ଓଡିଶା

odisha

ETV Bharat / bharat

TOP NEWS at 9PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS at 9PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS at 9PM
TOP NEWS at 9PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Aug 14, 2022, 9:10 PM IST

1. ଶ୍ରୀମନ୍ଦିର ଉପରକୁ ଚଢ଼ିଲେ ଯୁବକ

ପୁଣି ଶ୍ରୀମନ୍ଦିରରେ ଅଭାବନୀୟ ଘଟଣା । ଶ୍ରୀମନ୍ଦିର ନାଟ ମଣ୍ଡପ ଉପରକୁ ଚଢ଼ିଲେ ଯୁବକ ।

2. ଫୁଲୁଛି ବୈତରଣୀ, ବିପଦ ସଙ୍କେତ ଉପରେ ଶାଳନ୍ଦୀ ନଦୀ

ରାଜ୍ୟରେ ଲାଗି ରହିଥିବା ଲଘୁଚାପ ଜନିତ ବର୍ଷା ପ୍ରଭାବରେ ଫୁଲୁଛି ବିଭିନ୍ନ ନଦୀ । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ । ସେପଟେ ଭଦ୍ରକର ହଦଗଡ଼ ଡ୍ୟାମରୁ ୨୪୦୦ କ୍ୟୁସେକ ଜଳ ଶାଳନ୍ଦୀ ନଦୀକୁ ଛଡାଯାଇଛି । ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା ।

3. ସ୍ବାଧୀନତା ଦିବସ ଉତ୍ସବ ପାଇଁ ଲାଲକିଲ୍ଲା ପ୍ରସ୍ତୁତ, ସୁରକ୍ଷା ବ୍ୟବସ୍ଥା କଡାକଡି

ରାତି ପାହିଲେ ସ୍ବାଧୀନତା ଦିବସ । ଉତ୍ସବ ପାଇଁ ଲାଲକିଲ୍ଲା ପ୍ରସ୍ତୁତ । ପତାକା ଉତ୍ତୋଳନ ପରେ ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ନିମନ୍ତ୍ରିତ ହୋଇଛନ୍ତି 7 ହଜାର ବିଶିଷ୍ଟ ବ୍ୟକ୍ତିବିଶେଷ ଓ ଛାତ୍ରଛାତ୍ରୀ । ସୁରକ୍ଷା ଦାୟିତ୍ବରେ 10 ହଜାର ସୁରକ୍ଷାକର୍ମୀ । ଲାଗିଛି କ୍ୟାମେରା ଓ ଅନ୍ୟ ଅତ୍ୟାଧୁନିକ ସୁରକ୍ଷା ସରଞ୍ଜାମ । ।

4. ସୀମାରେ ସ୍ବାଧୀନତା ଦିବସର ଶୁଭେଚ୍ଛା, ପରସ୍ପରକୁ ଉପହାର ବାଣ୍ଟିଲେ BSF ଓ ପାକିସ୍ତାନ ରେଞ୍ଜର୍ସ

ଆସନ୍ତାକାଲି 76ତମ ସ୍ବାଧୀନତା ଦିବସ ପାଳନ କରିବ ଭାରତ । ଅନ୍ତର୍ଜାତୀୟ ପୋଷ୍ଟରେ ପରସ୍ପରକୁ ମିଠା ବାଣ୍ଟି ଶୁଭେଚ୍ଛା ଜଣାଇଲେ BSF ଓ ପାକିସ୍ତାନ ରେଞ୍ଜର୍ସର ଯବାନ ।

5. ଆକ୍ରମଣର ଦିନେ ପରେ ଭେଣ୍ଟିଲେଟରରୁ ବାହାରିଲେ ବିଶିଷ୍ଟ ଲେଖକ ସଲମାନ ରୁସ୍‌ଦୀ

ଆକ୍ରମଣର ଗୋଟିଏ ଦିନ ପରେ ଭେଣ୍ଟିଲେଟରରୁ ବାହାରିଲେ ନ୍ୟୁୟର୍କର ବୁକର ପ୍ରାଇଜ୍‌ ବିଜେତା ଲେଖକ ସଲମାନ ରୁସ୍‌ଦୀ । ଷ୍ଟେଜ ଉପରେ ଥିବା ବେଳେ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିଲା ।

6. ବର୍ଷା ଜଳ ଅମଳ ପାଇଁ ଛାତ ଯୋଜନା, ଭୂତଳ ଜଳ ବୃଦ୍ଧି ଲକ୍ଷ୍ୟ

ଭବିଷ୍ୟତରେ ଉଗ୍ରରୂପ ନେବାକୁ ଯାଉଛି ଜଳ ସଙ୍କଟ । ତଳକୁ ତଳ ଖସି ଚାଲିଛି ଭୂତଳ ଜଳ । ଭୁବନେଶ୍ବରର ଉପକଣ୍ଠ ଅଞ୍ଚଳରେ ଗମ୍ଭୀର ହେବାରେ ଲାଗିଛି ପରିସ୍ଥିତି । ୧୦ ମିଟର ତଳକୁ ଭୂତଳ ଜଳ ଖସିଯିବା ପରେ ସରକାର ଆଣିଛନ୍ତି ଛାତ ଯୋଜନା । ଏହି ଯୋଜନାରେ ବର୍ଷା ଜଳକୁ ସଂରକ୍ଷିତ କରାଯାଇ ଭୂତଳ ଜଳ ବୃଦ୍ଧି କରିବାକୁ ଲକ୍ଷ୍ୟ ।

7. ସମୁଦ୍ର ଗର୍ଭରେ ଲୀନ ହେବାକୁ ବସିଛି ସାତଭାୟାର ପଞ୍ଚୁବରାହୀ ମନ୍ଦିର

ସମୁଦ୍ର ଆଁରେ ସାତଭାୟାର ଶେଷ ସନ୍ତକ ମାଆ ପଞ୍ଚୁବରାହୀଙ୍କ panchubarahi temple ମନ୍ଦିର । ସମୁଦ୍ର ଜୁଆର ମାଡି ଆସିବାରୁ ବଙ୍ଗୋପସାଗର ଉପକୂଳରେ ଥିବା ମା ପଞ୍ଚୁବରାହୀଙ୍କ ମନ୍ଦିରର ଭଗ୍ନାବଶେଷ ଏବେ ବୁଡ଼ିବାକୁ ବସିଛି ।

8. ତାଇଓ୍ବାନ ଗସ୍ତରେ ଆଉ ଏକ ଆମେରିକୀୟ ପ୍ରତିନିଧି ଟିମ

କିଛି ଦିନର ବ୍ୟବଧାନ ମଧ୍ୟରେ ପୁଣି ତାଇଓ୍ବାନ ଗସ୍ତରେ ଆମେରିକୀୟ ପ୍ରତିନିଧି ମଣ୍ଡଳୀ । ବିଭିନ୍ନ ପ୍ରସଙ୍ଗରେ ତାଇଓ୍ବାନ କର୍ତ୍ତୃପକ୍ଷଙ୍କ ସହ କଲେ ଆଲୋଚନା । କ୍ଷୁବ୍ଧ ଡ୍ରାଗନ ।

9. ବିଭାଜନ ବିଭିଷୀକା ସ୍ମୃତି ଦିବସ ପାଳୁଛି ଦେଶ, ପୀଡିତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଆଜି ବିଭାଜନ ବିଭିଷୀକା ଦିବସ (Partition Horrors Remembrance Day)ପାଳୁଛି ଦେଶ । ବିଭାଜନର ଦୁର୍ଦ୍ଦଶା ଭୋଗିଥିବା ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତାକାଲି 75ତମ ସ୍ବାଧୀନତା ଦିବସ ପାଳିବ ଦେଶ ।

10. Har Ghar Tiranga, ଅଭିଯାନରେ ସାମିଲ ହେଲେ ସୁପରଷ୍ଟାର ରଜନୀକାନ୍ତ

ଭାରତ ଚଳିତବର୍ଷ ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ସରକାର ହର ଘର ତ୍ରିରଙ୍ଗା ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନରେ ସାମିଲ ହୋଇଛନ୍ତି ତାମିଲ ସୁପରଷ୍ଟାର ରଜନୀକାନ୍ତ ।

ABOUT THE AUTHOR

...view details