ଓଡିଶା

odisha

ETV Bharat / bharat

TOP NEWS 5PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ 5PM ସୁଦ୍ଧା କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ

TOP NEWS 5PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS 5PM, ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

By

Published : Aug 14, 2022, 5:12 PM IST

1.ମହାନଦୀରେ ଆସୁଛି ମଧ୍ୟମ ଧରଣର ବନ୍ୟା

ଗତ ଦୁଇ ଦିନ ଧରି ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ଫଳରେ ରାଜ୍ୟର କିଛି ନଦୀରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।

2.ବିଭାଜନ ବିଭିଷୀକା ସ୍ମୃତି ଦିବସ ପାଳୁଛି ଦେଶ, ପୀଡିତଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଆଜି ବିଭାଜନ ବିଭିଷୀକା ଦିବସ (Partition Horrors Remembrance Day)ପାଳୁଛି ଦେଶ । ବିଭାଜନର ଦୁର୍ଦ୍ଦଶା ଭୋଗିଥିବା ସମସ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ।

3.ପୋଲିସ ପଦକ ପାଇଁ ଓଡିଶାରୁ ୧୫ଜଣ ମନୋନୀତ

୨୦୨୨ ପୋଲିସ ପଦକ ପାଇଁ ଓଡିଶା ପୋଲିସର ୧୫ଜଣ ମନୋନୀତ ହୋଇଛନ୍ତି ।

4.ପରଲୋକରେ ଷ୍ଟକ ମାର୍କେଟ ବିଗ୍‌ ବୁଲ ରାକେଶ ଝୁନଝୁନୱାଲା

ଷ୍ଟକ ମାର୍କେଟର ବିଗ୍‌ବୁଲ ଭାବେ ଜଣାଶୁଣା ରାକେଶ ଝୁନଝୁନୱାଲାଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା ।

5.ଅଗଷ୍ଟ ୨୮ ତାରିଖରେ କଂଗ୍ରେସର ଦିଲ୍ଲୀ ଚଲୋ ଡାକରା

ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟା ସଂପର୍କରେ ଲୋକମାନଙ୍କ ମନରେ ସଚେତନତା ସୃଷ୍ଟି କରିବା ପାଇଁ କଂଗ୍ରେସ ପ୍ରୟାସ । ଏଥିଲାଗି ଆସନ୍ତା ୨୮ ତାରିଖରେ ଦିଲ୍ଳୀ ଠାରେ ମହଙ୍ଗାଇ ପର ହଲ୍ଲା ବୋଲ-ଦିଲ୍ଲୀ ଚଲୋ ଅନୁଷ୍ଠିତ ହେବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

6.ଆଜାଦି କି ଅମୃତ ମହୋତ୍ସବ, ବୁଲି ବୁଲି ସ୍ବାଧୀନତାର ଗାଥା ଗାଉଛି RPF

ଭାରତ ଚଳିତବର୍ଷ ସ୍ବାଧୀନତାର ୭୫ ବର୍ଷ ପାଳନ କରିବାକୁ ଯାଉଛି । ଏଥିଲାଗି ଭୁବନେଶ୍ବର RPF ରାଜଧାନୀର ଐତିହ୍ୟସ୍ଥଳରେ ସ୍ବାଧୀନତାର ଗାଥା ଗାଇ ସଭିଙ୍କ ମନରେ ସୃଷ୍ଟି କରିଛି ଜାତୀୟତାଭାବ ।

7.ଫୁଲୁଛି ମହାନଦୀ, ବଢୁଛି ବନ୍ୟା ଭୟ

ଫୁଲୁଛି ମହାନଦୀ, ମୁଣ୍ଡୁଳୀ ଦେଇ ମହାନଦୀରେ 5,37,86 କ୍ୟୁସେକ ଜଳ ନିଷ୍କାସିତ ହେଉଛି ।

8.ହୀରାକୁଦ ଡ୍ୟାମ ବନ୍ୟା ପରିଚାଳନା ନେଇ ଆରଡିସି ଓ ମୁଖ୍ୟଯନ୍ତ୍ରୀଙ୍କ ମଧ୍ୟରେ ବୈଠକ

ବର୍ତ୍ତମାନ ହୀରାକୁଦ ଡ୍ୟାମରୁ 34ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି । ହୀରାକୁଦ ଉପର ମୁଣ୍ଡରେ ଥିବା ଛତିଶଗଡ଼ ଅଞ୍ଚଳର ବର୍ଷା ଓ ହୀରାକୁଦ ତଳ ମୁଣ୍ଡରେ ଥୁବ ନଦୀ ଗୁଡ଼ିକର ଜଳସ୍ତରକୁ ଦେଖି ଗେଟ ପରିଚାଳନା କରାଯାଉଛି ବୋଲି ମୁଖ୍ୟଯନ୍ତ୍ରୀ ସୂଚନା ଦେଇଛନ୍ତି ।

9.ବିଶ୍ବ ବ୍ୟାଡମିଣ୍ଟନ ଚାମ୍ପିଅନସିପ ଖେଳିବେନି ପିଭି ସିନ୍ଧୁ

ଆହତ ହୋଇଥିବା କାରଣରୁ ବିଶ୍ବ ବ୍ୟାଡମିଣ୍ଟନ ଚାମ୍ପିଅନସିପରୁ ଓହରିଲେ ପିଭି ସିନ୍ଧୁ।

10.Nude Photoshoot, ରଣଭୀର ସିଂହଙ୍କୁ ମୁମ୍ବାଇ ପୋଲିସର ଡକରା

ନ୍ୟୁଡ ଫଟୋସୁଟ୍ ମାମଲାରେ ଅଭିନେତା ରଣଭୀର ସିଂହଙ୍କ ମୁସ୍କିଲ ପୁଣି ବଢିପାରେ । ଅଗଷ୍ଟ 22ରେ ମୁମ୍ବାଇ ପୋଲିସ ତାଙ୍କୁ ପଚରାଉଚରା ପାଇଁ ଡାକିଛି ।

ABOUT THE AUTHOR

...view details