ଓଡିଶା

odisha

ETV Bharat / bharat

TOP NEWS AT 7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଆଜିର ମୁଖ୍ୟ ଖବର

ନଜର ପକାନ୍ତୁ 7PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS AT 7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS AT 7PM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Aug 29, 2022, 7:10 PM IST

୧.ପାରାଦ୍ବୀପ ସ୍କୁଲ ବସ୍‌ ବିବାଦ, ଓଡ଼ିଶା ଅଭିଭାବକ ମହାସଙ୍ଘର ଧାରଣା

ପାରାଦୀପ ଏନଏସିରେ ଥିବା ବାଳକ ଓ ବାଳିକା ସ୍କୁଲର ୨୫୦ ଛାତ୍ରଛାତ୍ରୀଙ୍କ ପାଇଁ ଅଛି ଗୋଟିଏ ବସ୍‌ । ଏନେଇ ଛାତ୍ରଛାତ୍ରୀଙ୍କ ପରେ ଆନ୍ଦୋଳନକୁ ଓହ୍ଲାଇଛି ଓଡ଼ିଶା ଅଭିଭାବକ ମହାସଙ୍ଘ ।

୨.Odisha Weather, ଆସନ୍ତା ୫ ଦିନ କାଁଭାଁ ବର୍ଷା, ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆସନ୍ତା ୨୪ ଘଣ୍ଟା ପାଇଁ ୧୬ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

୩.ପଦାରେ ପଡିଲା ଶିକ୍ଷା ବ୍ୟବସ୍ଥାର ଅସଲି ଚିତ୍ର, ସ୍କୁଲରେ ପାଠ ପଢାଉଛନ୍ତି କା ଶିକ୍ଷୟତ୍ରୀ

କେନ୍ଦ୍ରାପଡା ରାଜକନିକା ବ୍ଲକର ଶିକ୍ଷା ବ୍ୟବସ୍ଥାରେ ଅନିୟମିତତା । ରାଉତବର୍ତ୍ତନୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷୟତ୍ରୀ ଅହଲ୍ୟା ବିଶ୍ୱାଳଙ୍କ ବଦଳରେ ତାଙ୍କ ଝିଅ ପାଠ ପଢାଉଛନ୍ତି ।

୪.ନୂଆଁଖାଇରେ ପତ୍ରରେ ବଢ଼ାଯାଏ ନବାନ୍ନ, ଜାଣନ୍ତୁ କଣ ରହିଛି ସ୍ବତନ୍ତ୍ରତା

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ନୂଆଁଖାଇରେ ପତ୍ର ବ୍ୟବହାରର ଉପରେ ବିଶେଷ ସ୍ବତନ୍ତ୍ରତା ରହିଛି ।

୫.AICC ଅଧ୍ୟକ୍ଷ ନିର୍ବାଚନ ପାଇଁ ୧୯ରେ ଜାରି ହେବ ବିଜ୍ଞପ୍ତି

ଅକ୍ଟୋବର ୧୭ ତାରିଖରେ ହେବ ଜାତୀୟ କଂଗ୍ରେସର ଅଧ୍ୟକ୍ଷ ନିର୍ବାଚନ Congress President Election । ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ସାଂସଦ ନୀରଜ ଡାଙ୍ଗି ।

୬.ଦିଲ୍ଲୀ ବିଧାନସଭା ମୁଲତବୀ, କେଜ୍ରିଓ୍ବାଲଙ୍କ ଆସ୍ଥା ଭୋଟ ଉପରେ ଆସନ୍ତାକାଲି ଫୈସଲା

ଆଜି ମୁଲତବୀ ରହିଲା ଦିଲ୍ଲୀ ବିଧାନସଭା । ଆସନ୍ତା କାଲି ପୂର୍ବାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ କେଜ୍ରଓ୍ବାଲଙ୍କ ଆସ୍ଥା ଭୋଟ୍‌ ପ୍ରସ୍ତାବ ଉପରେ ହୋଇପାରେ ଆଲୋଚନା Kejriwals vote of confidence ।

୭.ଆସାମରେ ଆତଙ୍କୀ ସଂଗଠନ Al Qaeda ଲିଙ୍କ, ଦୁଇ ଗିରଫ

ଆତଙ୍କୀ ସଂଗଠନ Al Qaeda ଲିଙ୍କରେ ଦୁଇ ଜଣଙ୍କୁ ବାନ୍ଧିଲା ଆସାମ ପୋଲିସ । ମାଦ୍ରାସା ସିଲ କରିବା ସହ ଉଚ୍ଛେଦ କଲା ସ୍ଥାନୀୟ ପ୍ରଶାସନ ।

୮.ଚର୍ଚ୍ଚାରେ ଗଡକାରୀଙ୍କ ବୟାନ, କୂଅକୁ ଡେଇଁ ଜୀବନ ହାରିବି ପଛେ କଂଗ୍ରେସକୁ ଯିବିନି

ପୁଣି ଚର୍ଚ୍ଚାରେ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକାରୀଙ୍କ ବୟାନ । କଂଗ୍ରେସକୁ ନେଇ ଏମିତି କହିଲେ ନୀତିନ ଗଡକରୀ ।

୯.ଦିଓ୍ବାଲିରୁ ଜିଓ 5G, 2023 ସୁଦ୍ଧା ସମଗ୍ର ଦେଶକୁ ସେବା ଦେବ ରିଲିଆନ୍ସ

ଦିଓ୍ବାଲି ସୁଦ୍ଧା ଦେଶରେ 5G ସେବା ଯୋଗାଇବା ଆରମ୍ଭ କରିବ ରିଲିଆନ୍ସ । ଆଜି କମ୍ପାନୀର 45ତମ ସାଧାରଣ ବୈଠକରେ ସେୟାରହୋଲ୍ଡରଙ୍କୁ ସମ୍ବୋଧିତ କରି ଘୋଷଣା କଲେ କମ୍ପାନୀ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ।

୧୦.ଏସିଆ କପ୍‌ର ଐତିହାସିକ ଫାଇନାଲ ମ୍ୟାଚ ରେକର୍ଡ

ଭାରତ ଏସିଆ କପରେ ନିଜର ଦବଦବା ଜାହିର କରି ୭ଥର ଏସିଆ କପ ASIA CUP ଟାଇଟଲ ହାସଲ କରିଛି ।

ABOUT THE AUTHOR

...view details