ଓଡିଶା

odisha

ETV Bharat / bharat

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ଇଟିଭି ଭାରତ ଟପ ଖବର

ନଜର ପକାନ୍ତୁ @5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@5PM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Oct 23, 2022, 5:29 PM IST

୧.ମେଲବର୍ଣ୍ଣରେ ବିରାଟ ପାଳି, ୪ ୱିକେଟରେ ପାକିସ୍ତାନକୁ ହରାଇଲା ଭାରତ

ପାକିସ୍ତାନକୁ ହରାଇଲା ଭାରତ । ଟି୨୦ ବିଶ୍ବକପରେ ଭାରତର ବିଜୟ ଅଭିଯାନ ଆରମ୍ଭ । ବିରାଟଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ପାକିସ୍ତାନକୁ ମାତ ଦେଲା ଭାରତ ।

୨.କଟକ କାଳୀପୂଜା: ସହରକୁ ଜଗିବେ 50 ପ୍ଲାଟୁନ ପୋଲିସ ଫୋର୍ସ

କାଳୀପୂଜାକୁ ନେଇ ଉତ୍ସବ ମୁଖର କଟକ ସହର । ପୂଜାକୁ ସୁରୁଖୁରୁରେ ଶେଷ କରିବା ପାଇଁ କଟକ କମିଶନରେଟ ପୋଲିସର ପ୍ରସ୍ତୁତି ବୈଠକ ।

୩.ଅର୍ଚ୍ଚନା ଓ ଧର୍ମେନ୍ଦ୍ର ସାହୁ ମାମଲା: ଆସନ୍ତା ୩୧ରେ ନବୀନ ନିବାସ ଘେରିବ ବିଜେପି

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଓ ଜିଲ୍ଲା ପରିଷଦ ଧର୍ମେନ୍ଦ୍ର ମାମଲା । ମୁଖ୍ୟମନ୍ତ୍ରୀଙ୍କ କୁମ୍ଭକର୍ଣ୍ଣ ନିଦ ଭାଙ୍ଗିବାକୁ ବିଜେପି ଆସନ୍ତା ୩୧ରେ ନବୀନ ନିବାସ ଘେରିବ ବୋଲି କହିଛି ।

୪.Diwali Bonus in Assam: ସରକାରୀ କର୍ମଚାରୀଙ୍କୁ ଦୀପାବଳି ଭେଟି, ୪ ପ୍ରତିଶତ ବଢିଲା ମହଙ୍ଗା ଭତ୍ତା

ଆସାମରେ ୪ ପ୍ରତିଶତ ବଢିଲା ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (Diwali Bonus in Assam) । ଟ୍ବିଟ୍‌ କରି ଦିପାବଳୀ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ।

୫.ଆଜି ଧନତେରସ, ସିଲଭର ସିଟିରେ ଅଫରର ମଜା ଉଠାଉଛନ୍ତି ଗ୍ରାହକ

ଆଜି ପବିତ୍ର ଧନତେରସ(Dhanteras)। ଆଜି ସୁନା କିଣିବାର ପ୍ରଥା ରହିଥିବାବେଳେ ଗହଣା ସିଲଭରସିଟିର ବିଭିନ୍ନ ଗହଣା ଦୋକାନରେ ଲାଗିଛି ଖଚାଖଚ ଭିଡ ।

୬.ମଞ୍ଚେଶ୍ବର ଥାନାଧିକାରୀଙ୍କ ଗୁଣ୍ଡାରାଜ, ଡିସିପି ଅଫିସରେ ଛାତ୍ର କଂଗ୍ରେସର ଧାରଣା

ମଞ୍ଚେଶ୍ବର ଥାନାଧିକାରୀଙ୍କ ବିରୋଧରେ ଛାତ୍ର କଂଗ୍ରେସର ବିକ୍ଷୋଭ । ଅଭିଯୋଗକାରୀଙ୍କ ସହ ଥାନାକୁ ଯାଇଥିବା ନିର୍ଦ୍ଦୋଷ ଦଳିତ ଛାତ୍ରଙ୍କୁ ଗିରଫ କରିଥିଲା ପୋଲିସ ।

୭.ମରଣଯନ୍ତା ପାଲଟିଛି ପ୍ରତାପନଗରୀ-କୋରକାରା ରାସ୍ତା, ନିର୍ମାଣର ବର୍ଷେ ମଧ୍ୟରେ ଖାମଖଲାରେ ଭର୍ତ୍ତି

ପ୍ରତାପନଗରୀରୁ କୋରକାରା ରାସ୍ତାରେ ବଡ ବଡ ଢେମାରେ ଭର୍ତ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗର ଏହି ରାସ୍ତାର ଦୟନୀୟ ଅବସ୍ଥାରେ ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ଲୋକ ।

୮.ବୌଦ୍ଧରେ ମାଧ୍ୟାମିକ ଶିକ୍ଷା ହେଲା ସହଜ, ଉପାନ୍ତ ଅଞ୍ଚଳରେ ହାଇସ୍କୁଲ ସହ ସଂଲଗ୍ନ ହେଲା ଯୁକ୍ତଦୁଇ

ମନ୍ତ୍ରୀଙ୍କ ନିଜ ପଞ୍ଚାୟତରେ ଶିକ୍ଷାର ବିକାଶ ପାଇଁ ହାଇସ୍କୁଲରେ ସଂଲଗ୍ନ ହେଲା ମାଧ୍ୟମିକ ଶିକ୍ଷା (plus two classes to included with high school)।

୯.ଖରିଫ ଧାନ ସଂଗ୍ରହ, ଡିସେମ୍ବର ୧ରୁ ବରଗଡରେ ଆରମ୍ଭ ହେବ ପ୍ରକ୍ରିୟା

ବରଗଡ଼ ଜିଲ୍ଲାରେ ଚଳିତ ବର୍ଷ ଖରିଫ ଧାନ କ୍ରୟ ନିମନ୍ତେ ଜିଲ୍ଲା ସ୍ତରୀୟ ବୈଠକ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ମନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

୧୦.ଆର୍ଥିକ ଚିନ୍ତାକୁ କିପରି କରିବେ ଦୂର ? ଏଥର ଦୀପାବଳିରେ ଅନୁସରଣ କରନ୍ତୁ ଏହି ଟିପ୍ସ

ଦୀପାବଳି ଆସିଲେ ଆମେ ଘର ସଫାସୁତୁରା କରୁ, ବିଭିନ୍ନ ପ୍ରକାର ପୋଷାକ ଓ ବାଣ କିଣୁ । ଠିକ୍ ସେହିପରି ନିଜ ପରିବାରର ଆର୍ଥିକ ଅନ୍ଧକାର ଦୂରୀକରଣ ପାଇଁ କିଛି ନିୟମ ଅନୁସରଣ କରନ୍ତୁ ।

ABOUT THE AUTHOR

...view details