଭାଷାରେ ଗାଳି ଦେଲେ ଏସପି । ଅଡିଓ ଭାଇରାଲ ପରେ ସମ୍ପୃକ୍ତ ଏସପିଙ୍କୁ ତୁରନ୍ତ ବହିଷ୍କାର କରିବା ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆଦେଶ ଦେଇଛନ୍ତି ।

୧୦.ମିସେଲ ଜୋନସନଙ୍କ ହୋଟେଲ ରୁମରୁ ସାପ ଉଦ୍ଧାର

ପୂର୍ବତନ ଅଷ୍ଟ୍ରେଲିଆ କ୍ରିକେଟର ମିସେଲ ଜୋନସନଙ୍କ ହୋଟେଲ ରୁମରୁ ଏକ ସାପ ଉଦ୍ଧାର ହୋଇଛି । ସେ ଲିଜେଣ୍ଡସ ଲିଗ କ୍ରିକେଟ ଖେଳିବା ପାଇଁ ଭାରତ ଆସିଛନ୍ତି ।

ABOUT THE AUTHOR

...view details