ଓଡିଶା

odisha

ETV Bharat / bharat

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS 1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS 1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

By

Published : Sep 27, 2022, 1:03 PM IST

1.ପ୍ରକଳ୍ପ ଓ ଯୋଜନାର କ୍ଷେତ୍ରାୟନ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଗତ ଆର୍ଥିକ ବର୍ଷ ତୁଳନାରେ ଚଳିତ ବର୍ଷ ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟର ସମୁଦାୟ ରାଜସ୍ୱ ସଂଗ୍ରହରେ ପ୍ରାୟ ୧୫.୫୫ ଶତକଡା ଅବିବୃଦ୍ଧି ।

2.SCBରୁ ଶିଶୁ ଚୋରି ଘଟଣାରେ ନୂଆ ଟ୍ବିଷ୍ଟ, ଭୁଲ୍‌ରେ ବଦଳ ହୋଇଥିବା କହିଲେ ଦମ୍ପତି

ଏସସିବି (SCB)ରୁ ଶିଶୁ କନ୍ୟା ଚୋରି ଘଟଣା । ଖବର ବାଜିବା ପରେ ଅଦଳବଦଳ ବାହାନା କରିଥିଲେ ଛୁଆ ନେଇଯାଇଥିବା ଦମ୍ପତି ।

3.ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ PFI ସଂଗଠନ ଉପରେ ଚଢାଉ

ଇସଲାମିକ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (PFI) ବିରୋଧରେ ସାରା ଦେଶରେ ଚଢାଉ (Central agencies raids against PFI)। ବେଆଇନ କାର୍ଯ୍ୟକଳାପରେ ସାମିଲ ଥିବା ସୂଚନା ମିଳିବା ପରେ ବହୁ ସନ୍ଦିଗ୍ଧ ଅଟକ ।

4.ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ରିଆଜ ଗିରଫ

ବଟି ଆଦାୟ ମାମଲାରେ ଅଣ୍ଡରୱାର୍ଲ୍ଡ ଡନ ଦାଉଦ ଇବ୍ରାହିମର ଘନିଷ୍ଠ ସହଯୋଗୀ ରିଆଜ ଭାଟ୍ଟି ଗିରଫ ।

5.ପାକିସ୍ତାନରେ ଭୂକମ୍ପ ଝଟକା, ତୀବ୍ରତା 4.2 ରେକର୍ଡ

ପୁଣି ଭୂକମ୍ପରେ ଥରିଲା ପାକିସ୍ତାନ । ରିକ୍ଟର ସ୍କେଲରେ ଏହାର ତୀବ୍ରତା 4.2 ଆକଳନ ହୋଇଛି ।

6.NASA DART Mission: ସଫଳତାର ସହ ଗ୍ରହାଣୁ ଡିମୋରଫସ୍‌କୁ ଧକ୍କା ଦେଲା ନାସାର ସ୍ପେସକ୍ରାଫ୍ଟ

ପ୍ରଥମ କରି ମହାକାଶରେ କୌଣସି ଗ୍ରହାଣୁକୁ ଧକ୍କା ଦେଇ ସ୍ଥାନ ପରିବର୍ତ୍ତନ କରାଇବାରେ ସଫଳ ହେଲା ଆମେରିକା ମହାକାଶ ଗବେଷଣା ସଂସ୍ଥା NASA(National Aeronautics and Space Administration) ।

7.ତାମିଲନାଡୁରେ ମାଟି ଖୋଳୁ ଖୋଳୁ ମିଳିଲା ସୁନା

ମାଟି ଖୋଳୁ ଖୋଳୁ ମିଳିଲା ସୁନା । ତାମିଲନାଡୁର ଏକ ଗାଁରେ ଖନନ ସମୟରେ ୧.୬ ଗ୍ରାମର ସୁନା ଅଳଙ୍କାର ଠାବ ହୋଇଛି ।

8.କୃଷି କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ସହ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ: ସୁବ୍ରତ ବାଗଚୀ

ସର୍ବଭାରତୀୟ ମହାତ୍ମା ଗାନ୍ଧୀ ଜାତୀୟ ଫେଲୋଙ୍କୁ ନେଇ ୱାର୍ଲଡ଼ ସ୍କିଲ ସେଣ୍ଟରରେ ଦୁଇ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଛି । ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ବିଷୟରେ ଅଲୋଚନା କରାଯାଇଛି ।

9.ରିଲିଜ ପୂର୍ବରୁ ବିବାଦରେ ଓଡିଆ ୱେବ୍‌ସିରିଜ ବାରଙ୍ଗ ୧୯୯୯

ବିବାଦରେ ଓଡିଆ ଚଳଚ୍ଚିତ୍ର ‘ବାରଙ୍ଗ-୧୯୯୯’। ଓଡିଶାର ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ରଙ୍କ ଘଟଣାକୁ ନେଇ ଏହି ସିନେମା ପ୍ରସ୍ତୁତ ହେଉଥିବା ଗଣମାଧ୍ୟମରେ ଆସିବା ପରେ ଦେଖାଯାଇଛି ବିବାଦ ।

10.ଭଦୋଦରା ରେଳ ଷ୍ଟେସନରେ ଭିଡ ମାମଲା, ସୁପ୍ରିମକୋର୍ଟରୁ ଶାହାରୁଖଙ୍କୁ ଆଶ୍ବସ୍ତି

2017ରେ ଭଦୋଦରା ରେଳ ଷ୍ଟେସନରେ ଗହଳି ଜମାଇବା ମାମଲାରେ ଶାହାରୁଖ ଖାନଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ଆଶ୍ବସ୍ତି ମିଳିଛି ।

ABOUT THE AUTHOR

...view details