ଓଡିଶା

odisha

Top News AT 3PM : ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Oct 16, 2022, 3:21 PM IST

ନଜର ପକାନ୍ତୁ NEWS AT 3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

Top News AT 3PM : ଦେଖନ୍ତୁ ବର୍ତ୍ତମାନର ବଡ ଖବର
Top News AT 3PM : ଦେଖନ୍ତୁ ବର୍ତ୍ତମାନର ବଡ ଖବର

୧. ଭିଜିଲାନ୍ସ ଅଧିକାରୀଙ୍କୁ ଲାଞ୍ଚ ଦେଇ ଗିରଫ ହେଲେ ପୂର୍ବତନ ମନ୍ତ୍ରୀ

ଭିଜିଲାନ୍ସ ଅଧିକାରୀଙ୍କୁ ୫୦ ଲକ୍ଷ ଟଙ୍କା ଲାଞ୍ଚ ଦେଇ ଗିରଫ ହେଲେ ପୂର୍ବତନ ମନ୍ତ୍ରୀ ସୁନ୍ଦର ଶ୍ୟାମ ଅରୋରା । ଅଧିକ ପଢନ୍ତୁ

୨. 77 ବର୍ଷରେ ନବୀନ, ସ୍ୟାଣ୍ଡ ଆନିମେସନରେ ଶିଳ୍ପୀଙ୍କ ଶୁଭେଚ୍ଛା

77 ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି । ପୁରୀର ବାଲୁକା ଚିତ୍ର ଶିଳ୍ପୀ ସୁଦାମ ପ୍ରଧାନ ସ୍ୟାଣ୍ଡ ଆନିମେସନ କରି ଏକ ନିଆରା ଢଙ୍ଗରେ ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଛନ୍ତି

୩. ରଣକ୍ଷେତ୍ର ପାଲଟିଲା ପୂଜା ବଜାର, ପୋଲିସ ପକ୍ଷରୁ ଲାଠି ଚାର୍ଜ

ଢେଙ୍କାନାଳରେ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଚାଲୁଥିବାବେଳେ ଦୁଇ ପୂଜା ବଜାର ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଜାଗା ପାର୍କିଂକୁ ନେଇ ଛକା ପଞ୍ଝା

୪. ଭଲ ରିଟର୍ଣ୍ଣ ଚାହୁଁଥିଲେ ବାଛନ୍ତୁ ୟୁନିଟ ଲିଙ୍କଡ ନିବେଶ ପ୍ଲାନ

ଆଜିକାଲି ନିବେଶର ଅନେକ ବିକଳ୍ପ ରହିଛି । ଏପରିସ୍ଥଳେ ଅଧିକ ରିଟର୍ଣ୍ଣ ପ୍ରଦାନକାରୀ ବିକଳ୍ପକୁ ହିଁ ବାଛିବା ଜରୁରୀ । ଅନେକ ଲୋକ ଦୀର୍ଘକାଳୀନ ବିନିଯୋଗ ପାଇଁ ୟୁନିଟ୍-ଲିଙ୍କଡ୍‌ ନିବେଶ ପଲିସି (ULIP)କୁ ବାଛନ୍ତି । କାରଣ ଏଥିରେ ଉଭୟ ନିବେଶ ଓ ଇନସ୍ୟୁରାନ୍ସ ସୁବିଧା ମିଳେ

୫. ଖୋଲିଲା ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟ, ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

ଦେଶର ୭୫ ଜିଲ୍ଲାରେ ୭୫ଟି ଡିଜିଟାଲ ବ୍ୟାଙ୍କିଙ୍ଗ ୟୁନିଟର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

୬. ଅଜଣା ରୋଗରେ 5ଟି ଗାଈଙ୍କ ମୃତ୍ୟୁ, ଗ୍ରାମରେ ପହଞ୍ଚିଲା ସ୍ବାସ୍ଥ୍ୟ ବିଭାଗ ଟିମ

ପୁରୀ ଜିଲ୍ଲା ପିପିଲିରେ ଅଜଣା ରୋଗରେ ସଂକ୍ରମିତ ହେଉଛନ୍ତି ଗାଈ । ବର୍ତ୍ତମାନ ସୁଦ୍ଧା 5ଟି ଗାଈଙ୍କ ମୃତ୍ୟୁ ହୋଇଥିବାବେଳେ ସ୍ବାସ୍ଥ୍ୟ ବିଭାଗ ପହଞ୍ଚି ଚିକିତ୍ସା ଆରମ୍ଭ କରିଛି

୭. କଟକରେ ନୂଆ ସ୍ମାର୍ଟ ପାର୍କ ପାଇଁ ସିଏମସିର ଯୋଜନା, ରହିବ ଅତ୍ୟାଧୁନିକ ସାମଗ୍ରୀ

କଟକ ମହାନଗର ନିଗମର ବସିଲା ପବ୍ଲିକ ୱାର୍କ ଷ୍ଟାଣ୍ଡିଂ କମିଟି ଵୈଠକ । ସହରରେ 7ଟି ସ୍ମାର୍ଟ ପାର୍କ ହେବା ନେଇ ଵୈଠକରେ ଆଲୋଚନା

୮. ହିନ୍ଦୁମାନେ ଗୋଟିଏ ବାହା ହୁଅନ୍ତି, ତିନି ଜଣଙ୍କ ସହ ସମ୍ପର୍କ ରଖନ୍ତି: AIMIM ନେତା

AIMIM ନେତାଙ୍କ ବିବାଦୀୟ ବୟାନ । ହିନ୍ଦୁମାନେ ଗୋଟିଏ ବାହା ହୁଅନ୍ତି ଓ ତିନି ଜଣଙ୍କ ସହ ସମ୍ପର୍କ ରଖନ୍ତି କହିଲେ AIMIMର ଉତ୍ତରପ୍ରଦେଶ ରାଜ୍ୟ ସଭାପତି ସୌକତ ଅଲ୍ଲୀ

୯. ଫୁଟବଲ ଖେଳ ଓ ଖେଳାଳିଙ୍କ ବିକାଶ ପାଇଁ ଆୟୋଜିତ ଆନ୍ତଃ ବିଦ୍ୟାଳୟ ଟୁର୍ଣ୍ଣାମେଣ୍ଟ

ଉପାନ୍ତ ଅଞ୍ଚଳର ଫୁଟବଲ ଖେଳାଳିଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି ଆୟୋଜିତ ଫୁଟବଲ ଟୁର୍ଣ୍ଣାମେଣ୍ଟ । ରାଜ୍ୟ ସରକାରଙ୍କ ଫୁଟବଲ ଫର ଅଲ କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାରେ ଚାରି ଦିନ ଧରି ଅନୁଷ୍ଠିତ ହେଉଛି ଏହି ଟୁର୍ଣ୍ଣାମେଣ୍ଟ

୧୦. ଛାତ ଉପରେ ବକ୍ସ କ୍ରିକେଟ, ମଜା ଉଠାଉଛନ୍ତି କଟକିଆ

ଗଲି କ୍ରିକେଟ ପରେ ଏବେ ଦେଖିବାକୁ ମିଳିଛି ଟେରିସ୍ କ୍ରିକେଟ୍ । କ୍ରିକେଟକୁ ନେଇ କଟକିଆଙ୍କ ନୂଆ ଅନ୍ଦାଜ । ଛାତ ଉପରେ ଚାଲିଛି କ୍ରିକେଟ ଟୁର୍ଣ୍ଣାମେଣ୍ଟ

ABOUT THE AUTHOR

...view details